ସଚେତନତା ସୃଷ୍ଟି କରୁଛନ୍ତି ଜୟପୁରର ଏହି ମହିଳା, ଚାଉଳ ଦାନା ଉପରେ ଲେଖିଲେ, ‘ଆପଣଙ୍କ ଭୋଟ୍‌ ଆପଣଙ୍କ ଶକ୍ତି’

ରାଜସ୍ଥାନର ଜୟପୁରରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜର କଳା ଜରିଆରେ ଲୋକମାନଙ୍କୁ ମତଦାନ ନେଇ ସଚେତନ କରୁଛନ୍ତି । ଗୋଟିଏ ପଟେ ଦେଶରେ ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ବିଜୟ ପାଇଁ ଜନତାଙ୍କୁ ମନାଉଥିବା ବେଳେ ଅନ୍ୟପଟେ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବାସ୍ତବରେ, ଜନତାଙ୍କ ଅସଲ ଶକ୍ତି ହିଁ ତାଙ୍କର ମତଦାନ ହୋଇଥାଏ । ଏହି କାରଣରୁ ଗଣତନ୍ତ୍ରରେ ମତଦାନକୁ […] The post ସଚେତନତା ସୃଷ୍ଟି କରୁଛନ୍ତି ଜୟପୁରର ଏହି ମହିଳା, ଚାଉଳ ଦାନା ଉପରେ ଲେଖିଲେ, ‘ଆପଣଙ୍କ ଭୋଟ୍‌ ଆପଣଙ୍କ ଶକ୍ତି’ appeared first on KNews Odisha.

ସଚେତନତା ସୃଷ୍ଟି କରୁଛନ୍ତି ଜୟପୁରର ଏହି ମହିଳା, ଚାଉଳ ଦାନା ଉପରେ ଲେଖିଲେ, ‘ଆପଣଙ୍କ ଭୋଟ୍‌ ଆପଣଙ୍କ ଶକ୍ତି’
rice

ରାଜସ୍ଥାନର ଜୟପୁରରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜର କଳା ଜରିଆରେ ଲୋକମାନଙ୍କୁ ମତଦାନ ନେଇ ସଚେତନ କରୁଛନ୍ତି । ଗୋଟିଏ ପଟେ ଦେଶରେ ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ବିଜୟ ପାଇଁ ଜନତାଙ୍କୁ ମନାଉଥିବା ବେଳେ ଅନ୍ୟପଟେ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବାସ୍ତବରେ, ଜନତାଙ୍କ ଅସଲ ଶକ୍ତି ହିଁ ତାଙ୍କର ମତଦାନ ହୋଇଥାଏ । ଏହି କାରଣରୁ ଗଣତନ୍ତ୍ରରେ ମତଦାନକୁ ସବୁଠାରୁ ବଡ଼ ପର୍ବ ବୋଲି ବିବେଚନା କରାଯାଇଛି ।

ଏମିତିରେ ନିର୍ବାଚନ ଆୟୋଗ ମଧ୍ୟ ଲୋକସଭା ନିର୍ବାଚନରେ ଶତ ପ୍ରତିଶତ ମତଦାନକୁ ନେଇ ଅନେକ ଅଭିଯାନ ଚଳାଇଛନ୍ତି । ଏହାରି ଭିତରେ ଜୟପୁରର ସାଙ୍ଗାନୋରରେ ରହୁଥିବା ନୀରୁ ଛାବଡ଼ା ନାମ୍ନୀ ମହିଳା ଚର୍ଚ୍ଚାରେ ଅଛନ୍ତି । ସେ ଚାଉଳ ଦାନାରେ ଏମିତି କଳାର ଯାଦୁ ଦେଖାଇଛନ୍ତି, ଯାହାଙ୍କୁ ନିର୍ବାଚନ ଆୟୋଗ ମଧ୍ୟ ପ୍ରଶଂସା କରିଛନ୍ତି ।

ନୀରୁ ଛାବଡ଼ା ଦେଶର ବିକାଶ ପାଇଁ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି । ସେ ନିଜର କଳା ଜରିଆରେ ଲୋକମାନଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ନୀରୁ ଚାଉଳର ଛୋଟ ଛୋଟ ଦାନା ଉପରେ ନିଜର ସୂକ୍ଷ୍ମ ଲିଖନ କଳାରେ ଲୋକଙ୍କୁ ଭୋଟର ଅଧିକାର ବିଷୟରେ ଜଣାଇଛନ୍ତି ।

ସେ ନିର୍ବାଚନକୁ ନଜରରେ ରଖି ଭାରତର ନକ୍ସା ସହିତ ରାଜସ୍ଥାନର ନକ୍ସା ଉପରେ ମଧ୍ୟ ଚାଉଳ ଦାନା ଉପରେ ସ୍ଲୋଗାନ ଲେଖିଛନ୍ତି । ନୀରୁ ଛାବଡ଼ା କହିଛନ୍ତି ଯେ ୧୯୮୪ରେ ରୋଷେଇ ଘରେ ଚାଉଳ ବାଛିବା ସମୟରେ ମନରେ ଏକ ଆଇଡିଆ ଆସିଥିଲା । ଏହାପରେ ଚାଉଳ ଦାନା ଉପରେ କିଛି ଲେଖିବାକୁ ପ୍ରୟାସ କରିଥିଲି ।

ଅବଶ୍ୟ, ପ୍ରଥମ ଥର ସଫଳ ହୋଇ ନ ଥିଲି, କିନ୍ତୁ ପରେ ଗୋଟିଏ ଚାଉଳରେ ଦୁଇଟି ଅକ୍ଷର ସହ ସୂକ୍ଷ୍ମ ଲିଖନ ଆରମ୍ଭ କରିଥିଲି । ବର୍ତ୍ତମାନ ଗୋଟିଏ ହିଁ ଚାଉଳ ଦାନାରେ ୧୦୮ ଅକ୍ଷର ଲେଖିବାର ରେକର୍ଡ ହୋଇପାରିଛି । ହିନ୍ଦୀରେ ସମ୍ବିଧାନର ପୂରା ପରିଭାଷା ମଧ୍ୟ ସେ ଚାଉଳ ଉପରେ ଲେଖିଛନ୍ତି । ଏହି କାରଣରୁ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ତାଙ୍କ କଳାର ପ୍ରଶଂସା କରିଛନ୍ତି ।

The post ସଚେତନତା ସୃଷ୍ଟି କରୁଛନ୍ତି ଜୟପୁରର ଏହି ମହିଳା, ଚାଉଳ ଦାନା ଉପରେ ଲେଖିଲେ, ‘ଆପଣଙ୍କ ଭୋଟ୍‌ ଆପଣଙ୍କ ଶକ୍ତି’ appeared first on KNews Odisha.