ସଉକ ପାଇଁ ଘରେ ଏସବୁ ଗଛ ଲଗାଇଥିଲେ ତୁରନ୍ତ ହଟାନ୍ତୁ, ହୋଇଯିବେ ବରବାଦ
ବାସ୍ତୁଶାସ୍ତ୍ରରେ ଗଛଲତାଙ୍କ ଗୁରୁତ୍ୱ ଅଧିକ ବୋଲି ବର୍ଣ୍ଣନା କରାଯାଇଛି। ଆଜିକାଲିର ସମୟରେ ଘରେ ଗଛଲତା ଲଗାଇବା ଏକ ସଉକରେ ପରିଣତ ହୋଇଥିବା ବେଳେ ଏହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। କିଛି ସକରାତ୍ମକ ଉର୍ଜା ବଢ଼ାଉଥିବା ବେଳେ କିଛି ନକରାତ୍ମକତା ବାଣ୍ଟିଥାଏ। ନକରାତ୍ମକତା ଯୋଗୁ ଧନ ହାନୀ ହୋଇଥାଏ। ଏଣୁ ଯଥାଶୀଘ୍ର ସେଭଳି ଗଛକୁ ଘରୁ ବାହାର କରିଦେବା ଉଚିତ। କାରଣ ଏହା ବହୁତ ଅଶୁଭ…ଯେପରିକି… କାକ୍ଟସ: ଘରେ ଏହି ଗଛ କେବେ ରଖନ୍ତୁ ନାହିଁ। […] The post ସଉକ ପାଇଁ ଘରେ ଏସବୁ ଗଛ ଲଗାଇଥିଲେ ତୁରନ୍ତ ହଟାନ୍ତୁ, ହୋଇଯିବେ ବରବାଦ appeared first on Dharitri Odia News.
ବାସ୍ତୁଶାସ୍ତ୍ରରେ ଗଛଲତାଙ୍କ ଗୁରୁତ୍ୱ ଅଧିକ ବୋଲି ବର୍ଣ୍ଣନା କରାଯାଇଛି। ଆଜିକାଲିର ସମୟରେ ଘରେ ଗଛଲତା ଲଗାଇବା ଏକ ସଉକରେ ପରିଣତ ହୋଇଥିବା ବେଳେ ଏହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। କିଛି ସକରାତ୍ମକ ଉର୍ଜା ବଢ଼ାଉଥିବା ବେଳେ କିଛି ନକରାତ୍ମକତା ବାଣ୍ଟିଥାଏ। ନକରାତ୍ମକତା ଯୋଗୁ ଧନ ହାନୀ ହୋଇଥାଏ। ଏଣୁ ଯଥାଶୀଘ୍ର ସେଭଳି ଗଛକୁ ଘରୁ ବାହାର କରିଦେବା ଉଚିତ। କାରଣ ଏହା ବହୁତ ଅଶୁଭ…ଯେପରିକି…
କାକ୍ଟସ: ଘରେ ଏହି ଗଛ କେବେ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକତା ବଢ଼ିଥାଏ।
ଅଶ୍ୱତ୍ଥ: ହିନ୍ଦୁ ଧର୍ମରେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ। ହେଲେ ଘରେ ଏହି ଗଛ ଲଗାଇବା ଉଚିତ ନୁହେଁ। ଏଭଳି କଲେ ଘରେ ନାନାଦି ସମସ୍ୟା ଦେଖାଦେଇଥାଏ। ଏପରିକି ଘରେ ଅଶ୍ୱତ୍ଥର ଛୋଟ ଗଛ ଉଠିଲେ ଏହାକୁ ଧାର୍ମିକ ବିଧି ଅନୁଯାୟୀ ହଟାଇବା ଉଚିତ। ହେଲେ ଏହାକୁ ଭୁଲ୍ରେ ବି ଉପାଡ଼ିବା କିମ୍ବା ଭାଙ୍ଗିବା ଅନୁଚିତ।
ବୋନସାଇ- ଏହି ଗଛ ଦେଖିବାକୁ ସୁନ୍ଦର। ହେଲେ ଏହା ଚାକିରି-ବ୍ୟବସାୟ ଆଦିରେ ସମସ୍ୟା ଉପୁଜାଇଥାଏ।
କପା- କପା ଗଛ ଦେଖିବାକୁ ବହୁତ ସୁନ୍ଦର। ଏଥିପାଇଁ ଘରେ ଏହାକୁ ଲଗାଇବାକୁ ଲୋକେ ଭଲ ପାଆନ୍ତି। ହେଲେ ଘର ଭିତରେ ଏହାକୁ ଲଗାଇଲେ ନକରାତ୍ମକତା ବୃଦ୍ଧି ପାଇଥାଏ।
ମେହେନ୍ଦୀ- ହିନ୍ଦୁ ଧର୍ମ ମେହେନ୍ଦୀକୁ ବହୁତ ପବିତ୍ର ବୋଲି କୁହାଯାଏ। ହେଲେ ଘରେ ଏହି ମେହେନ୍ଦୀ ଗଛ ଲଗାଇବା ଦ୍ୱାରା ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ। ଏପରିକି ନକରାତ୍ମକ ଶକ୍ତି ପ୍ରବେଶ କରିବାର ସମ୍ଭାବନା ଅନେକ ଗୁଣ ବଢ଼ିଯାଇଥାଏ।
The post ସଉକ ପାଇଁ ଘରେ ଏସବୁ ଗଛ ଲଗାଇଥିଲେ ତୁରନ୍ତ ହଟାନ୍ତୁ, ହୋଇଯିବେ ବରବାଦ appeared first on Dharitri Odia News.