ସଇତାନ ବୋହୂ, ଖାଇବାକୁ ମାଗିବାରୁ ଶାଶୁକୁ ଫିଙ୍ଗିଦେଲା କେନାଲକୁ

ସମ୍ବଲପୁର: ସଇତାନ ନା ବୋହୂ। ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲଙ୍କୁ ଫିଙ୍ଗି ଦେଲା| ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା | ସ୍ବାମୀକୁ କବାଟ କିଳି ଶାଶୁଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି | ତେବେ ଘଟଣାରେ ବୁର୍ଲା ପୋଲିସ ବୋହୂ ସବିତା ଭୁଏଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଳାଣ କରିଥିବାବେଳେ ଶାଶୁ ଲୟ ଭୁଏ ଭୀମସାରରେ ଚିକିତ୍ସିତ ହେଉଛନ୍ତି | Also read- ଭୋଜି ପାଇଁ ସରିଥିଲା ସବୁ ପ୍ରସ୍ତୁତି, ବନ୍ଧା ସରିଥିଲା ବେଦୀ : ଝିଅ ବାହାଘର ଦିନ ଉଠିଲା ବାପାଙ୍କ କୋକେଇ ସୂଚନା ଅନୁସାରେ ବୃଦ୍ଧା ଲୟ ଭୁଏ ପୁଅ ବୋହୂ ସହ ଚିପିଲିମା ମଝିପାଲିରେ ରହନ୍ତି | ତେବେ ବୋହୂକୁ ଖାଇବା ମାଗିଥିଲେ ଶାଶୁ | ହେଲେ ଝଗଡା କରିବା ସହ ବୋହୂ ଜଣକ ପ୍ରଥମେ ସ୍ବାମୀ ରାଧେଶ୍ୟାମକୁ କବାଟ କିଳି ଦେଇଥିଲେ | ପରେ ଶାଶୁର ପାଟି ଚିପି ସ୍ଥାନୀୟ ଚିପିଲିମା କେନାଲରେ ଫୋଫାଡି ଦେଇଥିଲେ | ତେବେ ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ  ବୃଦ୍ଧାଙ୍କୁ ଉଦ୍ଧାର କରିଛି | The post ସଇତାନ ବୋହୂ, ଖାଇବାକୁ ମାଗିବାରୁ ଶାଶୁକୁ ଫିଙ୍ଗିଦେଲା କେନାଲକୁ appeared first on Prameya News7.

ସଇତାନ ବୋହୂ, ଖାଇବାକୁ ମାଗିବାରୁ ଶାଶୁକୁ ଫିଙ୍ଗିଦେଲା କେନାଲକୁ

ସମ୍ବଲପୁର: ସଇତାନ ନା ବୋହୂ। ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲଙ୍କୁ ଫିଙ୍ଗି ଦେଲା| ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା | ସ୍ବାମୀକୁ କବାଟ କିଳି ଶାଶୁଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି | ତେବେ ଘଟଣାରେ ବୁର୍ଲା ପୋଲିସ ବୋହୂ ସବିତା ଭୁଏଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଳାଣ କରିଥିବାବେଳେ ଶାଶୁ ଲୟ ଭୁଏ ଭୀମସାରରେ ଚିକିତ୍ସିତ ହେଉଛନ୍ତି |

Also read- ଭୋଜି ପାଇଁ ସରିଥିଲା ସବୁ ପ୍ରସ୍ତୁତି, ବନ୍ଧା ସରିଥିଲା ବେଦୀ : ଝିଅ ବାହାଘର ଦିନ ଉଠିଲା ବାପାଙ୍କ କୋକେଇ

ସୂଚନା ଅନୁସାରେ ବୃଦ୍ଧା ଲୟ ଭୁଏ ପୁଅ ବୋହୂ ସହ ଚିପିଲିମା ମଝିପାଲିରେ ରହନ୍ତି | ତେବେ ବୋହୂକୁ ଖାଇବା ମାଗିଥିଲେ ଶାଶୁ | ହେଲେ ଝଗଡା କରିବା ସହ ବୋହୂ ଜଣକ ପ୍ରଥମେ ସ୍ବାମୀ ରାଧେଶ୍ୟାମକୁ କବାଟ କିଳି ଦେଇଥିଲେ | ପରେ ଶାଶୁର ପାଟି ଚିପି ସ୍ଥାନୀୟ ଚିପିଲିମା କେନାଲରେ ଫୋଫାଡି ଦେଇଥିଲେ | ତେବେ ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ  ବୃଦ୍ଧାଙ୍କୁ ଉଦ୍ଧାର କରିଛି |

The post ସଇତାନ ବୋହୂ, ଖାଇବାକୁ ମାଗିବାରୁ ଶାଶୁକୁ ଫିଙ୍ଗିଦେଲା କେନାଲକୁ appeared first on Prameya News7.