ସକାଳୁ ସକାଳୁ ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ସକାଳୁ ସକାଳୁ ଥରିଉଠିଛି ମଣିପୁର। ସକାଳେ ମଣିପୁରରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୩.୯ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଶୁକ୍ରବାର ସୂଚନା ଦେଇଛି ଯେ ମଣିପୁରର ଉଖରୁଲରେ ସକାଳ ୬ଟା ୫୬ ରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ସୂଚନାଯୋଗ୍ୟ, ମଙ୍ଗଳବାର ପଶ୍ଚିମ ମେଘାଳୟରେ ହାଲୁକା ତୀବ୍ରତାର ଭୂକମ୍ପ […] The post ସକାଳୁ ସକାଳୁ ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର appeared first on Dharitri Odia News.

ସକାଳୁ ସକାଳୁ ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ସକାଳୁ ସକାଳୁ ଥରିଉଠିଛି ମଣିପୁର। ସକାଳେ ମଣିପୁରରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୩.୯ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଶୁକ୍ରବାର ସୂଚନା ଦେଇଛି ଯେ ମଣିପୁରର ଉଖରୁଲରେ ସକାଳ ୬ଟା ୫୬ ରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।
ସୂଚନାଯୋଗ୍ୟ, ମଙ୍ଗଳବାର ପଶ୍ଚିମ ମେଘାଳୟରେ ହାଲୁକା ତୀବ୍ରତାର ଭୂକମ୍ପ ଘଟିଥିଲା। ଏଠାରେ ଥିବା ଆଞ୍ଚଳିକ ଭୂକମ୍ପ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ ଅପରାହ୍ନ ୨ଟା ୨୭ରେ ପଶ୍ଚିମ ଗାରୋ ହିଲ୍ସ ଜିଲାରେ ୪.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା, ଯାହାର କେନ୍ଦ୍ରସ୍ଥଳ ପାଞ୍ଚ କିଲୋମିଟର ଗଭୀରରେ ଥିଲା।

The post ସକାଳୁ ସକାଳୁ ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର appeared first on Dharitri Odia News.