ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦଣ୍ଡ, ଗୁରୁଦ୍ୱାରରେ ସେବା କଲେ ପ୍ରହରା ଦେଲେ

ନୂଆଦିଲ୍ଲୀ ୦୩/୧୨: ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଗଜବ ଦଣ୍ଡ । ସିଖ୍ ସମାଜର ‘ସୁପ୍ରିମ ଅଦାଲତ’ ଅକାଳ ତଖତ୍ ସାହେବଙ୍କ ଆଦେଶ । ଧାର୍ମିକ ଅପବିତ୍ରୀକରଣ ମାମଲାରେ ବଢିଛି ଅଡୁଆ । ସିଖ ଗୁରୁଦ୍ୱାରରେ ସେବା କରିବେ, ପ୍ରହରା ଦେବେ । ବାସନ ମାଜିବେ, କିର୍ତ୍ତନ ଶୁଣିବେ । ଆଉ ସେହି ଦଣ୍ଡବିଧାନ ଆଧାରରେ ଆରମ୍ଭ ହୋଇଛି ଡେଡଲାଇନ୍ । ଡିସେମ୍ୱର ୩ରୁ ଗୁରୁଦ୍ୱାର ଯାଇ କରିଛନ୍ତି ସେବା । ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ । ଶିରୋମଣି ଅକାଳୀ ଦଳ ସରକାରରେ ଡେରା ମୁଖ୍ୟ ଗୁରମିତ ରାମ ରହୀମଙ୍କୁ କ୍ଷମା ଦେବାରେ ଥିଲା ତାଙ୍କର ବଡ ଭୂମିକା । ଆଉ ସେହି ଦୋଷ ପାଇଁ ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା 'ତନଖୈୟା' ଘୋଷିତ କରାଯାଇଥିଲା। କେବଳ ସୁଖବୀର ବାଦଲ ନୁହଁନ୍ତି ୨୦୧୫ ଅକାଳୀ ସରକାରର ଅନ୍ୟ କ୍ୟାବିନେଟ ସଦସ୍ୟଙ୍କୁ ବି ମିଳିଛି ସମାନ ଦଣ୍ଡ । ପଞ୍ଜାବ ସ୍ଵର୍ଣ୍ଣ ମନ୍ଦିର ସମେତ ଅନ୍ୟ କେତେକ ଗୁରୁଦ୍ଵାରରେ ଶୌଚାଳୟ ସଫା କରିବା ସହ ବାସନ ମଜା ଓ ଅନ୍ୟ କେତେକ ଧାର୍ମିକ ଦଣ୍ଡ ମିଳିଛି ।   ୩ ଦିନ ମଧ୍ୟରେ ବାଦଲଙ୍କ ଇସ୍ତଫା ଗ୍ରହଣ କରି ଅକାଲ ତଖ୍ତ ସାହିବଙ୍କୁ ରିପୋର୍ଟ କରିବାକୁ ଶିରୋମଣି ଅକାଳୀ ଦଳର କାର୍ଯ୍ୟକାରିଣୀ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ଅକାଲ ତଖ୍ତର ଜାଠେଦାର ଜିଆନି ରଘୁବୀର ସିଂହ। ଶୀଘ୍ର ସଦସ୍ୟତା ଅଭିଯାନ ଆରମ୍ଭ କରି ଛଅ ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ କରିବା

ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦଣ୍ଡ, ଗୁରୁଦ୍ୱାରରେ ସେବା କଲେ ପ୍ରହରା ଦେଲେ

ନୂଆଦିଲ୍ଲୀ ୦୩/୧୨: ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଗଜବ ଦଣ୍ଡ । ସିଖ୍ ସମାଜର ‘ସୁପ୍ରିମ ଅଦାଲତ’ ଅକାଳ ତଖତ୍ ସାହେବଙ୍କ ଆଦେଶ । ଧାର୍ମିକ ଅପବିତ୍ରୀକରଣ ମାମଲାରେ ବଢିଛି ଅଡୁଆ । ସିଖ ଗୁରୁଦ୍ୱାରରେ ସେବା କରିବେ, ପ୍ରହରା ଦେବେ । ବାସନ ମାଜିବେ, କିର୍ତ୍ତନ ଶୁଣିବେ । ଆଉ ସେହି ଦଣ୍ଡବିଧାନ ଆଧାରରେ ଆରମ୍ଭ ହୋଇଛି ଡେଡଲାଇନ୍ । ଡିସେମ୍ୱର ୩ରୁ ଗୁରୁଦ୍ୱାର ଯାଇ କରିଛନ୍ତି ସେବା । 

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ । ଶିରୋମଣି ଅକାଳୀ ଦଳ ସରକାରରେ ଡେରା ମୁଖ୍ୟ ଗୁରମିତ ରାମ ରହୀମଙ୍କୁ କ୍ଷମା ଦେବାରେ ଥିଲା ତାଙ୍କର ବଡ ଭୂମିକା । 

ଆଉ ସେହି ଦୋଷ ପାଇଁ ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା 'ତନଖୈୟା' ଘୋଷିତ କରାଯାଇଥିଲା। କେବଳ ସୁଖବୀର ବାଦଲ ନୁହଁନ୍ତି ୨୦୧୫ ଅକାଳୀ ସରକାରର ଅନ୍ୟ କ୍ୟାବିନେଟ ସଦସ୍ୟଙ୍କୁ ବି ମିଳିଛି ସମାନ ଦଣ୍ଡ । ପଞ୍ଜାବ ସ୍ଵର୍ଣ୍ଣ ମନ୍ଦିର ସମେତ ଅନ୍ୟ କେତେକ ଗୁରୁଦ୍ଵାରରେ ଶୌଚାଳୟ ସଫା କରିବା ସହ ବାସନ ମଜା ଓ ଅନ୍ୟ କେତେକ ଧାର୍ମିକ ଦଣ୍ଡ ମିଳିଛି । 


  ୩ ଦିନ ମଧ୍ୟରେ ବାଦଲଙ୍କ ଇସ୍ତଫା ଗ୍ରହଣ କରି ଅକାଲ ତଖ୍ତ ସାହିବଙ୍କୁ ରିପୋର୍ଟ କରିବାକୁ ଶିରୋମଣି ଅକାଳୀ ଦଳର କାର୍ଯ୍ୟକାରିଣୀ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ଅକାଲ ତଖ୍ତର ଜାଠେଦାର ଜିଆନି ରଘୁବୀର ସିଂହ। ଶୀଘ୍ର ସଦସ୍ୟତା ଅଭିଯାନ ଆରମ୍ଭ କରି ଛଅ ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଶିରୋମଣି ଅକାଳୀ ଦଳର ୱାର୍କିଂ କମିଟିକୁ ଅକାଲ ତଖ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅକାଲ ତଖ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁଖବୀର ବାଦଲଙ୍କ ବାପା ପ୍ରକାଶ ସିଂହ ବାଦଲଙ୍କୁ ଦିଆଯାଇଥିବା 'ଫକର-ଏ-କୌମ' ଉପାଧି ବି କରିନେଇଛନ୍ତି ପ୍ରତ୍ୟାହାର । 

୨୦୦୭ରେ ସାଲାବତପୁରାରେ, ଗୁରୁ ଗୋବିନ୍ଦ ସିଂହଙ୍କ ପରମ୍ପରାକୁ ଅନୁସରଣ କରି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହୀମ ତାଙ୍କ ପରି ବେଶଭୂଷା ପରିଧାନ କରି ଅମୃତ ଛିଞ୍ଚିବାର କରିଥିଲେ ଅଭିନୟ । ଏ ସମ୍ପର୍କରେ ଗୁରମିତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । କିନ୍ତୁ ଗୁରମିତଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଅକାଳୀ ସରକାର ପ୍ରତ୍ୟାହାର କରିନେଇଥିଲା ରୁଜୁ ହୋଇଥିବା ମାମଲା । ଯାହାକୁ ନେଇ ଅସନ୍ତୋଷର ସାମନା କରିଥିଲା ଅକାଳୀ ଦଳ ଏବଂ ଶିରୋମଣି କମିଟି । ଶେଷରେ ଗୁରମିତଙ୍କୁ କ୍ଷମା ଦେବା ନିଷ୍ପତ୍ତି ଅକାଲ ତଖ୍ତ ସାହେବ କରିଥିଲେ ପ୍ରତ୍ୟାହାର । 

ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କୁ ଏହାର ଉତ୍ତରଦାୟୀ କରିଥିଲେ। ସୁଖବୀର ବାଦଲ ଅକାଳୀ ସରକାର ସମୟରେ ଅକାଲ ତଖ୍ତ ସାହିବଙ୍କ ଆଗରେ ନିଜ ଭୁଲ ସ୍ଵୀକାର କରିଥିଲେ। ସେ କହିଥିଲେ ଯେ ଆମେ ଅନେକ ଭୁଲ କରିଛୁ। ଆମ ସରକାର ସମୟରେ ଏଭଳି ଖରାପ ଘଟଣା ଘଟିଥିଲା। ଆମେ ଅପରାଧୀଙ୍କୁ ଦଣ୍ଡ ଦେବାରେ ହୋଇଥିଲୁ ବିଫଳ ।