ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…
ବ୍ରେକ୍ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁବେଳେ ଯେମିତି ସେହି ସମୟରେ ହିଁ ବ୍ରେକ୍ଫାଷ୍ଟ କରିବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବ୍ରେକ୍ଫାଷ୍ଟ ଖାଦ୍ୟ ତାଲିକାରେ ସବୁବେଳେ ହାଲ୍କା ଖାଦ୍ୟ ସାମିଲ କରନ୍ତୁ। କାରଣ ଏପରି ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ ବ୍ରେକ୍ଫାଷ୍ଟରେ ତଟକା ଫଳମୂଳରୁ ପ୍ରସ୍ତୁତ ଜୁସ୍ ପିଅନ୍ତୁ। ସକାଳେ ଏପରି […] The post ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ… appeared first on Dharitri Odia News.
ବ୍ରେକ୍ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁବେଳେ ଯେମିତି ସେହି ସମୟରେ ହିଁ ବ୍ରେକ୍ଫାଷ୍ଟ କରିବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବ୍ରେକ୍ଫାଷ୍ଟ ଖାଦ୍ୟ ତାଲିକାରେ ସବୁବେଳେ ହାଲ୍କା ଖାଦ୍ୟ ସାମିଲ କରନ୍ତୁ। କାରଣ ଏପରି ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ ବ୍ରେକ୍ଫାଷ୍ଟରେ ତଟକା ଫଳମୂଳରୁ ପ୍ରସ୍ତୁତ ଜୁସ୍ ପିଅନ୍ତୁ। ସକାଳେ ଏପରି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ, ଯେପରି ଦିନତମାମ ଆପଣଙ୍କୁ ଭାରାକ୍ରାନ୍ତ ଲାଗିବ। ଆଉ ଗୋଟିଏ କଥା ମନେ ରଖିବା ନିହାତି ଦରକାର। ସକାଳୁ କଦାପି ତେଲଜାତୀୟ ଏବଂ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ସବୁବେଳେ ମନେ ରଖନ୍ତୁ ଯେ, ବ୍ରେକ୍ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ, ତେଣୁ ଏଥିରେ ଏପରି ଖାଦ୍ୟ ସାମିଲ କରନ୍ତୁ , ଯାହା ମନକୁ ଖୁସି ରଖିବା ସହ ମାନସିକତାକୁ ସକାରାତ୍ମକ ରଖିବାରେ ସାହାଯ୍ୟ କରିବ। ଯଦି ପ୍ରତିଦିନ ଆପଣ ବ୍ୟାୟାମ କରୁଛନ୍ତି ତେବେ କିଛି ସମୟ ପରେ ହିଁ ବ୍ରେକ୍ଫାଷ୍ଟ କରନ୍ତୁ। ପ୍ରତିଦିନ ବ୍ରେକ୍ଫାଷ୍ଟରେ ତଟକା ଫଳମୂଳ ଖାଆନ୍ତୁ। ଏହି ତାଲିକାରେ ଫାଷ୍ଟଫୁଡ଼୍ ଜାତୀୟ ଖାଦ୍ୟ ଆଦୌ ସାମିଲ କରନ୍ତୁ ନାହିଁ। ବ୍ରେକ୍ଫାଷ୍ଟରେ ତଟକା ଫଳମୂଳ ବ୍ୟତୀତ ବ୍ରେଡ, ବିସ୍କୁଟ ବି ଖାଇପାରିବେ। ଏହି ତାଲିକାରେ ସାଲାଡ୍ ସାମିଲ କରନ୍ତୁ।
The post ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ… appeared first on Dharitri Odia News.