ଭାଜପା ପ୍ରାର୍ଥୀଙ୍କଠାରୁ ୫ ଲକ୍ଷ ଦାବିକଲେ ୨ ଯୁବକ
ଖୋର୍ଦ୍ଧା,୧୫ା୫(ପ୍ରଭାତ ପାଣିଗ୍ରାହୀ):ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଭାଜପା ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା ଚାଲିଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରଜରାଜପୁର ଗ୍ରାମଠାରେ ଦୁଇଜଣ ଯୁବକ ହଠାତ୍ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଲୋକ ସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ୫ଲକ୍ଷ ଟଙ୍କା ବଟି ଦେବା ପାଇଁ ଦାବି କରିଥିଲେ। ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ସୂଚନା ମୁତାବକ, ଡୁଙ୍ଗାମାଳ […] The post ଭାଜପା ପ୍ରାର୍ଥୀଙ୍କଠାରୁ ୫ ଲକ୍ଷ ଦାବିକଲେ ୨ ଯୁବକ appeared first on Dharitri Odia News.
ଖୋର୍ଦ୍ଧା,୧୫ା୫(ପ୍ରଭାତ ପାଣିଗ୍ରାହୀ):ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଭାଜପା ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା ଚାଲିଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରଜରାଜପୁର ଗ୍ରାମଠାରେ ଦୁଇଜଣ ଯୁବକ ହଠାତ୍ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଲୋକ ସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ୫ଲକ୍ଷ ଟଙ୍କା ବଟି ଦେବା ପାଇଁ ଦାବି କରିଥିଲେ। ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।
ସୂଚନା ମୁତାବକ, ଡୁଙ୍ଗାମାଳ ପଞ୍ଚାୟତର ବ୍ରଜରାଜପୁର ଗ୍ରାମ ଅଭିମୁଖେ ଲୋକ ସଭା ପ୍ରାର୍ଥୀ ଡା.ସମ୍ବିତ ପାତ୍ର ଓ ବିଧାନସଭା ଭାଜପା ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ କର୍ମୀଙ୍କ ସହ ବାଇକ୍ ଶୋଭାଯାତ୍ରାରେ ଯାଉଥିଲେ। ବ୍ରଜରାଜପୁର ଗ୍ରାମର ଦୁଇଜଣ ଯୁବକ ହଠାତ୍ ଶୋଭାଯାତ୍ରା ବନ୍ଦ କରିବାକୁ ଧମକ ଦେବା ସହ ଗାଳିଗୁୁଲଜ କରିଥିଲେ। ଏପରିକି ଗାଁ ଭିତରକୁ ଗଲେ ୫ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ଦାବି କରିଥିଲେ। ଏନେଇ ଭାଜପା ସମର୍ଥକମାନେ ବିରୋଧ କରିବାରୁ ବଚସା ହୋଇଥିଲା। ଖବରପାଇ ନାଭାଲ ଫାଣ୍ଡି ଅଧିକାରୀ ପହଞ୍ଚତ୍ ବୁଝୁଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଏହି ଘଟଣାକୁ ନେଇ ଡୁଙ୍ଗମାଳ ପଞ୍ଚାୟତର ଭାଜପା ସଭାପତି ଅର୍ଜ୍ଜୁନ ସାହୁ ସମ୍ପୃକ୍ତ ଯୁବକଦ୍ୱୟଙ୍କ ବିରୋଧରେ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ କହିଛନ୍ତି, ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
The post ଭାଜପା ପ୍ରାର୍ଥୀଙ୍କଠାରୁ ୫ ଲକ୍ଷ ଦାବିକଲେ ୨ ଯୁବକ appeared first on Dharitri Odia News.