ସକାଳୁ ଉଠିଲେ ଫୁଲୁଛି କି ଆଖି? କାହିଁକି ଦେଖାଯାଏ ମୁଣ୍ଡରେ ଭାରିପଣ ଏବଂ ଆଖି ଫୁଲିବା ସମସ୍ୟା?

ସକାଳୁ ସକାଳୁ ନିଦ ଭାଙ୍ଗିଲେ ଆଖିରେ ଭାରିପଣ ଏବଂ ଆଖି ଫୁଲିବା ସମସ୍ୟାଟି ପ୍ରାୟତଃ ପ୍ରତିଟି ଘରର ଏକ ସମସ୍ୟା ଥାଏ । ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯାହାଙ୍କ ଆଖି ସବୁବେଳେ ଫୁଲିଲା ଭଳି ଦେଖାଯାଉଥିବ । କିନ୍ତୁ ଏଭଳି କାହିଁକି ହୁଏ ପଚାରିଲେ ଉତ୍ତର ଆସିବ କେଜାଣି । ତେବେ ଏହି ସମସ୍ୟାର କାରଣ ଯଦି ଆପଣ ଜାଣିନାହାନ୍ତି ତାହେଲେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆଜି ଆମେ ଆପଣଙ୍କୁ ଏ ସଂପର୍କରେ ସୂଚିତ କରାଇବୁ । କଥାରେ ଅଛି ସ୍ବାସ୍ଥ୍ୟ ହିଁ ସଂପଦ । ସ୍ବାସ୍ଥ୍ୟ ଯଦି ଠିକ୍ ନଥିବ ଜୀବନରେ କେତେ ଉଚ୍ଚ ସୋପାନକୁ ଯାଆନ୍ତୁ ନା କାହିଁକି ଅସନ୍ତୋଷ ଲାଗି ହିଁ ରହିବ । ତେବେ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ହେଳା କାହିଁକି?  eye swelling Photograph: (google)   କାହିଁକି ଫୁଲେ ଆଖି?  ଏଲର୍ଜି : ଏଲର୍ଜିକ୍ ରିଆକ୍ସନ୍ ଯୋଗୁଁ ଆଖି ଚାରିପାର୍ଶ୍ବର ରକ୍ତ କଣିକା ଖେଳେଇ ହୋଇଯାଏ ଏବଂ ଆଖି ଫୁଲିବା ଭଳି ସମସ୍ୟା ଦେଖାଯାଏ । ଏତଦବାଦ୍ ଋତୁଜନିତ ଏଲର୍ଜି ଏବଂ କିଛି ସ୍କିନ୍ କେୟାର ପ୍ରଡକ୍ଟର ରିଆକ୍ସନ୍ ଯୋଗୁଁ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥାଏ ।  ସାଇନସ୍ : ଥଣ୍ଡା ଏବଂ ଏଲର୍ଜି କାରଣରୁ ଶରୀରରେ ସାଇନସ୍ ସମସ୍ୟା ବଢିଗଲେ ଆଖି ଫୁଲିବା ଭଳି ସମସ୍ୟା ଦେଖାଯାଏ । ବର୍ଦ୍ଧିତ ବୟସ : ବୟସ ବଢିବା ସଙ୍ଗେ ସଙ୍ଗେ ଆଖି ଚାରିପାର୍ଶ୍ବର ଚର୍ମ ପତଳା ହୋଇଯାଏ । ଯାହାଦ୍ବାରା ଫ୍ଲେକ୍ସିବିଲିଟି ମଧ୍ୟ କମ୍ ହୋଇଥାଏ । ଆଖି ପାଖର

ସକାଳୁ ଉଠିଲେ ଫୁଲୁଛି କି ଆଖି? କାହିଁକି ଦେଖାଯାଏ ମୁଣ୍ଡରେ ଭାରିପଣ ଏବଂ ଆଖି ଫୁଲିବା ସମସ୍ୟା?

ସକାଳୁ ସକାଳୁ ନିଦ ଭାଙ୍ଗିଲେ ଆଖିରେ ଭାରିପଣ ଏବଂ ଆଖି ଫୁଲିବା ସମସ୍ୟାଟି ପ୍ରାୟତଃ ପ୍ରତିଟି ଘରର ଏକ ସମସ୍ୟା ଥାଏ । ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯାହାଙ୍କ ଆଖି ସବୁବେଳେ ଫୁଲିଲା ଭଳି ଦେଖାଯାଉଥିବ । କିନ୍ତୁ ଏଭଳି କାହିଁକି ହୁଏ ପଚାରିଲେ ଉତ୍ତର ଆସିବ କେଜାଣି । ତେବେ ଏହି ସମସ୍ୟାର କାରଣ ଯଦି ଆପଣ ଜାଣିନାହାନ୍ତି ତାହେଲେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆଜି ଆମେ ଆପଣଙ୍କୁ ଏ ସଂପର୍କରେ ସୂଚିତ କରାଇବୁ । କଥାରେ ଅଛି ସ୍ବାସ୍ଥ୍ୟ ହିଁ ସଂପଦ । ସ୍ବାସ୍ଥ୍ୟ ଯଦି ଠିକ୍ ନଥିବ ଜୀବନରେ କେତେ ଉଚ୍ଚ ସୋପାନକୁ ଯାଆନ୍ତୁ ନା କାହିଁକି ଅସନ୍ତୋଷ ଲାଗି ହିଁ ରହିବ । ତେବେ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ହେଳା କାହିଁକି? 

eye swelling
eye swelling Photograph: (google)

 

କାହିଁକି ଫୁଲେ ଆଖି? 

ଏଲର୍ଜି : ଏଲର୍ଜିକ୍ ରିଆକ୍ସନ୍ ଯୋଗୁଁ ଆଖି ଚାରିପାର୍ଶ୍ବର ରକ୍ତ କଣିକା ଖେଳେଇ ହୋଇଯାଏ ଏବଂ ଆଖି ଫୁଲିବା ଭଳି ସମସ୍ୟା ଦେଖାଯାଏ । ଏତଦବାଦ୍ ଋତୁଜନିତ ଏଲର୍ଜି ଏବଂ କିଛି ସ୍କିନ୍ କେୟାର ପ୍ରଡକ୍ଟର ରିଆକ୍ସନ୍ ଯୋଗୁଁ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥାଏ । 

ସାଇନସ୍ : ଥଣ୍ଡା ଏବଂ ଏଲର୍ଜି କାରଣରୁ ଶରୀରରେ ସାଇନସ୍ ସମସ୍ୟା ବଢିଗଲେ ଆଖି ଫୁଲିବା ଭଳି ସମସ୍ୟା ଦେଖାଯାଏ । 
ବର୍ଦ୍ଧିତ ବୟସ : ବୟସ ବଢିବା ସଙ୍ଗେ ସଙ୍ଗେ ଆଖି ଚାରିପାର୍ଶ୍ବର ଚର୍ମ ପତଳା ହୋଇଯାଏ । ଯାହାଦ୍ବାରା ଫ୍ଲେକ୍ସିବିଲିଟି ମଧ୍ୟ କମ୍ ହୋଇଥାଏ । ଆଖି ପାଖରେ ଜମିଥିବା ଚର୍ବି ଢିଲା ହୋଇ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୁଏ । 

Sleep Cycle
Sleep Cycle Photograph: (google)

ନିଦ୍ରା ଅଭାବ : ଯେତେବେଳେ ନିଦର କଥା ଆସେ , କିଛି ଲୋକ କୁହନ୍ତି ହଁ ଆଜି ଦିନସାରା ମୁଁ ଶୋଇଛି .. କିନ୍ତୁ ବିଛଣା ଉପରେ ଆପଣ କେତେ ସମୟ ପଡ଼ିରହୁଛନ୍ତି ଏହାକୁ ନିଦ ବୋଲି କୁହାଯାଇପାରିବ ନାହିଁ । ନିଘୋଟ ଏବଂ ଶରୀରକୁ ଆବଶ୍ୟକ ଥିବା ପର୍ଯ୍ୟାପ୍ତ ମାତ୍ରାର ନିଦ ନହେଲେ ଆଖି ଫୁଲିବା ଏବଂ ଶୋଇ କରି ଉଠିବା ପରେ ଆଖିରେ ଭାରିପଣ ଅନୁଭବ କରିବା ସମସ୍ୟାର ଆପଣ ସମ୍ମୁଖୀନ ହୋଇପାରିବେ । 

ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବା : ଯଦି ଆପଣ ଖାଦ୍ୟରେ ବହୁତ ଲୁଣର ବ୍ୟବହାର କରୁଛନ୍ତି ତାହେଲେ ଏହା ଆପଣଙ୍କ ଶରୀରରେ ପାଣି ଜମାଇବାର କାମ କରେ । ଯାହାଦ୍ବାରା ଆଖି ଫୁଲିବା ସମସ୍ୟା ଦେଖାଯାଏ । 

ତେବେ ଏ ସବୁ ସମସ୍ୟାରୁ ମୁକୁଳିବା ପାଇଁ କ’ଣ କରିବା ଦରକାର ଆସନ୍ତୁ ଜାଣିବା । 

Health
Health Photograph: (google)

ଆଖି ଫୁଲିବା ସମସ୍ୟାକୁ କମାଇବା ପାଇଁ କାକୁଡ଼ି ଏକ ଭଲ ଉପାୟ ହୋଇପାରିବ । କାକୁଡ଼ିରେ ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ଏହା ଆଖି ଫୁଲିବା ସମସ୍ୟାକୁ କମ୍ କରିଥାଏ । କାକୁଡ଼ିକୁ ପତଳା କରି କାଟି ଏହାର ସ୍ଲାଇସ୍ କୁ ଆଖିରେ ୧୦ ରୁ ୧୫ ମିନିଟ୍ ଲଗାଇ ରଖନ୍ତୁ ଫୁଲାପଣ କମ୍ ହେବ । 

ଚା’ରେ ଥିବା କେଫିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ୍ ରକ୍ତ କଣିକା ଖେଳେଇ ହେବାକୁ ରୋକେ ଏବଂ ଫୁଲାପଣ ସମସ୍ୟାକୁ କମାଇବାରେ ମଧ୍ୟ ସହାୟକ ହୁଏ । ତାଜାପଣ ପାଇଁ ଆପଣ ଓଦାଥିବା ଥଣ୍ଡା ଟିବ୍ୟାଗ୍ ଆଖିରେ ଲଗାଇରଖନ୍ତୁ । କେମୋମାଇଲ୍ କିମ୍ବା ଗ୍ରୀନ୍ ଟି ବ୍ୟାଗ୍ ଆଖିଫୁଲାକୁ କମାଇବା ପାଇଁ ଭଲ କାମ କରିବ । 

ଥଣ୍ଡାସେକ : ଆଖିରେ ଥଣ୍ଡାସେକ ଦେଲେ ରକ୍ତ କଣିକା ସଙ୍କୁଚିତ ହୋଇ ଫୁଲିବା ସମସ୍ୟା କମ୍ କରାଏ । ବରଫକୁ ରୁମାଲ୍ କିମ୍ବା କୌଣସି କପଡ଼ାରେ ବାନ୍ଧି ଆଖିରେ ଧିରେ ଧିରେ ଲଗାନ୍ତୁ । ଫୁଲାପଣ କମିବ । 

Potato
Potato Photograph: (google)

ଆଳୁ : ଆଳୁରେ ଏନ୍ଜାଇମ୍ , ଷ୍ଟାର୍ଚ ଏବଂ ଆଣ୍ଟି-ଇନଫ୍ଲାମେଟରୀ ଗୁଣର ମାତ୍ରା ଅଧିକ ଥାଏ । ଆଳୁକୁ ପତଳା କରି କାଟି ଏହାର ୨ ଟି ସ୍ଲାଇସ୍ କୁ ଆଖିରେ ଲଗାଇ ୧୦ ମିନିଟ୍ ରଖନ୍ତୁ ଆଉ ଫାଇଦା ଦେଖନ୍ତୁ ।

ଥଣ୍ଡା କ୍ଷୀର : ଥଣ୍ଡା କ୍ଷୀରର ତାପମାତ୍ରା ତ୍ବଚାକୁ ଆରାମ୍ ଦେବା ଏବଂ ହାଇଡ୍ରେଟ୍ ରଖିବା ଭଳି କାମ କରିଥାଏ । ଥଣ୍ଡା କ୍ଷୀରରେ ତୁଳାକୁ ବୁଡ଼ାଇ ଆଖି ଉପରେ ଲଗାନ୍ତୁ । ଫରକ ଜାଣିପାରିବେ । 

ତେବେ ଏହି ସବୁ ଟିପ୍ସ କେବଳ ପ୍ରାଥମିକ ପର୍ଯ୍ୟାୟରେ ଆଖିକୁ ସ୍ବଳ୍ପମାତ୍ରାରେ ଫୁଲାପଣରୁ କମ୍ କରିବାରେ ସାହାଯ୍ୟ ହେବ । ସମସ୍ୟା ଯଦି ଜଟିଳ ଅଛି ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ନେବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ହେବ ।