ଏହିଦିନ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ
ନୂଆଦିଲ୍ଲୀ,୧୧।୧୧: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓରେ ପନ୍ନୁନ୍ ନଭେମ୍ବର ୧୬ ଏବଂ ୧୭ ରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି। ହିନ୍ଦୁ ମନ୍ଦିରଗୁଡିକୁ କ୍ଷତିଗ୍ରସ୍ଥ କରିବାକୁ ଏହି ଧମକ ଦିଆଯାଇଛି। ଏହି ଭିଡିଓରେ ପନ୍ନୁ କହିଛି, ”ଆମେ ଅଯୋଧ୍ୟାର ମୂଳଦୁଆ ଦୋହଲେଇଦେବୁ, ଯାହା ଉଗ୍ର ହିନ୍ଦୁବାଦୀ ବିଚାରଧାରାର ଉତ୍ପତ୍ତିସ୍ଥଳ। ଚଳିତବର୍ଷ ଜାନୁଆରୀ ମାସରେ ହୋଇଥିବା ଉଦଘାଟନ […] The post ଏହିଦିନ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧୧: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓରେ ପନ୍ନୁନ୍ ନଭେମ୍ବର ୧୬ ଏବଂ ୧୭ ରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି। ହିନ୍ଦୁ ମନ୍ଦିରଗୁଡିକୁ କ୍ଷତିଗ୍ରସ୍ଥ କରିବାକୁ ଏହି ଧମକ ଦିଆଯାଇଛି।
ଏହି ଭିଡିଓରେ ପନ୍ନୁ କହିଛି, ”ଆମେ ଅଯୋଧ୍ୟାର ମୂଳଦୁଆ ଦୋହଲେଇଦେବୁ, ଯାହା ଉଗ୍ର ହିନ୍ଦୁବାଦୀ ବିଚାରଧାରାର ଉତ୍ପତ୍ତିସ୍ଥଳ। ଚଳିତବର୍ଷ ଜାନୁଆରୀ ମାସରେ ହୋଇଥିବା ଉଦଘାଟନ ସମୟର ମୋଦିଙ୍କ ଫଟୋ ଏହି ଭିଡିଓରେ ଦେଖିବାକୁ ମିଳିଛି। ଅର୍ଥାତ ଖଲୀସ୍ତାନୀ ପକ୍ଷରୁ ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥଳକୁ ଖୋଲାଖୋଲି ଧମକ ମିଳିଛି। ଏଥିସହିତ କାନାଡ଼ାରେ ଥିବା ହିନ୍ଦୁ ଲୋକମାନେ ଖଲୀସ୍ତାନି ଆକ୍ରମଣଠାରୁ ଦୁରେଇ ରହିବାକୁ କୁହାଯାଇଛି।”
ଗତମାସରେ ପନ୍ନୁନ୍ ଧମକ ଦେଇଥିଲା ଯେ, ନଭେମ୍ବର ୧ ତାରିଖରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆରେ ଯାତ୍ରା କଲେ ହେବାକୁ ଥିବା ଘଟଣା ପାଇଁ ସତର୍କ ଥିବେ। ଯାହା ସେମାନେ ୧୯୮୪ରେ ହୋଇଥିବା ଶିଖଙ୍କ ବିରୋଧରେ ହୋଇଥିବା ହିଂସାର ୪୦ ତମ ବାର୍ଷିକୀ ଉପଲକ୍ଷେ ଘଟାଇବେ। ଏଥିସହିତ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ହିଂସା ପାଇଁ ପନ୍ନୁନ୍ ଆହ୍ୱାନ ଦେଇଛି।
The post ଏହିଦିନ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ appeared first on Dharitri Odia News.