ସତୀଶ ଚନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ
ଭୁବନେଶ୍ୱର,୨୦।୬: ରାଜ୍ୟର ପ୍ରଥମ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଏପର୍ଯ୍ୟନ୍ତ ୩ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିବା ଜଣାପଡିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଯୁଗ୍ମ ସଚିବ ଭାବେ ତ୍ରିଲୋଚନ ମହାନ୍ତିଙ୍କୁ ଏବଂ ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁସଚିବ ଭାବେ ନିଯୁକ୍ତ କରାଯାଇଛି। କେନ୍ଦୁଝର ଉପଜିଲାପାଳ ଭାବେ ତ୍ରିଲୋଚନ ମହାନ୍ତି […] The post ସତୀଶ ଚନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ appeared first on Dharitri Odia News.
ଭୁବନେଶ୍ୱର,୨୦।୬: ରାଜ୍ୟର ପ୍ରଥମ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଏପର୍ଯ୍ୟନ୍ତ ୩ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିବା ଜଣାପଡିଛି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଯୁଗ୍ମ ସଚିବ ଭାବେ ତ୍ରିଲୋଚନ ମହାନ୍ତିଙ୍କୁ
ଏବଂ ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁସଚିବ ଭାବେ ନିଯୁକ୍ତ କରାଯାଇଛି। କେନ୍ଦୁଝର ଉପଜିଲାପାଳ ଭାବେ ତ୍ରିଲୋଚନ ମହାନ୍ତି ଦାୟିତ୍ୱରେ ଥିଲେ। ଉପଜିଲାପାଳ ପଦରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ପଦକୁ ବଦଳି କରାଯାଇଛି।
The post ସତୀଶ ଚନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ appeared first on Dharitri Odia News.