ସଞ୍ଜୟ ରୟଙ୍କୁ ଜାମିନ ଦିଆଯିବ….ସିବିଆଇକୁ ସିଧା ଶୁଣାଇଦେଲେ କୋର୍ଟ
କୋଳକାତା,୭।୯: ‘ଆମେ ସଞ୍ଜୟ ରୟଙ୍କୁ ଜାମିନ ଦେଇ ଦେବା ଉଚିତ… କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ବେଳେ ବିଚାରପତି ପାମେଲା ଗୁପ୍ତା ରାଗିଯାଇ ସିବିଆଇକୁ ତୀବ୍ର ନିନ୍ଦା କରିଥିଲେ। ତେବେ କୋଲକାତା ହାଇକୋର୍ଟରେ ଏନେଇ ଶୁଣାଣି ହେବା ସମୟରେ ସିବିଆଇ ଏବଂ ସରକାରୀ ଓକିଲ ବିଳମ୍ବରେ ପହଞ୍ଚିଥିଲେ। ସେମାନଙ୍କ ଉପରେ ବିଚାରପତି ଏତେ ରାଗି ଯାଇଥିଲେ ଯେ କହିବାକୁ ଲାଗିଲେ, ମୁଁ ସଞ୍ଜୟଙ୍କୁ ଜାମିନ ଦେଇଦେବି […] The post ସଞ୍ଜୟ ରୟଙ୍କୁ ଜାମିନ ଦିଆଯିବ….ସିବିଆଇକୁ ସିଧା ଶୁଣାଇଦେଲେ କୋର୍ଟ appeared first on Dharitri Odia News.
କୋଳକାତା,୭।୯: ‘ଆମେ ସଞ୍ଜୟ ରୟଙ୍କୁ ଜାମିନ ଦେଇ ଦେବା ଉଚିତ… କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ବେଳେ ବିଚାରପତି ପାମେଲା ଗୁପ୍ତା ରାଗିଯାଇ ସିବିଆଇକୁ ତୀବ୍ର ନିନ୍ଦା କରିଥିଲେ। ତେବେ କୋଲକାତା ହାଇକୋର୍ଟରେ ଏନେଇ ଶୁଣାଣି ହେବା ସମୟରେ ସିବିଆଇ ଏବଂ ସରକାରୀ ଓକିଲ ବିଳମ୍ବରେ ପହଞ୍ଚିଥିଲେ। ସେମାନଙ୍କ ଉପରେ ବିଚାରପତି ଏତେ ରାଗି ଯାଇଥିଲେ ଯେ କହିବାକୁ ଲାଗିଲେ, ମୁଁ ସଞ୍ଜୟଙ୍କୁ ଜାମିନ ଦେଇଦେବି କି?
ଶୁଣାଣି ସମୟରେ ସିବିଆଇ ଓ ଓକିଲଙ୍କ ଡେରିରେ ଆସିବା ଦେଖି ପାମେଲା ଗୁପ୍ତା କହିଛନ୍ତି, ଯଦି ଶୁଣାଣିବେଳେ ଓକିଲ ଉପସ୍ଥିତ ନାହାଁନ୍ତି, ତେବେ ସଞ୍ଜୟ ଜାମିନ ପାଇବା ଉଚିତ। ତେବେ ଶୁଣାଣି ସମୟରେ ଜଷ୍ଟିସ ପୋରିଆ, ସଞ୍ଜୟଙ୍କ ଜାମିନକୁ ଖାରଜ କରିଦେଇଥିଲେ। ଏହାପରେ କୋର୍ଟ ପରିସ୍ଥିତିର ଗମ୍ଭୀରତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସିବିଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ସଞ୍ଜୟ ରୟଙ୍କ ଜାମିନ ଆବେଦନକୁ କୋର୍ଟ ପୁନର୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
The post ସଞ୍ଜୟ ରୟଙ୍କୁ ଜାମିନ ଦିଆଯିବ….ସିବିଆଇକୁ ସିଧା ଶୁଣାଇଦେଲେ କୋର୍ଟ appeared first on Dharitri Odia News.