ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ

ଛତ୍ରପୁର,୨୪ା୧୨ (ଦିଲୀପ ସାମଲ):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ୧୧ ଜଣ ଦାଦନ ଶ୍ରମିକ ପେଟ ପୋଷିବା ପାଇଁ ସୁଦୂର ମାଳଦ୍ୱୀପକୁ ଯାଇ ସେଠାରେ ଫସିି ରହିଛନ୍ତି। ସେମାନେ ସେଠାରେ ଏକ କମ୍ପାନୀରେ ପ୍ରାୟ ୮ ମାସ ହେଲା ଶ୍ରମିକ ଭାବେ କାମ କରୁଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଠିକ୍‌ରେ ଦରମା ଦେଉନାହିଁ। ଏପରିକି କମ୍ପାନୀ ଖାଇବାକୁ ମଧ୍ୟ ଦେଉନାହିଁ। ରହିବା ପାଇଁ ଯେଉଁ ଘର ଦେଇଛି, ଉକ୍ତ ଘରଭଡ଼ା ନ ଦେଲେ ବିଦ୍ୟୁତ୍‌ କାଟି ଦେଉଛି। ଗାଁକୁ […] The post ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ appeared first on Dharitri Odia News.

ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ

ଛତ୍ରପୁର,୨୪ା୧୨ (ଦିଲୀପ ସାମଲ):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ୧୧ ଜଣ ଦାଦନ ଶ୍ରମିକ ପେଟ ପୋଷିବା ପାଇଁ ସୁଦୂର ମାଳଦ୍ୱୀପକୁ ଯାଇ ସେଠାରେ ଫସିି ରହିଛନ୍ତି। ସେମାନେ ସେଠାରେ ଏକ କମ୍ପାନୀରେ ପ୍ରାୟ ୮ ମାସ ହେଲା ଶ୍ରମିକ ଭାବେ କାମ କରୁଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଠିକ୍‌ରେ ଦରମା ଦେଉନାହିଁ। ଏପରିକି କମ୍ପାନୀ ଖାଇବାକୁ ମଧ୍ୟ ଦେଉନାହିଁ। ରହିବା ପାଇଁ ଯେଉଁ ଘର ଦେଇଛି, ଉକ୍ତ ଘରଭଡ଼ା ନ ଦେଲେ ବିଦ୍ୟୁତ୍‌ କାଟି ଦେଉଛି। ଗାଁକୁ ଫେରିଯିବାକୁ କହିଲେ କମ୍ପାନୀ ତରଫରୁ ଧମକ ମିଳୁଛି। ଏଭଳି ନାନା ନିର୍ଯାତନାର ଶିକାର ହେଉଥିବା ଓଡ଼ିଆ ଶ୍ରମିକମାନେ ଭିଡିଓ କରି ସେମାନଙ୍କୁ ଫେରାଇ ନେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ସୋମବାର ଉକ୍ତ ଶ୍ରମିକମାନଙ୍କ ପରିବାରବର୍ଗ ଗଞ୍ଜାମ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାଳଦ୍ୱୀପରେ ଫସିଥିବା ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଜିଲା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକର ୧୧ ଯୁବକଙ୍କ ସହ ଖୋର୍ଦ୍ଧା ଓ ଅନ୍ୟାନ୍ୟ ଜିଲା ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଦି ରାଜ୍ୟର ୪୫ ଜଣ ଯୁବକ ଠିକାଦାରଙ୍କ ଜରିଆରେ ଗତ ଏପ୍ରିଲରେ ମାଳଦ୍ୱୀପ ଯାଇଥିଲେ।

The post ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ appeared first on Dharitri Odia News.