ସନ୍ଦୀପ ଘୋଷଙ୍କ ଆଉ ଏକ କଳାଧନ୍ଦା! ଷ୍ଟୁଡେଣ୍ଟଙ୍କ ପ୍ରାଇଭେଟ ପାର୍ଟ ଛୁଇଁ ପଚାରୁଥିଲେ…
କୋଲକାତା,୧୦।୯: ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ସ୍କାନରରେ ଅଛନ୍ତି। ଘୋଷଙ୍କ କଳାଧନ୍ଦାର ପରଦା ଉଠାଇବାରେ ସିବିଆଇ କ୍ରମାଗତ ଭାବରେ ଚେଷ୍ଟା କରୁଛି। ଏବେ ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟ ପୁଣି ଥରେ ହେଡଲାଇନକୁ ଆସିଛି । ଏହି ରିପୋର୍ଟ ହଂକଂ ସ୍ଥିତ ସାଉଥ ଚାଇନା ମର୍ନିଂ ପୋଷ୍ଟରେ ୨୦୧୭ରେ ପ୍ରକାଶିତ ହୋଇଥିଲା, ଯାହା ବର୍ତ୍ତମାନ ପୁଣି […] The post ସନ୍ଦୀପ ଘୋଷଙ୍କ ଆଉ ଏକ କଳାଧନ୍ଦା! ଷ୍ଟୁଡେଣ୍ଟଙ୍କ ପ୍ରାଇଭେଟ ପାର୍ଟ ଛୁଇଁ ପଚାରୁଥିଲେ… appeared first on Dharitri Odia News.
କୋଲକାତା,୧୦।୯: ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ସ୍କାନରରେ ଅଛନ୍ତି। ଘୋଷଙ୍କ କଳାଧନ୍ଦାର ପରଦା ଉଠାଇବାରେ ସିବିଆଇ କ୍ରମାଗତ ଭାବରେ ଚେଷ୍ଟା କରୁଛି। ଏବେ ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟ ପୁଣି ଥରେ ହେଡଲାଇନକୁ ଆସିଛି । ଏହି ରିପୋର୍ଟ ହଂକଂ ସ୍ଥିତ ସାଉଥ ଚାଇନା ମର୍ନିଂ ପୋଷ୍ଟରେ ୨୦୧୭ରେ ପ୍ରକାଶିତ ହୋଇଥିଲା, ଯାହା ବର୍ତ୍ତମାନ ପୁଣି ଥରେ ଭାଇରାଲ ହେବାରେ ଲାଗିଛି।
ଏହି ରିପୋର୍ଟରେ ଅର୍ଥୋପେଡିକ ସର୍ଜନ ସନ୍ଦୀପ ଘୋଷ ନର୍ସିଂ ଶ୍ରେଣୀର ଜଣେ ପୁରୁଷ ଛାତ୍ରଙ୍କୁ ଅନୁପଯୁକ୍ତ ଭାବେ ଛୁଇଁଥିବା ଅଭିଯୋଗ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ନର୍ସିଂ ଛାତ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସନ୍ଦୀପ ଘୋଷ ତାଙ୍କ ପ୍ରାଇଭେଟ ପାର୍ଟକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଏହା ପରେ ସେ ଛାତ୍ରଙ୍କୁ ପଚାରିଥିଲେ, ଆପଣ କେମିତି ଅନୁଭବ କରୁଛନ୍ତି।
ଯେତେବେଳେ ଏହି ପୁରୁଷ ନର୍ସିଂ ଛାତ୍ର ଏହି ବିଷୟରେ ଅଭିଯୋଗ କରିଥିଲେ, ସନ୍ଦୀପ ଘୋଷ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଏକ ଭୁଲ ବୁଝାମଣା ହେତୁ ହୋଇଛି ।
ତେବେ ଏହି ରିପୋର୍ଟ ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଦର୍ଶାଉଛି ନା ଏହା ଅନ୍ୟ ସନ୍ଦୀପ ଘୋଷ ବୋଲି ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଅର୍ଥୋପେଡିକ ଆସୋସିଏସନ କହିଛି ଯେ ଏହା ରିପୋର୍ଟର ଅନୁସନ୍ଧାନ କରୁଛି। କେତେଜଣ ସଦସ୍ୟ କହିଛନ୍ତି ଯେ ସେମାନେ ଜାଣିଛନ୍ତି ଯେ ଘୋଷ ତାଙ୍କର ଏକ ବିଦେଶ ଗସ୍ତ ସମୟରେ ଏକ ‘ଆଇନଗତ ମାମଲା’ ସାମ୍ନା କରିଛନ୍ତି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମେଡିକାଲ କାଉନସିଲ ନିଜେ ସନ୍ଦୀପ ଘୋଷଙ୍କୁ ଶନିବାର ଏକ କାରଣ ଦର୍ଶାଅ ନୋଟିସ ଜାରି କରି ୭୨ଘଣ୍ଟା ମଧ୍ୟରେ ଉତ୍ତର ମାଗିଥିଲେ। ସୂଚନାନୁସାରେ, ଯଦି ସନ୍ଦୀପ ଘୋଷ ୭୨ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ନ ଦିଅନ୍ତି, ତେବେ ତାଙ୍କର ପଞ୍ଜୀକରଣ ବାତିଲ ହୋଇପାରିବ। ଯଦିଓ ଏହି ଅବଧି ବର୍ତ୍ତମାନ ସମାପ୍ତ ହୋଇଛି, ତଥାପି ଦେଖିବାକୁ ବାକି ରହିଲା ମେଡିକାଲ କାଉନସିଲ କ’ଣ ପଦକ୍ଷେପ ନେଉଛି।
ଆର.ଜି କର ହସ୍ପିଟାଲରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଡାକ୍ତର ସନ୍ଦୀପ ଘୋଷ ସିବିଆଇ ହେପାଜତରେ ଅଛନ୍ତି। ସନ୍ଦୀପ ଘୋଷଙ୍କ ବିରୋଧରେ ସିବିଆଇ ଦୁଇଟି ମାମଲାର ତଦନ୍ତ କରୁଛି। ଗୋଟିଏ ମାମଲା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ହୋଇଥିବାବେଳେ ଅନ୍ୟ ମାମଲାଟି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆର୍ଥିକ ଅନିୟମିତତା ସହ ଜଡିତ। ଅନ୍ୟ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।
The post ସନ୍ଦୀପ ଘୋଷଙ୍କ ଆଉ ଏକ କଳାଧନ୍ଦା! ଷ୍ଟୁଡେଣ୍ଟଙ୍କ ପ୍ରାଇଭେଟ ପାର୍ଟ ଛୁଇଁ ପଚାରୁଥିଲେ… appeared first on Dharitri Odia News.