ସଚିବ ସ୍ତରରେ ଅଦଳବଦଳ; ହଟିଲେ ଇଡକୋର ଚେୟାରମ୍ୟାନ୍ ହେମନ୍ତ ଶର୍ମା

ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି।

ସଚିବ ସ୍ତରରେ ଅଦଳବଦଳ; ହଟିଲେ ଇଡକୋର ଚେୟାରମ୍ୟାନ୍ ହେମନ୍ତ ଶର୍ମା

ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି। ତାଙ୍କ ସ୍ଥାନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଚେୟାରମ୍ୟାନ୍ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

ସେହିଭଳି ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଜି ମାଥିଭାଥନନଙ୍କୁ ଦାୟିତ୍ବରୁ ହଟାଇ ତାଙ୍କ ସ୍ଥାନରେ ଜିଏ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେପଟେ କ୍ରୀଡ଼ା ସଚିବ ପଦରୁ ହଟିଛନ୍ତି ଭିନିଲ କ୍ରିଷ୍ଣା। ତାଙ୍କ ସ୍ଥାନରେ ଭାସ୍କର ଜ୍ୟୋତି ଶର୍ମା ହୋଇଛନ୍ତି କ୍ରୀଡ଼ା ବିଭାଗ ସଚିବ। ସେପଟେ ଭିନିଲ କ୍ରିଷ୍ଣାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିଶନର ଭାବେ ନିଯୁକ୍ତି ମିଳିଛି।