ସତର୍କତା ଅବଲମ୍ବନ କଲେ ରୋଗ ଦୂରେଇଯିବ

ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆସ୍ପାୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ଯତ୍ନର ବ୍ୟବଧାନ ବନ୍ଦ କର’କୁ ନେଇ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ହସ୍ପିଟାଲର ନିର୍ଦ୍ଦେଶକ ତଥା ବିଶିଷ୍ଟ ଅଙ୍କୋଲୋଜିଷ୍ଟ ସର୍ଜନ ଡା. ଅମିତାଭ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଚେତନତା ସଭାରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ମାମା ମିଶ୍ର ପ୍ରମୁଖ ସମ୍ମାନିତ […] The post ସତର୍କତା ଅବଲମ୍ବନ କଲେ ରୋଗ ଦୂରେଇଯିବ appeared first on Dharitri Odia News.

ସତର୍କତା ଅବଲମ୍ବନ କଲେ ରୋଗ ଦୂରେଇଯିବ

ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆସ୍ପାୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ଯତ୍ନର ବ୍ୟବଧାନ ବନ୍ଦ କର’କୁ ନେଇ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ହସ୍ପିଟାଲର ନିର୍ଦ୍ଦେଶକ ତଥା ବିଶିଷ୍ଟ ଅଙ୍କୋଲୋଜିଷ୍ଟ ସର୍ଜନ ଡା. ଅମିତାଭ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଚେତନତା ସଭାରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ମାମା ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଚେତନତା ଓ ସତର୍କତା ଅବଲମ୍ବନ କଲେ କର୍କଟ ଦୂର ହୋଇପାରିବ ବୋଲି ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ। ଅପରପକ୍ଷରେ ବରିଷ୍ଠ ଚିକିତ୍ସକ ଡା. ଆଶୁତୋଷ ମହାପାତ୍ର, ବନ୍ୟା ଦାସ ଏବଂ ସରୋଜ କୁମାର ସାହା ଖାଦ୍ୟ, ପରିବେଶ, ପରିବର୍ତ୍ତିତ ଜୀବନଶୈଳୀ ପାଇଁ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛିି। ତେଣୁ କର୍କଟ ରୋଗ ନିରାକରଣ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଥିଲେ ଏବଂ ଆସ୍ପାୟାର ହସ୍ପିଟାଲର ଚିକିତ୍ସା ପଦ୍ଧତି ଏବଂ ଡା. ଅମିତାଭ ଜେନାଙ୍କ ଅଭିଜ୍ଞତା, ନିଷ୍ଠାପର ସେବା, ଉଦାର ପଣିଆ ପାଇଁ ବହୁ ରୋଗୀ ଆରୋଗ୍ୟଲାଭ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଶତାଧିକ କର୍କଟ ରୋଗୀଙ୍କୁ କ୍ୟାନସର ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା। ପରିଶେଷରେ ଡା. ଦେବୀ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

The post ସତର୍କତା ଅବଲମ୍ବନ କଲେ ରୋଗ ଦୂରେଇଯିବ appeared first on Dharitri Odia News.