ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣା: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସମନ

ନୂଆଦିଲ୍ଲୀ: ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସମନ। ତାଙ୍କର ସର୍ବଶେଷ୍ଠ ଚଳଚ୍ଚିତ୍ର 'ପୁଷ୍ପା-୨: ଦି ରୁଲର ପ୍ରିମିୟର୍ ସମୟରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ସୋମବାର ଅଭିନେତା ଅଲୁ ଅର୍ଜୁନଙ୍କୁ ସାନି ନୋଟିସ ଜାରି କରିଛି। ଇଣ୍ଡିଆ ଟୁଡେ ଅନୁଯାୟୀ ଏହି ଘଟଣାରେ ମଙ୍ଗଳବାର ସକାଳ ୧୧ଟାରେ ପଚରାଉଚରା ପାଇଁ ହାଜର ହେବାକୁ ଅଲୁ ଅର୍ଜୁନଙ୍କୁ ସମନ କରାଯାଇଛି।ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-2ର ପ୍ରିମିୟର୍ ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ୮ ବର୍ଷର ପୁଅ ଶ୍ରୀତେଜ ଆହତ ହୋଇ ତାଙ୍କୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ପରେ ଦଳଚକଟା ମାମଲାରେ ଗିରଫ ହୋଇଥିଲେ ସୁପରଷ୍ଟାର ଅଲୁ ଅର୍ଜୁନ। ଜେଲ୍‌ ପରେ ତାଙ୍କୁ ମିଳିଥିଲା ବେଲ୍‌। କିନ୍ତୁ ଜାମିନ ପାଇବା ପରେ ବି ସେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନଥିଲେ। ଶେଷରେ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି ଅଲ୍ଲୁ।ସାମ୍ବାଦିକ ସମ୍ମିଳନୀରେ ପୁଷ୍ପା ଅଭିନେତା କହିଛନ୍ତି ଯେ ଏହା ଏକ ଦୁର୍ଘଟଣା। ମୁଁ ପରିବାର ପ୍ରତି ମୋର ସମବେଦନା ଜଣାଉଛି ମୁଁ କାହାକୁ ଦୋଷ ଦେବାକୁ ଚାହେଁ ନାହିଁ। ଏହା ମୋର ଚରିତ୍ରର ସଂହାର। ଅନେକ ଭୁଲ ତଥ୍ୟ ପ୍ରକାଶ କରାଯାଉଛି। ଯାହା ଘଟିଛି ମୁଁ କ୍ଷମା ମାଗୁଛି।କୌଣସି ରୋଡ୍ ଶୋ’ ନଥିଲା, ଏ ବିଷୟରେ ଭୁଲ ତଥ୍ୟ ବିସ୍ତାର କରାଯାଉଛି।

ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣା: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସମନ

ନୂଆଦିଲ୍ଲୀ: ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସମନ। ତାଙ୍କର ସର୍ବଶେଷ୍ଠ ଚଳଚ୍ଚିତ୍ର 'ପୁଷ୍ପା-୨: ଦି ରୁଲର ପ୍ରିମିୟର୍ ସମୟରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ସୋମବାର ଅଭିନେତା ଅଲୁ ଅର୍ଜୁନଙ୍କୁ ସାନି ନୋଟିସ ଜାରି କରିଛି। 

ଇଣ୍ଡିଆ ଟୁଡେ ଅନୁଯାୟୀ ଏହି ଘଟଣାରେ ମଙ୍ଗଳବାର ସକାଳ ୧୧ଟାରେ ପଚରାଉଚରା ପାଇଁ ହାଜର ହେବାକୁ ଅଲୁ ଅର୍ଜୁନଙ୍କୁ ସମନ କରାଯାଇଛି।

ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-2ର ପ୍ରିମିୟର୍ ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ୮ ବର୍ଷର ପୁଅ ଶ୍ରୀତେଜ ଆହତ ହୋଇ ତାଙ୍କୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ପରେ ଦଳଚକଟା ମାମଲାରେ ଗିରଫ ହୋଇଥିଲେ ସୁପରଷ୍ଟାର ଅଲୁ ଅର୍ଜୁନ। ଜେଲ୍‌ ପରେ ତାଙ୍କୁ ମିଳିଥିଲା ବେଲ୍‌। କିନ୍ତୁ ଜାମିନ ପାଇବା ପରେ ବି ସେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନଥିଲେ। ଶେଷରେ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି ଅଲ୍ଲୁ।

ସାମ୍ବାଦିକ ସମ୍ମିଳନୀରେ ପୁଷ୍ପା ଅଭିନେତା କହିଛନ୍ତି ଯେ ଏହା ଏକ ଦୁର୍ଘଟଣା। ମୁଁ ପରିବାର ପ୍ରତି ମୋର ସମବେଦନା ଜଣାଉଛି ମୁଁ କାହାକୁ ଦୋଷ ଦେବାକୁ ଚାହେଁ ନାହିଁ। ଏହା ମୋର ଚରିତ୍ରର ସଂହାର। ଅନେକ ଭୁଲ ତଥ୍ୟ ପ୍ରକାଶ କରାଯାଉଛି। ଯାହା ଘଟିଛି ମୁଁ କ୍ଷମା ମାଗୁଛି।କୌଣସି ରୋଡ୍ ଶୋ’ ନଥିଲା, ଏ ବିଷୟରେ ଭୁଲ ତଥ୍ୟ ବିସ୍ତାର କରାଯାଉଛି।