ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା
ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ପ୍ରକାଶ ଯେ, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାଜପଥରେ ଏବେ ଗାଡ଼ିସଂଖ୍ୟା ବୃଦ୍ଧିପାଇଛି। ବ୍ରହ୍ମପୁରଠାରୁ ଭବାନୀପାଟଣା, ବାଲିଗୁଡ଼ା, ରାଇପୁରକୁ ବହୁ ଗାଡ଼ି ଯାତାୟାତ କରୁଥିବାବେଳେ ଜିଲା ଭିତରେ ଦାରିଙ୍ଗବାଡ଼ିରୁ ଫୁଲବାଣୀ, ବାଲିଗୁଡ଼ାକୁ ଯାତ୍ରୀବାହୀ ବସ୍ ସମେତ ଅଟୋ, ଭାରି ଟ୍ରକ୍, ବାଇକ୍ ଆଦି ଶହ ଶହ ଗାଡ଼ିମୋଟର ଯାତାୟାତ କରୁଛି। ଯାତ୍ରୀଙ୍କ ଲାଇଫ୍ଲାଇନ୍ […] The post ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା appeared first on Dharitri Odia News.
ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି।
ପ୍ରକାଶ ଯେ, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାଜପଥରେ ଏବେ ଗାଡ଼ିସଂଖ୍ୟା ବୃଦ୍ଧିପାଇଛି। ବ୍ରହ୍ମପୁରଠାରୁ ଭବାନୀପାଟଣା, ବାଲିଗୁଡ଼ା, ରାଇପୁରକୁ ବହୁ ଗାଡ଼ି ଯାତାୟାତ କରୁଥିବାବେଳେ ଜିଲା ଭିତରେ ଦାରିଙ୍ଗବାଡ଼ିରୁ ଫୁଲବାଣୀ, ବାଲିଗୁଡ଼ାକୁ ଯାତ୍ରୀବାହୀ ବସ୍ ସମେତ ଅଟୋ, ଭାରି ଟ୍ରକ୍, ବାଇକ୍ ଆଦି ଶହ ଶହ ଗାଡ଼ିମୋଟର ଯାତାୟାତ କରୁଛି। ଯାତ୍ରୀଙ୍କ ଲାଇଫ୍ଲାଇନ୍ କୁହାଯାଉଥିବା ଏହି ରାଜପଥ ଏବେ ଯାତ୍ରୀଙ୍କ ପାଇଁ ବିପଦ ସାଜିଛି ରାଜପଥର ଏହି ଲମ୍ବା ରାସ୍ତାରେ ଘଡ଼ିକି ଘଡ଼ି ଗୋରୁପଲଙ୍କ ରାଜପଥ ଉପରେ ଶୋଉଛନ୍ତି। ସେମାନଙ୍କ ଏବେ ଗୁହାଳ ବା ବିଶ୍ରାମ ସ୍ଥାନ ପାଲଟିଛି ରାଜପଥ ସନ୍ଧ୍ୟା ହେଲେ ଗାଡ଼ି ଚଳାଚଳ ସମସ୍ୟା ଉପୁଜୁଛି ଏହା ଦ୍ୱାରା ଦୁର୍ଘଟଣା ମଧ୍ୟ ବଢୁଛି। ଗତ କିଛିଦିନ ତଳେ ଦାରିଙ୍ଗବାଡ଼ି ଶିବମନ୍ଦିର ରାସ୍ତାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକାଧିକ ଗୋରୁ ଆହତ ହେବା ସହ ଗୋଟିକର ମୃତ୍ୟୁ ଘଟିଥିଲା। ଚାଳକ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲେ। ଉକ୍ତ ରାସ୍ତାରେ ଗୋରୁପଲ ଶହଶହ ସଂଖ୍ୟାରେ ରହୁଥିବାରୁ ଗାଡ଼ିମୋଟର ମଧ୍ୟ ତାଙ୍କ ଗନ୍ତବ୍ୟସ୍ଥଳରେ ସଠିକ୍ ସମୟରେ ପହଞ୍ଚିବା ମୁସ୍କିଲ ହେଉଥିବା କିଛି ଚାଳକ ଆଲୋଚନା ବେଳେ କହିଥିଲେ। ଏଥିପ୍ରତି ପୋଲିସ ପ୍ରଶାସନ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗୋରୁ ମାଲିକମାନଙ୍କୁ ସଚେତନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏବେ ଧାନତଳି ହେଉଥିବା ବେଳେ ଗୋରୁପଲଙ୍କୁ ଖୋଲା ଛାଡ଼ିଦେବା ଯୋଗୁ ତଳି ନଷ୍ଟ କରିଦେବା ଭୟ ମଧ୍ୟ ରହିଥିବା କୁହାଯାଉଛି।
The post ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା appeared first on Dharitri Odia News.