ସକାଳୁ ସକାଳୁ ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭୁବନେଶ୍ବର,୧୧।୨: ରାଜଧାନୀ ଭୁବନେଶ୍ୱର ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍‌-ବାଇକ ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ହେଲେ ୩ଜଣ ଯୁବକ ଜିଜିପି କଲୋନୀରେ ରହୁଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଜଗତସିଂହପୁରରୁ ଏକ କାର୍‌ ପୁରୀ ଅଭିମୁଖେ ଯାଉଥିଲା। ହେଲେ ଟଙ୍କପାଣି ସାଇ ମନ୍ଦିର ନିକଟରେ କାର୍‌-ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ […] The post ସକାଳୁ ସକାଳୁ ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ appeared first on Dharitri Odia News.

ସକାଳୁ ସକାଳୁ ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭୁବନେଶ୍ବର,୧୧।୨: ରାଜଧାନୀ ଭୁବନେଶ୍ୱର ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍‌-ବାଇକ ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ହେଲେ ୩ଜଣ ଯୁବକ ଜିଜିପି କଲୋନୀରେ ରହୁଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଜଗତସିଂହପୁରରୁ ଏକ କାର୍‌ ପୁରୀ ଅଭିମୁଖେ ଯାଉଥିଲା। ହେଲେ ଟଙ୍କପାଣି ସାଇ ମନ୍ଦିର ନିକଟରେ କାର୍‌-ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ୩ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କାର୍‌ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

The post ସକାଳୁ ସକାଳୁ ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ appeared first on Dharitri Odia News.