ସଟର ଭାଙ୍ଗି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଖଇରା,୨ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ବଜାରରେ ଚନ୍ଦ୍ରଶେଖର ସାହୁଙ୍କ ଥିବା ଶିବଶଙ୍କର ଜୁଏଲାରୀ ଦୋକାନରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇ ଯାଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ପ୍ରମାଣ ନଷ୍ଟ କରୁବାକୁ ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ଚୋରାଇ ନେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୨ଟି ସର୍ଟର ତାଡ଼ି ଗହଣା ନେଇ ପଳାଇ ଯାଇଥିବା ବେଳେ ଶନିବାର ସକାଳେ ଚନ୍ଦ୍ର ଶେଖର ମର୍ଣ୍ଣିଂ ଓ୍ବାକ୍‌ କରୁଥିବା […] The post ସଟର ଭାଙ୍ଗି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର appeared first on Dharitri Odia News.

ସଟର ଭାଙ୍ଗି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଖଇରା,୨ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ବଜାରରେ ଚନ୍ଦ୍ରଶେଖର ସାହୁଙ୍କ ଥିବା ଶିବଶଙ୍କର ଜୁଏଲାରୀ ଦୋକାନରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇ ଯାଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ପ୍ରମାଣ ନଷ୍ଟ କରୁବାକୁ ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ଚୋରାଇ ନେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୨ଟି ସର୍ଟର ତାଡ଼ି ଗହଣା ନେଇ ପଳାଇ ଯାଇଥିବା ବେଳେ ଶନିବାର ସକାଳେ ଚନ୍ଦ୍ର ଶେଖର ମର୍ଣ୍ଣିଂ ଓ୍ବାକ୍‌ କରୁଥିବା ବେଳେ ଦୋକାନ ସଟର ଭଙ୍ଗା ଦୃଶ୍ୟଦେଖି ଖୋଲା ଥିବା ଦେଖି ଖଇରା ପୋଲିସକୁ ଜଣାଇଥିଲେ। ଖଇରା ଆଇଆଇସି ସୁଚନ୍ଦ୍ର କୁମାର ମହାଳିକ ଖବର ପାଇ ତନାଘନା କରିବା ସହିତ ବାଲେଶ୍ୱରରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ବଜାରରେ ଲାଗିଥିବା ବିଭିନ୍ନ ସିସିଟିଭି ଯାଞ୍ଚ କରିଥିଲେ। ଦୀର୍ଘଦିନ ପରେ ପୁଣି ଲୁଟେରା ସକ୍ରିୟ ହୋଇଥିବାରୁ ଖଇରା ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି।

The post ସଟର ଭାଙ୍ଗି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର appeared first on Dharitri Odia News.