ସବ ଇନ୍ସପେକ୍ଟରଙ୍କୁ ଗୁଳି କଲେ କନଷ୍ଟେବଳ

ଇମ୍ଫାଲ,୨।୧୧: ମଣିପୁର ଜିରିବମ ଜିଲାର ଜଣେ ପୋଲିସ କନଷ୍ଟେବଳ ଶନିବାର ତାଙ୍କ ବରିଷ୍ଠ ସହକର୍ମୀ, ସବ-ଇନ୍ସପେକ୍ଟର ର଼୍ୟାଙ୍କର ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ ଅନ୍ୟର କଥା ଶୁଣି ଏଭଳି କରିଥିବା କୁହାଯାଉଛି। କଳହର କାରଣ କ’ଣ ବୋଲି ପୋଲିସ ଏପର୍ଯ୍ୟନ୍ତ ଜାଣିପାରୁ ନାହିଁ। ଅଭିଯୁକ୍ତ କନଷ୍ଟେବଳଙ୍କୁ ତୁରନ୍ତ ଅନ୍ୟ ପୋଲିସ ଗିରଫ କରିଥିଲା। ଇମ୍ଫାଲର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମୋଙ୍ଗବଙ୍ଗ ଗ୍ରାମ ପୋଲିସ ପୋଷ୍ଟରେ ଘଟିଛି, […] The post ସବ ଇନ୍ସପେକ୍ଟରଙ୍କୁ ଗୁଳି କଲେ କନଷ୍ଟେବଳ appeared first on Dharitri Odia News.

ସବ ଇନ୍ସପେକ୍ଟରଙ୍କୁ ଗୁଳି କଲେ କନଷ୍ଟେବଳ

ଇମ୍ଫାଲ,୨।୧୧: ମଣିପୁର ଜିରିବମ ଜିଲାର ଜଣେ ପୋଲିସ କନଷ୍ଟେବଳ ଶନିବାର ତାଙ୍କ ବରିଷ୍ଠ ସହକର୍ମୀ, ସବ-ଇନ୍ସପେକ୍ଟର ର଼୍ୟାଙ୍କର ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ ଅନ୍ୟର କଥା ଶୁଣି ଏଭଳି କରିଥିବା କୁହାଯାଉଛି।
କଳହର କାରଣ କ’ଣ ବୋଲି ପୋଲିସ ଏପର୍ଯ୍ୟନ୍ତ ଜାଣିପାରୁ ନାହିଁ। ଅଭିଯୁକ୍ତ କନଷ୍ଟେବଳଙ୍କୁ ତୁରନ୍ତ ଅନ୍ୟ ପୋଲିସ ଗିରଫ କରିଥିଲା।
ଇମ୍ଫାଲର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମୋଙ୍ଗବଙ୍ଗ ଗ୍ରାମ ପୋଲିସ ପୋଷ୍ଟରେ ଘଟିଛି, ଯାହା ବର୍ତ୍ତମାନ ଅଞ୍ଚଳରେ ଚାଲିଥିବା ହିଂସା କାରଣରୁ କଡା ସୁରକ୍ଷା ଅଧୀନରେ ରହିଛି।
ଉକ୍ତ ଅଞ୍ଚଳର ପ୍ରାରମ୍ଭିକ ରିପୋର୍ଟକୁ ଦର୍ଶାଇ ଅଧିକାରୀ କହିଛନ୍ତି ଯେ ପୋଲିସ କନଷ୍ଟେବଳ ବିକ୍ରମଜିତ ସିଂ କ୍ରୋଧରେ ତାଙ୍କ ସର୍ଭିସ ରାଇଫଲରୁ ସବ-ଇନ୍ସପେକ୍ଟର ଶାହାଜାହାନଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରେ ତାଙ୍କୁ ହତ୍ୟା କରିଥିଲେ। କୁହାଯାଉଛି ଯେ ଶନିବାର ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୁଳି ବିନିମୟର ପ୍ରକୃତ କାରଣ ଏବଂ ପରିସ୍ଥିତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

The post ସବ ଇନ୍ସପେକ୍ଟରଙ୍କୁ ଗୁଳି କଲେ କନଷ୍ଟେବଳ appeared first on Dharitri Odia News.