ସଇତାନ ସାଜିଲେ ପୁଅ: ମା’ଙ୍କ କେଶ ଧରି ଚାପୁଡା ପରେ ଚାପୁଡା, ବାପାଙ୍କୁ ବି ଛାଡିଲେନି

ହାଇଦ୍ରାବାଦ୍‌,୪।୨: ଆନ୍ଧ୍ରପ୍ରଦେଶରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ମା’ବାପାଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବାର ନଜର ଆସିଛନ୍ତି। ସେ ପ୍ରଥମେ ନିଜ ମା’ଙ୍କ କେଶଙ୍‌ ଟାଣନ୍ତି ଏବଂ ତା’ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମାରନ୍ତି। ଏହି ସମୟ ମଧ୍ୟରେ ମା’ ନିଜ ପୁଅକୁ ନିବେଦନ କରନ୍ତି ଯେ, ମୋତେ ରକ୍ଷା କର। କିନ୍ତୁ ତା’ପରେ ସେହି ବ୍ୟକ୍ତି ତାଙ୍କ ମା’ଙ୍କୁ ଏତେ ଜୋରରେ ପିଟିଲେ […] The post ସଇତାନ ସାଜିଲେ ପୁଅ: ମା’ଙ୍କ କେଶ ଧରି ଚାପୁଡା ପରେ ଚାପୁଡା, ବାପାଙ୍କୁ ବି ଛାଡିଲେନି appeared first on Dharitri Odia News.

ସଇତାନ ସାଜିଲେ ପୁଅ: ମା’ଙ୍କ କେଶ ଧରି ଚାପୁଡା ପରେ ଚାପୁଡା, ବାପାଙ୍କୁ ବି ଛାଡିଲେନି

ହାଇଦ୍ରାବାଦ୍‌,୪।୨: ଆନ୍ଧ୍ରପ୍ରଦେଶରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ମା’ବାପାଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବାର ନଜର ଆସିଛନ୍ତି।
ସେ ପ୍ରଥମେ ନିଜ ମା’ଙ୍କ କେଶଙ୍‌ ଟାଣନ୍ତି ଏବଂ ତା’ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମାରନ୍ତି। ଏହି ସମୟ ମଧ୍ୟରେ ମା’ ନିଜ ପୁଅକୁ ନିବେଦନ କରନ୍ତି ଯେ, ମୋତେ ରକ୍ଷା କର। କିନ୍ତୁ ତା’ପରେ ସେହି ବ୍ୟକ୍ତି ତାଙ୍କ ମା’ଙ୍କୁ ଏତେ ଜୋରରେ ପିଟିଲେ ଯେ ସେ ତଳେ ପଡ଼ିଗଲେ। ମା’ ତଳେ ପଡ଼ିଯିବା ପରେ ସେ ପିତାଙ୍କ ମୁହଁକୁ ଚାପୁଡ଼ା ମାରିଥିଲେ। ଏହି ସମୟରେ ଏକ ଛୋଟ ଝିଅ ପାର୍ଶ୍ୱରେ ଠିଆ ହୋଇ ପୁରା ଘଟଣା ଦେଖୁଥିବାର ନଜର ଆସିଛନ୍ତି। ଭିଡିଓରେ ପଡ଼ୋଶୀ ଲୋକ ମଧ୍ୟ ଠିଆ ହୋଇଥିବା ଦେଖାଯାଉଛି କିନ୍ତୁ ଏହି ଦମ୍ପତିଙ୍କୁ ସାହାଯ୍ୟ କରିବାକୁ କେହି ଆଗକୁ ଆସନ୍ତି ନାହିଁ।
ଏହି ବ୍ୟକ୍ତି ଜଣକ ଶ୍ରୀନିବାସୁଲୁ ରେଡ୍ଡୀ ବୋଲି ଜଣାପଡିଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୂଚନାନୁସାରେ, ଶନିବାର ଅନନାମୟ ଜିଲାରେ ଏହି ଘଟଣା ଘଟିଛି ଏବଂ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ତାଙ୍କ ବଡ଼ ଭାଇ ମନୋହର ରେଡ୍ଡୀଙ୍କୁ ଦିଆଯାଇଥିବା ତିନି ଏକର ଜମିରେ ଶ୍ରୀନିବାସୁଲୁ ଅସନ୍ତୁଷ୍ଟ ଥିବାରୁ ଏହି କାଣ୍ଡ ଘଟାଇଥିବା ଜଣପାଡିଛି।

The post ସଇତାନ ସାଜିଲେ ପୁଅ: ମା’ଙ୍କ କେଶ ଧରି ଚାପୁଡା ପରେ ଚାପୁଡା, ବାପାଙ୍କୁ ବି ଛାଡିଲେନି appeared first on Dharitri Odia News.