ସପା ସାଂସଦ ଜୟା ବଚ୍ଚନଙ୍କ କଥାରେ ହସି ପକାଇଲେ ରାଜ୍ୟସଭା ଅଧ୍ୟକ୍ଷ, ସଂସଦରେ ହେଲା ହାସ୍ୟରୋଳ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ : ସଂସଦର ଏବେ ମୌସୁମୀ ଅଧିବେଶନ ଚାଲିଛି। ରାଜ୍ୟସଭାରେ ଶୁକ୍ରବାର ସମାଜବାଦୀ ପାର୍ଟି (ସପା) ସାଂସଦ ଜୟା ବଚ୍ଚନ ଓ ଅଧ୍ୟକ୍ଷ ଜଗଦ୍ଦୀପ ଧନଖଡଙ୍କ ମଧ୍ୟରେ ମଜାଳିଆ ଅନ୍ଦାଜରେ କିଛି କଥାବାର୍ତ୍ତା ହୋଇଥିଲା ଯାହା ଗୃହର ସବୁ ସଦସ୍ୟଙ୍କୁ ହସାଇଛି। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଜୟା ବଚ୍ଚନ ଉଠି ସଭାପତି ଧନଖଡଙ୍କୁ ଆଜି ଆପଣଙ୍କ ଲଞ୍ଚ ବ୍ରେକ ହେଲାଣି କି? ହେଇନି ନା, ଏଣୁ ଆପଣ ଜୟରାମ ରମେଶ ନାମ ନେଉଛନ୍ତି ବୋଲି ଜୟା ବଚ୍ଚନ କହିଥିଲେ। ଏହି ବାର୍ତ୍ତାଳାପ ସମୟରେ ଜୟା ବଚ୍ଚନ ନିଜର ପୁରା ନାମ ଜୟା ଅମିତାଭ ବଚ୍ଚନ ବୋଲି କହିବାରୁ ପୁରା ସଦନ ହସିବାକୁ ଲାଗିଥିଲା। ଉଲ୍ଲେଖଯୋଗ୍ୟ ଯେ ସଂସଦର ଗତ ଅଧିବେଶନରେ ଉପ ସଭାପତି ହରିବଂଶ ତାଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି କହିଥିଲେ। ଏଥି ପାଇଁ ଜୟା ବଚ୍ଚନ ଅସନ୍ତୁଷ୍ଟ ହୋଇଥିଲେ। ତେବେ ରାଜ୍ୟସଭାରେ ଆଜି ଚର୍ଚ୍ଚା ଚାଲିଥିବା ବେଳେ ଜୟା ବଚ୍ଚନ ମଝିରେ ଉଠି ସଭାପତି ଜଗଦ୍ଦୀପ ଧନଖଡଙ୍କୁ କହିଥିଲେ ଯେ ସାର! ମୁଁ ଜୟା ଅମିତାଭ ବଚ୍ଚନ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛି। ଏହା ପରେ ସଂସଦରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। Jaya Bachchan: Main Jaya Amitabh Bachchan.Laughter volcanoes erupt in Rajya Sabha ???? pic.twitter.com/cf0ybt784B— Sunanda Roy ???? (@SaffronSunanda) August 2, 2024ନିଜେ ସଭାପତି ଜଗଦ୍ଦୀପ ଧନଖଡ ମଧ୍ୟ ତାଙ୍କର ହସ
ନୂଆଦିଲ୍ଲୀ : ସଂସଦର ଏବେ ମୌସୁମୀ ଅଧିବେଶନ ଚାଲିଛି। ରାଜ୍ୟସଭାରେ ଶୁକ୍ରବାର ସମାଜବାଦୀ ପାର୍ଟି (ସପା) ସାଂସଦ ଜୟା ବଚ୍ଚନ ଓ ଅଧ୍ୟକ୍ଷ ଜଗଦ୍ଦୀପ ଧନଖଡଙ୍କ ମଧ୍ୟରେ ମଜାଳିଆ ଅନ୍ଦାଜରେ କିଛି କଥାବାର୍ତ୍ତା ହୋଇଥିଲା ଯାହା ଗୃହର ସବୁ ସଦସ୍ୟଙ୍କୁ ହସାଇଛି। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଜୟା ବଚ୍ଚନ ଉଠି ସଭାପତି ଧନଖଡଙ୍କୁ ଆଜି ଆପଣଙ୍କ ଲଞ୍ଚ ବ୍ରେକ ହେଲାଣି କି? ହେଇନି ନା, ଏଣୁ ଆପଣ ଜୟରାମ ରମେଶ ନାମ ନେଉଛନ୍ତି ବୋଲି ଜୟା ବଚ୍ଚନ କହିଥିଲେ।
ଏହି ବାର୍ତ୍ତାଳାପ ସମୟରେ ଜୟା ବଚ୍ଚନ ନିଜର ପୁରା ନାମ ଜୟା ଅମିତାଭ ବଚ୍ଚନ ବୋଲି କହିବାରୁ ପୁରା ସଦନ ହସିବାକୁ ଲାଗିଥିଲା। ଉଲ୍ଲେଖଯୋଗ୍ୟ ଯେ ସଂସଦର ଗତ ଅଧିବେଶନରେ ଉପ ସଭାପତି ହରିବଂଶ ତାଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି କହିଥିଲେ। ଏଥି ପାଇଁ ଜୟା ବଚ୍ଚନ ଅସନ୍ତୁଷ୍ଟ ହୋଇଥିଲେ। ତେବେ ରାଜ୍ୟସଭାରେ ଆଜି ଚର୍ଚ୍ଚା ଚାଲିଥିବା ବେଳେ ଜୟା ବଚ୍ଚନ ମଝିରେ ଉଠି ସଭାପତି ଜଗଦ୍ଦୀପ ଧନଖଡଙ୍କୁ କହିଥିଲେ ଯେ ସାର! ମୁଁ ଜୟା ଅମିତାଭ ବଚ୍ଚନ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛି। ଏହା ପରେ ସଂସଦରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।
Jaya Bachchan: Main Jaya Amitabh Bachchan.
Laughter volcanoes erupt in Rajya Sabha ???? pic.twitter.com/cf0ybt784B— Sunanda Roy ???? (@SaffronSunanda) August 2, 2024
ନିଜେ ସଭାପତି ଜଗଦ୍ଦୀପ ଧନଖଡ ମଧ୍ୟ ତାଙ୍କର ହସ ରୋକି ପାରିନଥିଲେ। ଏଥିରେ ଜୟା ବଚ୍ଚନ ପଚାରିଥିଲେ ଯେ ଆଜି ଆପଣଙ୍କୁ ଲଞ୍ଚ ବ୍ରେକ ମିଳିଛି? ମିଳିନି ନା? ତେଣୁ ଆପଣ ଜୟରାମଜୀ (କଂଗ୍ରେସର ଜୟରାମ ରମେଶ)ଙ୍କ ନାମ ନେଉଛନ୍ତି। ଆପଣ ଯେ ପର୍ଯ୍ୟନ୍ତ ତାଙ୍କ ନାମ ନନିଅନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କ ଖାଦ୍ୟ ହଜମ ହୁଏନି। ଏହା ଉପରେ ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ ଯେ ମୁଁ ଆଜି ଲଞ୍ଚ ସମୟରେ ଲଞ୍ଚ କରି ନାହିଁ। ତେବେ ପରେ ଜୟରାମ ରମେଶଙ୍କ ସହିତ ହିଁ ଲଞ୍ଚ କରିଛି ଓ ଆଜି ହିଁ କରିଛି।
ଏହା ପରେ ଜଗଦ୍ଦୀପ ଧନଖଡ ଜୟା ବଚ୍ଚନଙ୍କୁ ଏହା ବି କହିଥିଲେ ଯେ ମୁଁ ଏହା ସମସ୍ତଙ୍କୁ କହୁଛି ଏହା ପ୍ରଥମ ଥର ଯେ ମୁଁ ତୁମର ମଧ୍ୟ ଫ୍ୟାନ ଓ ଅମିତାଭ ବଚ୍ଚନଙ୍କର ବି। ରାଜ୍ୟସଭା ସଭାପତି ଓ ଜୟାବଚ୍ଚନଙ୍କ ମଧ୍ୟରେ ଏହି କଥୋପକଥନ ଚାଲିଥିବା ବେଳେ ସାରା ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଚଳିତ ମୌସୁମୀ ଅଧିବେଶନ କାଳରେ ରାଜ୍ୟସଭା ଉପସଭାପତି ହରିବଂଶ ଙ୍କ ଉପରେ ଜୟାବଚ୍ଚନ ଅସନ୍ତୋଷ ପ୍ରକାଶ କରିଥିଲେ।
ଜୟାଙ୍କ ନାମ ନେବା ପରେ ହରିବଂଶ ତାଙ୍କ ସହ ସ୍ୱାମୀ ଅମିତାଭ ବଚ୍ଚନଙ୍କ ନାମ ମଧ୍ୟ ନେଇ ଥିଲେ ଓ କହିଥିଲେ ଶ୍ରୀମତୀ ଜୟା ଅମିତାଭ ବଚ୍ଚନ ଜୀ ପ୍ଲିଜ୍ । ଏହା ଉପରେ ଜୟା ବଚ୍ଚନ ଅସନ୍ତୋଷ ପ୍ରକାଶ କରି ସାର ଯଦି ଜୟା ବଚ୍ଚନ ବି କହିଥାନ୍ତେ ତଥାପି ବହୁତ ହୋଇଥାନ୍ତା। ତେବେ ହରିବଂଶ କହିଥିଲେ ଯେ ଏଠାରେ ପୁରା ନାମ ଲେଖା ହୋଇଥିଲା ତ ଏଣୁ ରିପିଟ କରିଥିଲି। ଏହା ଉପରେ ଜୟା ବଚ୍ଚନ କହିଥିଲେ ଯେ ଏହା ଏକ ନୂଆ କଥା ମହିଳାମାନେ ତାଙ୍କ ସ୍ୱାମୀଙ୍କ ନାମରେ ପରିଚିତ ହେବେ, କାରଣ ମହିଳାମାନଙ୍କର କୌଣସି ଅସ୍ତିତ୍ୱ ନାହିଁ। ଏହା ଉପରେ ହରିବଂଶ କହିଥିଲେ ଯେ ଏଠାରେ ଏହି ନାମ ହିଁ ଉଲ୍ଲେଖ ଥିଲା। ଏଣୁ ମୁଁ ପଢି ଦେଲି।