ବିଦୁତ୍‌ ଆଘାତରେ ମହିଳା ମୃତ

ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

ବିଦୁତ୍‌ ଆଘାତରେ ମହିଳା ମୃତ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ନୁଆଁ ପାଣିକେଶର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସେହି ଗାଁର ପୁସ୍ପାଞ୍ଜଳି ସ୍ୱାଇଁ। ପୁଷ୍ପାଞ୍ଜଳି ଆଜି ସକାଳେ ଠାକୁର ଘରକୁ ପୂଜା କରିବା ପାଇଁ ଯାଉଥିଲେ। ସେହି ସମୟରେ କୌଣସି କାରଣରୁ ଇଲେକ୍ଟ୍ରି ବୋର୍ଡରେ ହାତ ଲାଗିଯିବାରୁ ତାଙ୍କୁ କରେଣ୍ଟ ମାରିଥିଲା। ପରିବାର ଲୋକେ ପୁଷ୍ପାଞ୍ଜଳିକୁ କରେଣ୍ଟ ମାରିବା ଦେଖି ତାଙ୍କୁ ସେଠାରୁ ଉଦ୍ଧାରକରି ଥିଲେ। ଆଉ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ଖବରପାଇ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।