ସଚିନ ତେନ୍ଦୁଲକରଙ୍କ ବିରାଟ ରେକର୍ଡକୁ ଭାଙ୍ଗିଲେ ଏହି ବ୍ୟାଟର

ଟେଷ୍ଟ କ୍ରିକେଟର ୪ର୍ଥ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ଜୋ ରୁଟଙ୍କ ନାଁରେ ଯୋଡ଼ି ହୋଇଯାଇଛି।

ସଚିନ ତେନ୍ଦୁଲକରଙ୍କ ବିରାଟ ରେକର୍ଡକୁ ଭାଙ୍ଗିଲେ ଏହି ବ୍ୟାଟର

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଥିବା ସର୍ବକାଳୀନ ବିରାଟ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ। ଟେଷ୍ଟ କ୍ରିକେଟର ୪ର୍ଥ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ଜୋ ରୁଟଙ୍କ ନାଁରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ଏହି ରେକର୍ଡ ଗ୍ରେଟ ସଚିନଙ୍କ ନାଁରେ ରହିଥିଲା।

ରୁଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରି ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟକୁ ୮ ୱିକେଟରେ କବଜା କରିନେଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ରୁଟ କୌଣସି ପ୍ରଭାବ ଦେଖାଇ ପାରି ନଥିଲେ।

ସେ କୌଣସି ରନ ନ କରି ଆଉଟ ହୋଇଥିଲେ। ତେବେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୦୪ ରନର ଟାର୍ଗେଟକୁ ପିଛା କରୁଥିବା ବେଳେ ରୁଟ ୧୫ ବଲରେ ୨୩ ରନ କରି ଅପରାଜିତ ରହିଥିଲେ। ଏହି ୨୩ ରନର ଇନିଂସ ପରେ ସଚିନଙ୍କ ସର୍ବକାଳୀନ ୪ର୍ଥ ଇନିଂସ ରେକର୍ଡକୁ ରୁଟ ଭାଙ୍ଗି ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଟେଷ୍ଟ ମ୍ୟାଚ୍‌ର ୪ର୍ଥ ଇନିଂସରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ସଚିନଙ୍କ ନାଁରେ ଥିଲା। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୧୬୨୫ ରନ କରିଥିଲେ। ହେଲେ ରୁଟ ଇତି ମଧ୍ୟରେ ଟେଷ୍ଟ ମ୍ୟାଚର ୪ର୍ଥ ଇନିଂସରେ ୧୬୩୦ ରନ କରିସାରିଲେଣି।

ରୁଟ ଓ ସଚିନଙ୍କ ପରେ ୧୬୧୧ ରନ ସହ ଆଲିଷ୍ଟର କୁକ ଓ ସମାନ ୧୬୧୧ ରନ ସହ ଗ୍ରେମ ସ୍ମିଥ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ୪ର୍ଥ ସ୍ଥାନରେ ୧୫୮୦ ରନ ସହ ୱେଷ୍ଟଇଣ୍ଡିଜର ଶିବନାରାୟଣ ଚନ୍ଦ୍ରପଲ ଅଛନ୍ତି।