ସଙ୍ଗମର ପବିତ୍ର ଜଳରେ କୁମ୍ଭ ସ୍ନାନ କଲେ ଗୋରଖପୁର ଜିଲ୍ଲା ଜେଲର ୧୯୧୧ କୈଦୀ

ଗୋରଖପୁର ୧୭।୨: ପ୍ରୟାଗରାଜରେ ୧୪୪ ବର୍ଷ ପରେ ମହାକୁମ୍ଭ ଅନୁଷ୍ଠିତ ହେଉଛି। ଏହି ମେଳାରେ ଏ ପର୍ଯ୍ୟନ୍ତ ୫୦କୋଟିରୁ ଅଧିକ ଲୋକେ ଆସ୍ଥାର ବୁଡ଼ ପକାଇଲେଣି। ଏଥିରେ ଏବେ ଗୋରଖପୁର ଜିଲ୍ଲା ଜେଲର କୈଦୀ ମଧ୍ୟ ସାମିଲ  ହୋଇଛନ୍ତି। ଜିଲ୍ଲା ଜେଲରେ ବନ୍ଦ ୧୯୧୧ ବନ୍ଦୀଙ୍କ ନିବେଦନରେ ଜିଲ୍ଲା ଜେଲର ଓ ଜେଲ ଅଧିକ୍ଷକ ସେମାନଙ୍କ କୁମ୍ଭ ସ୍ନାନ ବ୍ୟବସ୍ଥା କରିଛନ୍ତି। ଏହିକ୍ରମରେ ପ୍ରୟାଗରାଜ ସଙ୍ଗମରୁ ଟ୍ୟାଙ୍କରରେ ପାଣି ଆଣି ଜେଲରେ ବନ୍ଦୀଙ୍କ କୁମ୍ଭସ୍ନାନ ଇଛା ପୁରଣ କରାଯାଇଛି। ଜେଲ ଅଧିକ୍ଷକ ବି.କେ.ପାଣ୍ଡେ କହିଛନ୍ତି ଯେ ବନ୍ଦୀମାନେ କୁମ୍ଭସ୍ନାନ କରିବାକୁ ଇଛା ପ୍ରକାଶ କରିଥିଲେ। ହଜାର ହଜାର ଲୋକେ କୁମ୍ଭରେ ପ୍ରୟାଗରାଜ ଯାଇ ବୁଡ଼ ପକାଉଛନ୍ତି। ସେମାନେ ବନ୍ଦୀ ଥିବାରୁ କୁମ୍ଭରେ ଯାଇ ସ୍ନାନ କରିପାରିବେ ନାହିଁ, ତେବେ ସେମାନଙ୍କ ପାଇଁ ତ୍ରିବେଣୀ ସଙ୍ଗମରୁ ପାଣି ଆଣି ସେମାନଙ୍କ ସ୍ନାନ ବ୍ୟବସ୍ଥା କରାଯାଇ ପାରିବ ବୋଲି କହିଥିଲେ। ସେହି ଅନୁସାରେ ଜେଲର କୈଦୀଙ୍କ ନିମନ୍ତେ ତ୍ରିବେଣୀ ସଙ୍ଗମରୁ ଟ୍ୟାଙ୍କରରେ ପାଣି ଅଣାଯାଇଛି। ଏହି ଟ୍ୟାଙ୍କର ପାଣିକୁ ଟାଙ୍କିରେ ପୁରାଇ କୈଦୀଙ୍କ କୁମ୍ଭସ୍ନାନ ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ ମହାକୁମ୍ଭ ପରିସରରେ ୧୭ ଫେବୃଆରୀ ସୋମବାର ମଧ୍ୟାହ୍ନରେ ପୁଣି ଥରେ ମହାକୁମ୍ଭରେ ନିଆଁ ଲାଗିଛି। କୁମ୍ଭମେଳା ସେକ୍ଟର୮ରେ ଥିବା ଶ୍ରୀ କପି ମାନସ ମଣ୍ଡଳ ଓ ଉପଭୋକ୍ତା ସଂରକ୍ଷଣ କମିଟି ଶିବିରରେ ନିଆଁ

ସଙ୍ଗମର ପବିତ୍ର ଜଳରେ କୁମ୍ଭ ସ୍ନାନ କଲେ ଗୋରଖପୁର ଜିଲ୍ଲା ଜେଲର ୧୯୧୧ କୈଦୀ

ଗୋରଖପୁର ୧୭।୨: ପ୍ରୟାଗରାଜରେ ୧୪୪ ବର୍ଷ ପରେ ମହାକୁମ୍ଭ ଅନୁଷ୍ଠିତ ହେଉଛି। ଏହି ମେଳାରେ ଏ ପର୍ଯ୍ୟନ୍ତ ୫୦କୋଟିରୁ ଅଧିକ ଲୋକେ ଆସ୍ଥାର ବୁଡ଼ ପକାଇଲେଣି। ଏଥିରେ ଏବେ ଗୋରଖପୁର ଜିଲ୍ଲା ଜେଲର କୈଦୀ ମଧ୍ୟ ସାମିଲ  ହୋଇଛନ୍ତି। ଜିଲ୍ଲା ଜେଲରେ ବନ୍ଦ ୧୯୧୧ ବନ୍ଦୀଙ୍କ ନିବେଦନରେ ଜିଲ୍ଲା ଜେଲର ଓ ଜେଲ ଅଧିକ୍ଷକ ସେମାନଙ୍କ କୁମ୍ଭ ସ୍ନାନ ବ୍ୟବସ୍ଥା କରିଛନ୍ତି। ଏହିକ୍ରମରେ ପ୍ରୟାଗରାଜ ସଙ୍ଗମରୁ ଟ୍ୟାଙ୍କରରେ ପାଣି ଆଣି ଜେଲରେ ବନ୍ଦୀଙ୍କ କୁମ୍ଭସ୍ନାନ ଇଛା ପୁରଣ କରାଯାଇଛି। 

ଜେଲ ଅଧିକ୍ଷକ ବି.କେ.ପାଣ୍ଡେ କହିଛନ୍ତି ଯେ ବନ୍ଦୀମାନେ କୁମ୍ଭସ୍ନାନ କରିବାକୁ ଇଛା ପ୍ରକାଶ କରିଥିଲେ। ହଜାର ହଜାର ଲୋକେ କୁମ୍ଭରେ ପ୍ରୟାଗରାଜ ଯାଇ ବୁଡ଼ ପକାଉଛନ୍ତି। ସେମାନେ ବନ୍ଦୀ ଥିବାରୁ କୁମ୍ଭରେ ଯାଇ ସ୍ନାନ କରିପାରିବେ ନାହିଁ, ତେବେ ସେମାନଙ୍କ ପାଇଁ ତ୍ରିବେଣୀ ସଙ୍ଗମରୁ ପାଣି ଆଣି ସେମାନଙ୍କ ସ୍ନାନ ବ୍ୟବସ୍ଥା କରାଯାଇ ପାରିବ ବୋଲି କହିଥିଲେ। ସେହି ଅନୁସାରେ ଜେଲର କୈଦୀଙ୍କ ନିମନ୍ତେ ତ୍ରିବେଣୀ ସଙ୍ଗମରୁ ଟ୍ୟାଙ୍କରରେ ପାଣି ଅଣାଯାଇଛି। ଏହି ଟ୍ୟାଙ୍କର ପାଣିକୁ ଟାଙ୍କିରେ ପୁରାଇ କୈଦୀଙ୍କ କୁମ୍ଭସ୍ନାନ ବ୍ୟବସ୍ଥା କରାଯାଇଛି। 

ସୂଚନା ଅନୁସାରେ ମହାକୁମ୍ଭ ପରିସରରେ ୧୭ ଫେବୃଆରୀ ସୋମବାର ମଧ୍ୟାହ୍ନରେ ପୁଣି ଥରେ ମହାକୁମ୍ଭରେ ନିଆଁ ଲାଗିଛି। କୁମ୍ଭମେଳା ସେକ୍ଟର୮ରେ ଥିବା ଶ୍ରୀ କପି ମାନସ ମଣ୍ଡଳ ଓ ଉପଭୋକ୍ତା ସଂରକ୍ଷଣ କମିଟି ଶିବିରରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୪ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଛି। ସୂଚନା ମିଳିବାମାତ୍ରେ ଦମକଳ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିସମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ସୂଚନା ଅନୁସାରେ ନିଆଁ ଲାଗିବା ଯୋଗୁ କେହି ହତାହତ ହୋଇ ନାହାନ୍ତି। ତେବେ ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣାପଡି ନାହିଁ।