ସନ୍ନ୍ୟାସ ଘୋଷଣା କରି ଚମକାଇଲେ ୮୫୦ ଉଇକେଟ ନେଇଥିବା ଏହି ଭାରତୀୟ କ୍ରିକେଟର
କୋଲକାତା, ୫ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ମାର୍ଚ୍ଚ ୭ରୁ ୫ମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଭାରତର ଜଣେ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖେଳାଳି ଇଂଲଣ୍ଡ ବିପକ୍ଷରେ ହିଁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ସେ ହେଲେ ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦୀମ। ଜାତୀୟ ଦଳକୁ ଫେରିବା ସୁଯୋଗ ନ ଥିବା ଅନୁଭବ କରି ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବର୍ତ୍ତମାନ ସେ ଫ୍ରାଞ୍ଚାଇଜ୍ […] The post ସନ୍ନ୍ୟାସ ଘୋଷଣା କରି ଚମକାଇଲେ ୮୫୦ ଉଇକେଟ ନେଇଥିବା ଏହି ଭାରତୀୟ କ୍ରିକେଟର appeared first on Dharitri Odia News.
କୋଲକାତା, ୫ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ମାର୍ଚ୍ଚ ୭ରୁ ୫ମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଭାରତର ଜଣେ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖେଳାଳି ଇଂଲଣ୍ଡ ବିପକ୍ଷରେ ହିଁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ସେ ହେଲେ ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦୀମ। ଜାତୀୟ ଦଳକୁ ଫେରିବା ସୁଯୋଗ ନ ଥିବା ଅନୁଭବ କରି ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବର୍ତ୍ତମାନ ସେ ଫ୍ରାଞ୍ଚାଇଜ୍ ଭିତ୍ତିକ ଲିଗ୍ଗୁଡ଼ିକରେ ତାଙ୍କ ଭାଗ୍ୟ ପରୀକ୍ଷା କରିବେ।
୩୪ ବର୍ଷୀୟ ଏହି ସ୍ପିନର ସନ୍ନ୍ୟାସ ଘୋଷଣା କରିବା ନେଇ କହିଛନ୍ତି, ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି। ଭାରତୀୟ ଟିମ୍କୁ ଫେରିବାର ସୁଯୋଗ ନ ଥିବା ଅନୁଭବ କରିଛି। ଏବେ ପଛକୁ ପଛ ଅନେକ ଯୁବ ଖେଳାଳି ଅପେକ୍ଷାରେ ରହିଛନ୍ତି। ଯଦି ଦଳକୁ ଫେରିପାରିଥାନ୍ତେ ତେବେ ସେ ଖେଳିଥାନ୍ତେ, ହେଲେ ସେଭଳି କିଛି ହେବ ନାହିଁ ଜାଣିବା ପରେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ଝାଡ଼ଖଣ୍ଡ ତରଫରୁ ଦୁଇ ଦଶନ୍ଧି ଧରି ଖେଳିଆସୁଥିବା ନଦିମଙ୍କର ଏକ ଲିଷ୍ଟ ‘ଏ’ କ୍ରିକେଟରେ ଶ୍ରେଷ୍ଠ ବୋଲିଂ ଫିଗର (୮/୧୦) ହେଉଛି ଏକ ବିଶ୍ୱ ରେକର୍ଡ ରହିଛି। ୨୦୧୯ରେ ରାଞ୍ଚିସ୍ଥିତ ଜେଏସ୍ସିଏ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ପଦାର୍ପଣର ସୁଯୋଗ ମିଳିଥିଲା। ଭାରତୀୟ ଦଳରେ ପୁଣି ସୁଯୋଗ ପାଇବା ଲାଗି ଏହି ଛାଡ଼ଖଣ୍ଡ ସ୍ପିନରଙ୍କୁ ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ଥିଲା। ୨୦୨୧ରେ ଚେନ୍ନାଇଠାରେ ଇଂଲଣ୍ଡ ବିପକ୍ଷରେ ସେ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଥିଲେ। ନଦିମ ତାଙ୍କ କ୍ୟାରିୟରରେ ୧୪୦ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୫୪୨ ଉଇକେଟ ନେଇଛନ୍ତି। ଲିଷ୍ଟ ଏ’ କ୍ରିକେଟରେ ସେ ୧୩୪ ମ୍ୟାଚରେ ୧୭୫ ଉଇକେଟ ନେଇଛନ୍ତି। ଆଇପିଏଲ୍ରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ତରଫରୁ ୭୨ ମ୍ୟାଚ ଖେଳିଛନ୍ତି। ଦେଖିବାକୁ ଗଲେ ସେ ନିଜ କ୍ୟାରିୟରରେ ମୋଟ ୮୫୦ ଉଇକେଟ ନେଇଥିଲେ।
The post ସନ୍ନ୍ୟାସ ଘୋଷଣା କରି ଚମକାଇଲେ ୮୫୦ ଉଇକେଟ ନେଇଥିବା ଏହି ଭାରତୀୟ କ୍ରିକେଟର appeared first on Dharitri Odia News.