ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ : ହଷ୍ଟେଲ ୱାର୍ଡେନ୍‌ ହେଲେ ନିଲମ୍ବିତ

ବେଙ୍ଗାଲୁରୁ,୧୨।୧: ଜଣେ ନବମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ କର୍ନାଟକ ଚିକ୍କବଲ୍ଲାପୁରର ଜଣେ ହଷ୍ଟେଲ ୱାର୍ଡେନ୍‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା  ବେଳେ ହଷ୍ଟେଲକୁ ଆସିଥିଲେ।ସେତିକିବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସହ ଛାତ୍ରୀଙ୍କ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ଛାତ୍ର ଜଣକ ସ୍କୁଲରୁ […] The post ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ : ହଷ୍ଟେଲ ୱାର୍ଡେନ୍‌ ହେଲେ ନିଲମ୍ବିତ appeared first on Dharitri Odia News.

ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ : ହଷ୍ଟେଲ ୱାର୍ଡେନ୍‌ ହେଲେ ନିଲମ୍ବିତ

ବେଙ୍ଗାଲୁରୁ,୧୨।୧: ଜଣେ ନବମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ କର୍ନାଟକ ଚିକ୍କବଲ୍ଲାପୁରର ଜଣେ ହଷ୍ଟେଲ ୱାର୍ଡେନ୍‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା  ବେଳେ ହଷ୍ଟେଲକୁ ଆସିଥିଲେ।ସେତିକିବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସହ ଛାତ୍ରୀଙ୍କ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ଛାତ୍ର ଜଣକ ସ୍କୁଲରୁ ଟିସି ନେଇ ବେଙ୍ଗାଲୁରୁ ଚାଲିଯାଇଥିଲେ।

ଏନେଇ ତୁମକୁର ସାମାଜିକ ମଙ୍ଗଳ ବିଭାଗ ଯୁଗ୍ମ ନିର୍ଦ୍ଦେଶକ କୃଷ୍ଣାପ୍ପା ଏସ୍‌ କହିଛନ୍ତି, ଦୀର୍ଘ ଦିନ ହେବ ଛାତ୍ରୀ ଜଣକ ହଷ୍ଟେଲ ଆସୁ ନ ଥିଲେ। ହେଲେ ଛାତ୍ରୀ ଜଣକ ପେଟରେ ଯନ୍ତ୍ରଣା ହେଉଥିବା ଅଗଷ୍ଟ ମାସରେ ଡାକ୍ତରଖାନାକୁ ଯାଇଥିଲେ। ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଅଭିଯୋଗ ପରେ ପୋଲିସ ଛାତ୍ରଙ୍କୁ ଖୋଜୁଛି।

The post ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ : ହଷ୍ଟେଲ ୱାର୍ଡେନ୍‌ ହେଲେ ନିଲମ୍ବିତ appeared first on Dharitri Odia News.