ସତୁରୀ ବର୍ଷ ବୟସରେ ବି ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି ବିକ୍ରମ

ମୁଣ୍ଡରେ ଟୋପି ହାତରେ ଘଣ୍ଟା ଆଉ ଦେହରେ ଚିକ୍କଣ ସାର୍ଟ ପ୍ୟାଣ୍ଟ ତଥାପି ଏଭଳି କାମ କରୁଥାନ୍ତି । ଯାହାକୁ ଦେଖିଲେ ଲାଗିବ କି ବୋଧେ ଲୋକଟିର ମୁଣ୍ଡ ଖରାପ । କିନ୍ତୁ ନା ଆମ ଭାବନା ଭୁଲ ଥିଲା । ଆଗରେ ଦେଖିଲୁ ଗୋଟିଏ ସାଇକେଲରେ କଣ ସବୁ ରଖା ହୋଇଛି l ଦୁଇଟି ବ୍ୟାଗ ଓହଳା ହୋଇଛି ସାଇକେଲ ଆଗରେ l ତା ଭିତରେ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଜିନିଷ, କାଚ ବୋତଲ, କାର୍ଟୁନ […] The post ସତୁରୀ ବର୍ଷ ବୟସରେ ବି ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି ବିକ୍ରମ appeared first on KNews Odisha.

ସତୁରୀ ବର୍ଷ ବୟସରେ ବି ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି ବିକ୍ରମ

ମୁଣ୍ଡରେ ଟୋପି ହାତରେ ଘଣ୍ଟା ଆଉ ଦେହରେ ଚିକ୍କଣ ସାର୍ଟ ପ୍ୟାଣ୍ଟ ତଥାପି ଏଭଳି କାମ କରୁଥାନ୍ତି । ଯାହାକୁ ଦେଖିଲେ ଲାଗିବ କି ବୋଧେ ଲୋକଟିର ମୁଣ୍ଡ ଖରାପ । କିନ୍ତୁ ନା ଆମ ଭାବନା ଭୁଲ ଥିଲା । ଆଗରେ ଦେଖିଲୁ ଗୋଟିଏ ସାଇକେଲରେ କଣ ସବୁ ରଖା ହୋଇଛି l ଦୁଇଟି ବ୍ୟାଗ ଓହଳା ହୋଇଛି ସାଇକେଲ ଆଗରେ l ତା ଭିତରେ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଜିନିଷ, କାଚ ବୋତଲ, କାର୍ଟୁନ ଆଉ ଲୋକମାନେ ଫିଙ୍ଗି ଦେଇଥିବା ଅଣ୍ଡା କେଇଟା ଗୋଟିଏ ପ୍ୟାକେଟ ଭିତରେ ରହିଛି l କୋଉ ଅମଳର ପୁରୁଣା ସାଇକେଲ, ସେଥିରେ ପଛରେ ବନ୍ଧା ହୋଇଛି କାଠର ଷ୍ଟାଣ୍ଡ l ଆଉ ତା ଉପରେ ସାଇକେଲ ପଛରେ ଲଦା ହୋଇଛି ଗୋଟିଏ ବସ୍ତା l କିଛି ସମୟ ପରେ ବୁଢା ମଉସା ସେହି ବ୍ୟଗରୁ ବାହାର କରି କାଗଜ କାର୍ଟୁନ ରଖିଲେ l

ଆଉ ତା ଭିତରରୁ ଖଣ୍ଡେ ଲୁହା ପାଇପ ସାହାଯ୍ୟରେ କଣ ବାହାର କରୁଥାନ୍ତି । ସେତେବେଳେ ଜାଣିବାକୁ ପାଇଲୁ ଏ ବୁଢ଼ା ମଉସାଙ୍କ ପାଇଁ ଦୁର୍ଗନ୍ଧ ଆବର୍ଜନା ବଞ୍ଚିବାର ରାହା ଥିଲା l ତେଣୁ ସେହି ଅଳିଆ ଆବର୍ଜନା ଭିତରୁ ସାଉଣ୍ଟୁଥିଲେ ଗୋଟି ଗୋଟି କରି ବୋତଲ, ପ୍ଲାଷ୍ଟିକ କାଟୁନ ଏମିତି ଅନେକ ଅଦରକାରୀ ଜିନିଷ l ଯାହା ଏବୁଢ଼ା ମଉସା କବାଡିଆରେ ଦେଇ ସେଥିରୁ କେଇଟା ଟଙ୍କା ଆୟ କରନ୍ତି ପରିବାର ଚଳିବା ପାଇଁ l ବୁଢା ମଉସା କାହିଁକି ଏବୟସରେ ଆବର୍ଜନାରେ ଅଣ୍ଡାଳୁଛନ୍ତି ଜୀବିକା ? ଯାହା ଲୋକମାନେ ଗଣ୍ଠୁଲି ବାନ୍ଧି ରାସ୍ତା କଡରେ ପିଙ୍ଗି ଦେଉଛନ୍ତି ସେଥିରୁ ଖୋଜି ଖୋଜି କିଛି ଜିନିଷ ବାହାର କରୁଛନ୍ତି ।ଆମେ କିଛି ସମୟ ପାଇଁ ଭାବିନେଲୁ, ନିଶ୍ଚୟ କୋଉ ପରିବାରର ଇଏ ଜଣେ ବାପା ହୋଇଥିବେ l କଷ୍ଟ ତ କଷ୍ଟ ସତରେ ବାପାର କଷ୍ଟ କାହାର ନଥାଏ l ବାପା ଏଦୁନିଆରେ ଏମିତି ଏକ ନିସ୍ଵାର୍ଥ ପର ମଣିଷ ଯାହାର ତୁଳନା ନାହିଁ l ଯିଏ ଦିନ ନାହିଁ ରାତି ନାହିଁ ଅବିଶ୍ରାନ୍ତ ଭାବରେ ପରିଶ୍ରମ କରି ଚାଲେ l ବାପା ଏମିତି ଯିଏ ନିଜ ପରିବାର ପାଇଁ କିଛି ବି କରିପାରେ । ତେବେ ଏ ବାପାଟି କାହିଁକି ଅସନା ଦୁର୍ଗନ୍ଧ ଅଳିଆକୁ ଅପଣାଇଛନ୍ତି ?

ପଚାରିବାରୁ ଯାହା କହିଲେ ଆମ ଆଖିରେ ଲୁହ ରହିଲାନି l ଏ ବୁଢା ମଉସାଙ୍କ ନାଁ ବିକ୍ରମ ଟୁଡୁ l ଘର କେଉଁଝର ଜିଲ୍ଲାର ଏକ ଅପହଞ୍ଚ ଇଲାକାରେ l ଦୀର୍ଘ ବର୍ଷ ହେଲା ଭୁବନେଶ୍ୱରର ଏକାମ୍ର ବିହାର ନିକଟରେ ଥିବା ବସ୍ତିରେ ପରିବାର ସହିତ ରୁହନ୍ତି l ଦୁଇ ପୁଅଙ୍କୁ କଷ୍ଟ କରି ବଡ଼ କଲେ l ହେଲେ ବଡ଼ ହେଲା ପରେ ପଚାରିଲେନି l ସାନ ପୁଅ କୁଆଡେ ଯାଇ କାମ କରୁଛି l ତେଣୁ ନାତି ନାତୁଣୀଙ୍କୁ ମଧ୍ୟ ଦେଖିବାକୁ ପଡୁଛି l ସେମାନଙ୍କ ଖର୍ଚ୍ଚ ଓ ନିଜର ଖର୍ଚ୍ଚ ତୁଲାଇବା ପାଇଁ ବୁଢା ମଉସା ଆଜି ଏଇଠି l ବୟସ ୭୦ ଡେଇଁ ସାରିଛି । ହେଲେ ବାପା ବୋଲି କର୍ତ୍ତବ୍ୟ ଭୁଲିନି ଅବିଶ୍ରାନ୍ତ ଭାବରେ ପରିଶ୍ରମ କରି ଚାଲିଛନ୍ତି l ଆଗରୁ ମଉସା ବିଏମସିରେ ଚାକିରି କରୁଥିଲେ l ଅବସର ନେଲା ପରେ ଆଉ କିଛି ଉପାୟ ନପାଇ ରାସ୍ତାରୁ ପ୍ଲାଷ୍ଟିକ, କାଚ ବୋତଲ, କାର୍ଟୁନ ଗୋଟାଇ କବାଡି ଦୋକାନରେ ବିକି ନିଜ ଗୁଜୁରାଣ ଓ ପରିବାର ଖର୍ଚ୍ଚ ତୁଲାନ୍ତି l ତେବେ ନିଜେ ପରିଶ୍ରମ କରୁଥିଲେ ମଧ୍ୟ ଏବୟସରେ ପରିବାର ଛାଡି ଦୂରେଇ ଯାଇ ନାହାନ୍ତି l ପରିବାରର ଦାୟିତ୍ୱକୁ ନିଜ କର୍ତ୍ତବ୍ୟ ଭାବି ଏ ବୟସରରେ ବି ତୁଲାଇ ଚାଲିଛନ୍ତି । ବୁଢ଼ା ମଉସା ପ୍ରତ୍ୟେକ ଦିନ ଘରୁ ବାହାରି ଆସନ୍ତି ରାସ୍ତାରେ ପଡ଼ିଥିବା ଅଦରକାରୀ ଜିନିଷ ଗୋଟେଇ ନେଇ ବିକନ୍ତି l

The post ସତୁରୀ ବର୍ଷ ବୟସରେ ବି ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି ବିକ୍ରମ appeared first on KNews Odisha.