ସନରାଇଜର୍ସର ରେକର୍ଡ ସ୍କୋର

ବେଙ୍ଗାଲୁରୁ,୧୬ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଦ୍ରୁତ ଶତକ ହାସଲ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍‌ ହେଡ୍‌। ନିର୍ଦ୍ଧାରିତ ଓଭରରେ ୩ ଉଇକେଟରେ ୨୮୭ ରନ୍‌ କରିବା ସହ ଆଇପିଏଲ ଇତିହାସର ସର୍ବାଧିକ ସ୍କୋର ରେକର୍ଡ କରିଛି ହାଇଦ୍ରାବାଦ। ପୂର୍ବରୁ ଚଳିତ ସିଜନରେ ହିଁ ୨୭୭ ରନ୍‌ର ସ୍କୋର ନିଜ ନାମରେ କରିଥିଲା ସନରାଇଜର୍ସ। ଜବାବରେ ଖବର ପ୍ରସ୍ତୁତ ବେଳକୁ ଆରସିବି ୧୧ ଓଭରରେ ୫ ଉଇକେଟ ହରାଇ ୧୨୭ […] The post ସନରାଇଜର୍ସର ରେକର୍ଡ ସ୍କୋର appeared first on Dharitri Odia News.

ସନରାଇଜର୍ସର ରେକର୍ଡ ସ୍କୋର

ବେଙ୍ଗାଲୁରୁ,୧୬ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଦ୍ରୁତ ଶତକ ହାସଲ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍‌ ହେଡ୍‌। ନିର୍ଦ୍ଧାରିତ ଓଭରରେ ୩ ଉଇକେଟରେ ୨୮୭ ରନ୍‌ କରିବା ସହ ଆଇପିଏଲ ଇତିହାସର ସର୍ବାଧିକ ସ୍କୋର ରେକର୍ଡ କରିଛି ହାଇଦ୍ରାବାଦ। ପୂର୍ବରୁ ଚଳିତ ସିଜନରେ ହିଁ ୨୭୭ ରନ୍‌ର ସ୍କୋର ନିଜ ନାମରେ କରିଥିଲା ସନରାଇଜର୍ସ। ଜବାବରେ ଖବର ପ୍ରସ୍ତୁତ ବେଳକୁ ଆରସିବି ୧୧ ଓଭରରେ ୫ ଉଇକେଟ ହରାଇ ୧୨୭ ରନ୍‌ କରିଛି।
ଟସ୍‌ ହାରି ଆରସିବି ଅଧିନାୟକ ଫାଫ୍‌ ଡୁପ୍ଲେସି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୩ ଓଭର ହାଇଦ୍ରାବାଦର ଦୁଇ ଓପନର ଅଭିଷେକ ଶର୍ମା(୩୪) ଓ ଟ୍ରାଭିସ୍‌ ହେଡ୍‌ (୧୦୨) ସାମାନ୍ୟ ଧୀମା ବ୍ୟାଟିଂ କରିଥିଲେ। ତେବେ ଚତୁର୍ଥ ଓଭରରୁ ଆକ୍ରମଣ ଆରମ୍ଭ କରିବା ସହ ପାଓ୍ବାର ପ୍ଲେ ଓଭରରେ ବିନା କ୍ଷତିରେ ୭୬ ରନ୍‌ କରିଥିଲେ। ନବମ ଓଭରରେ ଦଳୀୟ ସ୍କୋର ୧୦୮ରେ ପ୍ୟାଭିଲିୟନ୍‌ ଫେରିଥିଲେ ଅଭିଷେକ। ୨୨ ବଲ୍‌ ଖେଳି ସେ ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ହେନରିଚ୍‌ କ୍ଲାସେନ୍‌ଙ୍କୁ ହାଇଦ୍ରାବାଦ ତୃତୀୟ ସ୍ଥାନରେ ବ୍ୟାଟିଂ ପଦୋନ୍ନତି ଦେଇଥିଲା। ପରବର୍ତ୍ତୀ ୪ ଓଭରରେ କ୍ଲାସେନ୍‌ ଓ ହେଡ୍‌ ମିଶି ୫୭ ରନ୍‌ ଯୋଡିଥିଲେ। ଶତକ ପୂରଣ କରିବାରେ ଠିକ୍‌ ପରେ ହେଡ୍‌ ପ୍ୟାଭିଲିୟନ ଫେରିଥିଲେ। ସେ ୪୧ ବଲ୍‌ ଖେଳି ୯ ଚୌକା ଓ ୮ ଛକା ସହ ୧୦୨ ରନ୍‌ କରି ଆଉଟ ହୋଇଥିଲେ। ହେଡ୍‌ଙ୍କ ଉଇକେଟ ପତନ ପରେ କମାଣ ସମ୍ଭାଳିଥିଲେ କ୍ଲାସେନ୍‌। ୩୧ ବଲ୍‌ ଖେଳି ବିସ୍ଫୋରକ ୬୭ ରନ୍‌ କରି ଏଡେନ୍‌ ମାରକ୍ରମଙ୍କ ସହ ସେ ୬୬ ରନ୍‌ ଯୋଡିଥିଲେ। କ୍ଲାସେନଙ୍କ ଇନିଂସରେ ୨ ଚୌକା ଓ ୭ ଛକା ସାମିଲ ଥିଲା। ୧୭ ତମ ଓଭରର ଅନ୍ତିମ ବଲ୍‌ରେ କ୍ଲାସେନ୍‌ ଆଉଟ ହୋଇଥିଲେ। ଅନ୍ତିମ ୩ ଓଭରରେ ମାରକ୍ରମ(୩୨*) ଓ ଅବଦୁଲ ସମଦ(୩୭*) ଚତୁର୍ଥ ଉଇକେଟରେ ଅବିଭାଜିତ ୫୬ ରନ୍‌ ଯୋଡିଥିଲେ। ମାରକ୍ରମ ୧୭ ବଲ୍‌ ଖେଳି ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ୧୦ ବଲ ଖେଳିଥିବା ସମଦ ୪ ଚୌକା ଓ ୩ ଛକା ମାରି ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ଲୋକି ଫର୍ଗୁସନ ୨ ଓ ରିସି ଟପ୍‌ଲେ ୧ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୮୭/୩ (ଟ୍ରାଭିସ ହେଡ୍‌-୧୦୨, ହେନରିଚ୍‌ କ୍ଲାସେନ୍‌-୬୭, ଅବଦୁଲ ସମଦ-୩୭*, ଲୋକି ଫର୍ଗୁସନ-୨/୫୨, ରିସି ଟପ୍‌ଲେ-୧/୬୮)।

The post ସନରାଇଜର୍ସର ରେକର୍ଡ ସ୍କୋର appeared first on Dharitri Odia News.