ସଗାରେଟ୍ ଟାଣୁଥିବା ଏହି ଫଟୋ କ’ଣ ସୋନିଆ ଗାନ୍ଧୀଙ୍କର? ଜାଣନ୍ତୁ ଫଟୋ ପଛର ସତ୍ୟତା
ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସିଗାରେଟ ଧରିଥିବା ଫଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଦାବି କରୁଛନ୍ତି ଯେ, ଏହା ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଫଟୋ। ଏକ୍ସରେ ଭଗବା କ୍ରାନ୍ତି ନାମକ ଜଣେ ଉପଭୋକ୍ତା ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଚିହ୍ନି ପାରିଲେ , ତାଙ୍କୁ ୮୫୦୦ ମିଳିବ। ତେବେ ଏହି ଫଟୋ କେତେଦୂର ସତ ତାହକୁ ନେଇ ଯାଞ୍ଚ କରାଯାଇଥିଲା। ଭାଇରାଲ ପ୍ରତିଛବିର ନିମ୍ନ ବାମ […] The post ସଗାରେଟ୍ ଟାଣୁଥିବା ଏହି ଫଟୋ କ’ଣ ସୋନିଆ ଗାନ୍ଧୀଙ୍କର? ଜାଣନ୍ତୁ ଫଟୋ ପଛର ସତ୍ୟତା appeared first on Dharitri Odia News.
ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସିଗାରେଟ ଧରିଥିବା ଫଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଦାବି କରୁଛନ୍ତି ଯେ, ଏହା ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଫଟୋ।
ଏକ୍ସରେ ଭଗବା କ୍ରାନ୍ତି ନାମକ ଜଣେ ଉପଭୋକ୍ତା ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଚିହ୍ନି ପାରିଲେ , ତାଙ୍କୁ ୮୫୦୦ ମିଳିବ। ତେବେ ଏହି ଫଟୋ କେତେଦୂର ସତ ତାହକୁ ନେଇ ଯାଞ୍ଚ କରାଯାଇଥିଲା। ଭାଇରାଲ ପ୍ରତିଛବିର ନିମ୍ନ ବାମ କୋଣରେ ଏକ ୱାଟର ମାର୍କ ଥିଲା। ଯେଉଁଥିରେ ଲେଖାଥିଲା ରିମେକର୍।
ଏଥିରୁ ସୂଚନା ମିଳିଲା ଯେ, ରିମେକର୍ ହେଉଛି ଏକ ଏଆଇ ସୃଜନଶୀଳ ବିଷୟବସ୍ତୁ ଜେନେରେଟର, ଯାହା ସାହାଯ୍ୟରେ ଯେକୌଣସି ଫଟୋ କିମ୍ବା ଭିଡିଓରେ ଚେହେରା ପରିବର୍ତ୍ତନ କରାଯାଇପାରିବ। ଏହି ସାହାଯ୍ୟରେ ଫଟୋଟି ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।
The post ସଗାରେଟ୍ ଟାଣୁଥିବା ଏହି ଫଟୋ କ’ଣ ସୋନିଆ ଗାନ୍ଧୀଙ୍କର? ଜାଣନ୍ତୁ ଫଟୋ ପଛର ସତ୍ୟତା appeared first on Dharitri Odia News.