ସଜାଗ ଗଣମାଧ୍ୟମ ଜିଲ୍ଲା ବିକାଶରେ ସହାୟକ ହେବ: ଜିଲ୍ଲାପାଳ

ସେମିଳିଗୁଡା: ଗଣମାଧ୍ୟମ ସଜାଗ ଥିଲେ ଜିଲ୍ଲାର ବିକାଶ ସୁନିଶ୍ଚିତ। ସରକାରୀ ଯୋଜନାର ପ୍ରଚାର, ପ୍ରସାର, କାର୍ଯ୍ୟକାରିତା, ତଦାରଖ ଗଣମାଧ୍ୟମ ବିନା ଅସମ୍ଭବ। କୋରାପୁଟ ଜିଲ୍ଲା ସେମିଳିଗୁଡା ଠାରେ ଆୟୋଜିତ ସମାଜ ପାଠକ ସମ୍ମିଳନୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏଥିପାଇଁ ଶତାୟୁ ଗଣମାଧ୍ୟମ ସମାଜ ଓ ଏହାର ପରିଚାଳନା କର୍ତ୍ତୃପକ୍ଷ ଲୋକସେବକ ମଣ୍ଡଳକୁ ପ୍ରଶଂସା କରିଥିଲେ। ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜ ର ମୁଦ୍ରାକର ଓ […]

ସଜାଗ ଗଣମାଧ୍ୟମ ଜିଲ୍ଲା ବିକାଶରେ ସହାୟକ ହେବ: ଜିଲ୍ଲାପାଳ

ସେମିଳିଗୁଡା: ଗଣମାଧ୍ୟମ ସଜାଗ ଥିଲେ ଜିଲ୍ଲାର ବିକାଶ ସୁନିଶ୍ଚିତ। ସରକାରୀ ଯୋଜନାର ପ୍ରଚାର, ପ୍ରସାର, କାର୍ଯ୍ୟକାରିତା, ତଦାରଖ ଗଣମାଧ୍ୟମ ବିନା ଅସମ୍ଭବ। କୋରାପୁଟ ଜିଲ୍ଲା ସେମିଳିଗୁଡା ଠାରେ ଆୟୋଜିତ ସମାଜ ପାଠକ ସମ୍ମିଳନୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏଥିପାଇଁ ଶତାୟୁ ଗଣମାଧ୍ୟମ ସମାଜ ଓ ଏହାର ପରିଚାଳନା କର୍ତ୍ତୃପକ୍ଷ ଲୋକସେବକ ମଣ୍ଡଳକୁ ପ୍ରଶଂସା କରିଥିଲେ। ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜ ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର କୁଳପତି ଡ.ଚକ୍ରଧର ତ୍ରିପାଠୀ ଭାରତର ବିଶ୍ଵ ବିଦ୍ୟାଳୟ ବ୍ୟକ୍ତିଙ୍କ ସହ ସମାଜ ଓ ପରିବାର ନିର୍ମାଣରେ ବିଶ୍ଵାସ କରେ ବୋଲି କହି ସମାଜର ଭୂମିକାକୁ ପ୍ରଶଂସା କରିଥିଲେ। ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ମିଳିଛି। ଲେଖନୀରୁ ପ୍ରକାଶିତ  ପ୍ରତିଟି ଖବରକୁ ଲୋକେ ବିଶ୍ଵାସ କରିଥାନ୍ତି । ଏଣୁ ଆମକୁ ସଦାସର୍ବଦା ସତ୍ୟ ଏବଂ ନୀରପେକ୍ଷ ଖବର ପରିବେଷଣ କରିବା ନିହାତି ଜରୁରୀ ବୋଲି ଡ. ଆଚାର୍ଯ୍ୟ ତାଙ୍କ ଅଭିଭାଷଣରେ ମତ ରଖିଥିଲେ। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଯେଉଁ ଉଦ୍ଦେଶ୍ୟରେ ସମାଜ ଗଢିଥିଲେ , ଲୋକସେବକ ମଣ୍ଡଳ ଓ ପରିଚାଳନା କମିଟି ଏହାକୁ ବର୍ତ୍ତମାନ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରୁଛି।