ସତ୍ୟନଗରରେ ଥିବା ଇଲେକ୍ଟ୍ରୋନିକ୍ସ ଗୋଦାମରେ ବଡ଼ଧରଣର ଅଗ୍ନିକାଣ୍ଡ, ନିଆଁ ଆୟତ ପାଇଁ ଲାଗିଛନ୍ତି ୨୫୦ କର୍ମଚାରୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ସୋମବାର ସନ୍ଧ୍ୟାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ଏହି ନିଆଁ । ଅଗ୍ନିକାଣ୍ଡ ଅତି ଭୟଙ୍କର ରୂପଧାରଣ କରିଥିବାରୁ ଏହା ସହଜରେ ନିୟନ୍ତ୍ରଣକୁ ଆସିପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ 90 ପ୍ରତିଶତ ନିଆଁ ଆୟତ ହୋଇଛି । ଅଗ୍ନିଶମ ବାହିନୀର  ମୋଟ 250 କର୍ମଚାରୀଙ୍କ ସମେତ ମୋଟ 15 ଟି ଗାଡିର ବ୍ୟବହାର  ହୋଇଥିଲା ନିଆଁ ଆୟତ ପାଇଁ । ଆମର ଟିମ୍ […] The post ସତ୍ୟନଗରରେ ଥିବା ଇଲେକ୍ଟ୍ରୋନିକ୍ସ ଗୋଦାମରେ ବଡ଼ଧରଣର ଅଗ୍ନିକାଣ୍ଡ, ନିଆଁ ଆୟତ ପାଇଁ ଲାଗିଛନ୍ତି ୨୫୦ କର୍ମଚାରୀ appeared first on KNews Odisha.

ସତ୍ୟନଗରରେ ଥିବା ଇଲେକ୍ଟ୍ରୋନିକ୍ସ ଗୋଦାମରେ ବଡ଼ଧରଣର ଅଗ୍ନିକାଣ୍ଡ, ନିଆଁ ଆୟତ ପାଇଁ ଲାଗିଛନ୍ତି ୨୫୦ କର୍ମଚାରୀ
fire-

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ସୋମବାର ସନ୍ଧ୍ୟାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ଏହି ନିଆଁ । ଅଗ୍ନିକାଣ୍ଡ ଅତି ଭୟଙ୍କର ରୂପଧାରଣ କରିଥିବାରୁ ଏହା ସହଜରେ ନିୟନ୍ତ୍ରଣକୁ ଆସିପାରି ନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ 90 ପ୍ରତିଶତ ନିଆଁ ଆୟତ ହୋଇଛି । ଅଗ୍ନିଶମ ବାହିନୀର  ମୋଟ 250 କର୍ମଚାରୀଙ୍କ ସମେତ ମୋଟ 15 ଟି ଗାଡିର ବ୍ୟବହାର  ହୋଇଥିଲା ନିଆଁ ଆୟତ ପାଇଁ । ଆମର ଟିମ୍ ଉଭୟ ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱରୁ ନିଆଁକୁ ଆୟତ କରିବା ପାଇଁ ପାଣି ସିଞ୍ଚନ କରୁଥିଲେ ।

ମାତ୍ର ଗୋଦାମ ବହୁତ୍ ବଡ଼ ହୋଇଥିବାରୁ ଏବଂ ଗୋଦାମ ମଧ୍ୟରେ ଅନେକ ଯାନ୍ତ୍ରିକ ଉପକରଣ ରହିଥିବାରୁ   ନିଆଁ ଅଧିକ ଜୋରରେ  ପରିବ୍ୟାପ୍ତ  ହୋଇଥିଲା। ସେପଟେ ଗୋଦାମରେ  ବହୁତ୍ ବଡ଼ ଅଞ୍ଚଳ  ହୋଇଥିବାରୁ  ଗୋଦମର ମଝିରେ  ପାଣି ପଡ଼ିପାରୁ ନଥିଲା । ଯେଉଁଥିପାଇଁ ନିଆଁକୁ ଆୟତ କରିବାକୁ ବେଶୀ ସମୟ ଲାଗିଥିଲା ।

ତେବେ ପ୍ରଥମ ଥର ପାଇଁ ନିଆଁ  ଲିଭାଇବାରେ ଆମେ ରୋବୋଟିକ ଫାୟାର ଫାଇଟର  ବ୍ୟବହାର  କରିଥିଲୁ। ଯେହେତୁ ଗୋଦାମ ମଧ୍ୟରେ ପଶି ଆମର ଆଗ୍ନିକମନେ ନିଆଁ  ଲିଭାଇବା ସମ୍ଭବ ନଥିଲା, ସେଥିପାଇଁ ଆମେ ରୋବାଟିକ ଫାୟାର ଫାଇଟର୍ ର ସାହାଯ୍ୟ ନେଇଥିଲୁ । ତେବେ ନିଆଁ କେମିତି ଲାଗିଛି ତାର ତଦନ୍ତ ପରବର୍ତ୍ତୀ ସମୟରେ  ହେବ । ଆମର ଟିମ୍ ସଠିକ ସମୟରେ ପହଞ୍ଚି  ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲେ ବୋଲି କହିଛନ୍ତି ମୁଖ୍ୟ ଫାୟାର ଅଧିକାରୀ  ।

ସେପଟେ ଗୋଦାମ ମାଲିକଙ୍କ ଭାଇ କହିଛନ୍ତି, ଗୋଦାମ ବନ୍ଦ କରିକି ଯିବା ପରେ ଧୁଆ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ଖବର ପାଇ ଆମେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲୁ। ତେବେ ଗୋଦାମ ମଧ୍ୟରେ ପ୍ରାୟ 7 କୋଟିରୁ ଅଧୀଖଟଙ୍କର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି ।  ନିଆଁ ଲାଗିବାର  କାରଣ  ଏ ପର୍ଯ୍ୟନ୍ତ ଅସ୍ପଷ୍ଟ  ରହିଛି ।

 

 

The post ସତ୍ୟନଗରରେ ଥିବା ଇଲେକ୍ଟ୍ରୋନିକ୍ସ ଗୋଦାମରେ ବଡ଼ଧରଣର ଅଗ୍ନିକାଣ୍ଡ, ନିଆଁ ଆୟତ ପାଇଁ ଲାଗିଛନ୍ତି ୨୫୦ କର୍ମଚାରୀ appeared first on KNews Odisha.