ସଞ୍ଜୟ ରାଓ୍ବତଙ୍କ ଅଭିଯୋଗ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରେ ‘କିଛି ତ ହୋଇଛି ଗଡ଼ବଡ଼’

ନୂଆଦିଲ୍ଲୀ ୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣନା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଓ୍ବତଙ୍କ ବଡ଼ ବୟାନ । ସେ କହିଛନ୍ତି ‘କିଛି ତ ଗଡବଡ ଅଛି’ । ବାସ୍ତବରେ ବର୍ତ୍ତମାନ ମହାୟୁତି ୨୧୫ଟି ଆସନରେ ଆଗରେ ରହିଛି । ଯେଉଁଠାରେ MVA ୬୧ଟି ଆସନରେ ରହିଛି । ସଞ୍ଜୟ ରାଓ୍ବତ କହିଛନ୍ତି ଯେ ‘ଏହି ନିଷ୍ପତ୍ତି ଜନସାଧାରଣଙ୍କ ନିଷ୍ପତ୍ତି ନୁହେଁ, କିଛି ତ ଗଡବଡ ରହିଛି । ମହାୟୁତି ସବୁ ଯନ୍ତ୍ରପାତିକୁ ଅଧିକାର କରିନେଇଛି । ଏହି ରାଜ୍ୟର ଲୋକମାନେ ବେଇମାନ ନୁହଁନ୍ତି। ସବୁ ସିନ୍ଦେଙ୍କ ପ୍ରାର୍ଥୀମାନେ କିପରି ଜିତିବେ ? ଦୁଇ ଦିନ ପୂର୍ବେ ଆଦାନୀଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା, ଯେଉଁଥିରେ ବିଜେପିର ସମ୍ପୂର୍ଣ୍ଣ ପୋଲ ଖୋଲି ଯାଇଛି । ଏଥିରୁ ଧ୍ୟାନ ହଟାଇବା ପାଇଁ ଏସବୁ କରାଯାଇଛି। ସଞ୍ଜୟ ରାଓ୍ବତ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇ ଗୌତମ ଆଦାନୀଙ୍କ ପକେଟକୁ ଯାଉଛି । ମହାରାଷ୍ଟ୍ର ଲୋକଙ୍କ ମନ କଥା ଆମକୁ ଜଣାଥିଲା । ଆମର ୪-୫ଟି ସିଟ୍‌ ସେମାନେ ଚୋରି କରିଛନ୍ତି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନୋଟ୍ ମେସିନ୍ ଲଗାଯାଇଥିଲା  । ଯେଉଁ ରାଜ୍ୟରେ ବଡ ବେଇମାନୀ ହୋଇଥାଏ, ସେହି ରାଜ୍ୟର ଜନତା ବେଇମାନ  ନୁହଁନ୍ତି ।   

ସଞ୍ଜୟ ରାଓ୍ବତଙ୍କ ଅଭିଯୋଗ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରେ ‘କିଛି ତ ହୋଇଛି ଗଡ଼ବଡ଼’

ନୂଆଦିଲ୍ଲୀ ୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣନା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଓ୍ବତଙ୍କ ବଡ଼ ବୟାନ । ସେ କହିଛନ୍ତି ‘କିଛି ତ ଗଡବଡ ଅଛି’ । ବାସ୍ତବରେ ବର୍ତ୍ତମାନ ମହାୟୁତି ୨୧୫ଟି ଆସନରେ ଆଗରେ ରହିଛି । ଯେଉଁଠାରେ MVA ୬୧ଟି ଆସନରେ ରହିଛି । 

ସଞ୍ଜୟ ରାଓ୍ବତ କହିଛନ୍ତି ଯେ ‘ଏହି ନିଷ୍ପତ୍ତି ଜନସାଧାରଣଙ୍କ ନିଷ୍ପତ୍ତି ନୁହେଁ, କିଛି ତ ଗଡବଡ ରହିଛି । ମହାୟୁତି ସବୁ ଯନ୍ତ୍ରପାତିକୁ ଅଧିକାର କରିନେଇଛି । ଏହି ରାଜ୍ୟର ଲୋକମାନେ ବେଇମାନ ନୁହଁନ୍ତି। ସବୁ ସିନ୍ଦେଙ୍କ ପ୍ରାର୍ଥୀମାନେ କିପରି ଜିତିବେ ? ଦୁଇ ଦିନ ପୂର୍ବେ ଆଦାନୀଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା, ଯେଉଁଥିରେ ବିଜେପିର ସମ୍ପୂର୍ଣ୍ଣ ପୋଲ ଖୋଲି ଯାଇଛି । ଏଥିରୁ ଧ୍ୟାନ ହଟାଇବା ପାଇଁ ଏସବୁ କରାଯାଇଛି। 

ସଞ୍ଜୟ ରାଓ୍ବତ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇ ଗୌତମ ଆଦାନୀଙ୍କ ପକେଟକୁ ଯାଉଛି । ମହାରାଷ୍ଟ୍ର ଲୋକଙ୍କ ମନ କଥା ଆମକୁ ଜଣାଥିଲା । ଆମର ୪-୫ଟି ସିଟ୍‌ ସେମାନେ ଚୋରି କରିଛନ୍ତି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନୋଟ୍ ମେସିନ୍ ଲଗାଯାଇଥିଲା  । ଯେଉଁ ରାଜ୍ୟରେ ବଡ ବେଇମାନୀ ହୋଇଥାଏ, ସେହି ରାଜ୍ୟର ଜନତା ବେଇମାନ  ନୁହଁନ୍ତି ।