ସଞ୍ଜୟ ରାୟ ହିଁ କରିଥିଲା ଦୁଷ୍କର୍ମ, କୋଲକାତା କେସରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ସିବିଆଇ। ଯେଉଁଥିରେ କୁହାଯାଇଥିଛି ମାମଲାର, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ହିଁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିଲା, ଆଉ ଏହା ପରେ ତାଙ୍କୁ ହତ୍ୟା କରିଥିଲା। କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ଦାଖଲ ଚାର୍ଜସିଟ୍‌ରେ ସିବିଆଇ କହିଛି ଯେ, ସ୍ଥାନୀୟ ପୋଲିସ ସହ ସ୍ବୟଂସେବକ ଭାବରେ କାମ କରୁଥିବା ସଞ୍ଜୟ, ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର ହଲ୍‌ରେ ଘଟଣା ଘଟାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏଜେନ୍ସୀର ଚାର୍ଜସିଟ୍‌ରେ ସାମୂହିକ ବଳାତ୍କାରର ଅଭିଯୋଗର ଉଲ୍ଲେଖ କରିନାହିଁ। ତେଣୁ ଏଥିରୁ ଜଣାପଡ଼ୁଛି ଯେ, ସଞ୍ଜୟ ଏକାହିଁ ଅପରାଧ ଘଟାଇଛି।ସଞ୍ଜୟ ସେହି ସମୟରେ ଅପରାଧ ଘଟାଇଥିଲା, ଯେତେବେଳେ ଡାକ୍ତର ରାତିରେ ଖାଦ୍ୟ ଖାଇବା ପରେ ହସ୍ପିଟାଲର ସେମିନାର ହଲକୁ ବିଶ୍ରାମ କରିବାକୁ ଯାଇଥିଲେ । ସିବିଆଇ ସୂତ୍ର ଅନୁଯାୟୀ, ରାୟକୁ ମୁଖ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିବା ଚାର୍ଜସିଟ୍‌ରେ ପ୍ରାୟ ୨୦୦ ଲୋକଙ୍କ ବୟାନ ରେକର୍ଡ ହୋଇଛି।ସୂଚନାଥାଉକି, ଅଗଷ୍ଟ ୯ରେ ଘଟିଥିବା ଏହି ଜଘନ୍ୟ ଘଟଣାର ବିରୋଧରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା । କୋଲକାତା ହାଇକୋର୍ଟ ମାମଲା ଯାଞ୍ଚ ସିବିଆଇକୁ ଦେଇଥିଲା। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

ସଞ୍ଜୟ ରାୟ ହିଁ କରିଥିଲା ଦୁଷ୍କର୍ମ, କୋଲକାତା କେସରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ସିବିଆଇ। ଯେଉଁଥିରେ କୁହାଯାଇଥିଛି ମାମଲାର, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ହିଁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିଲା, ଆଉ ଏହା ପରେ ତାଙ୍କୁ ହତ୍ୟା କରିଥିଲା। 

କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ଦାଖଲ ଚାର୍ଜସିଟ୍‌ରେ ସିବିଆଇ କହିଛି ଯେ, ସ୍ଥାନୀୟ ପୋଲିସ ସହ ସ୍ବୟଂସେବକ ଭାବରେ କାମ କରୁଥିବା ସଞ୍ଜୟ, ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର ହଲ୍‌ରେ ଘଟଣା ଘଟାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏଜେନ୍ସୀର ଚାର୍ଜସିଟ୍‌ରେ ସାମୂହିକ ବଳାତ୍କାରର ଅଭିଯୋଗର ଉଲ୍ଲେଖ କରିନାହିଁ। ତେଣୁ ଏଥିରୁ ଜଣାପଡ଼ୁଛି ଯେ, ସଞ୍ଜୟ ଏକାହିଁ ଅପରାଧ ଘଟାଇଛି।

ସଞ୍ଜୟ ସେହି ସମୟରେ ଅପରାଧ ଘଟାଇଥିଲା, ଯେତେବେଳେ ଡାକ୍ତର ରାତିରେ ଖାଦ୍ୟ ଖାଇବା ପରେ ହସ୍ପିଟାଲର ସେମିନାର ହଲକୁ ବିଶ୍ରାମ କରିବାକୁ ଯାଇଥିଲେ । ସିବିଆଇ ସୂତ୍ର ଅନୁଯାୟୀ, ରାୟକୁ ମୁଖ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିବା ଚାର୍ଜସିଟ୍‌ରେ ପ୍ରାୟ ୨୦୦ ଲୋକଙ୍କ ବୟାନ ରେକର୍ଡ ହୋଇଛି।

ସୂଚନାଥାଉକି, ଅଗଷ୍ଟ ୯ରେ ଘଟିଥିବା ଏହି ଜଘନ୍ୟ ଘଟଣାର ବିରୋଧରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା । କୋଲକାତା ହାଇକୋର୍ଟ ମାମଲା ଯାଞ୍ଚ ସିବିଆଇକୁ ଦେଇଥିଲା। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।