ସବୁ ଆସନରେ ପ୍ରାର୍ଥୀ ଦେବ ବିଜେଡି, ଜନତାଙ୍କ ଅକୁଣ୍ଠ ସମର୍ଥନ ପାଇବ ଦଳ: ପ୍ରଣବ ପ୍ରକାଶ
ଭୁବନେଶ୍ୱର: ଏକା ଲଢିବ ବିଜେଡି। ସବୁ ଆସନରେ ପ୍ରାର୍ଥୀ ଦେବ ଦଳ। ଓଡ଼ିଶାରେ ବିଜେଡି ଏକାକୀ ଲଢିବ ବୋଲି କହିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଯେ ୧୪୭ ବିଧାନସଭା ସିଟ୍ ଓ ୨୧ ଲୋକସଭା ସିଟ୍ରେ ଏକାକୀ ଲଢେଇ କରିବ। ନବୀନଙ୍କ ନେତୃତ୍ୱ ପ୍ରତି ଓଡ଼ିଶାବାସୀଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ରହିଛି। ନବୀନ ନେତୃତ୍ୱରେ ଦଳ ଲକ୍ଷ୍ୟ ପୂରଣ କରିବ। ବିଜେଡି ଜନତାଙ୍କ ଅକୁଣ୍ଠ ସମର୍ଥନ ପାଇବ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି।ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ…— Pranab Prakash Das (@pranabpdas) March 22, 2024ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ବିଜେପି ନେତା ମନମୋହନ ସାମଲ। ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବୋଲି ସେ କହିଥିଲେ। ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବିଜେପି : ମନମୋହନ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚିପାରୁନାହିଁ। ଲୋକେ ସୁଫଳ ପାଇପାରୁନାହାନ୍ତି। ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଓଡ଼ିଶା ଗଠନ
ଭୁବନେଶ୍ୱର: ଏକା ଲଢିବ ବିଜେଡି। ସବୁ ଆସନରେ ପ୍ରାର୍ଥୀ ଦେବ ଦଳ। ଓଡ଼ିଶାରେ ବିଜେଡି ଏକାକୀ ଲଢିବ ବୋଲି କହିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଯେ ୧୪୭ ବିଧାନସଭା ସିଟ୍ ଓ ୨୧ ଲୋକସଭା ସିଟ୍ରେ ଏକାକୀ ଲଢେଇ କରିବ। ନବୀନଙ୍କ ନେତୃତ୍ୱ ପ୍ରତି ଓଡ଼ିଶାବାସୀଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ରହିଛି। ନବୀନ ନେତୃତ୍ୱରେ ଦଳ ଲକ୍ଷ୍ୟ ପୂରଣ କରିବ। ବିଜେଡି ଜନତାଙ୍କ ଅକୁଣ୍ଠ ସମର୍ଥନ ପାଇବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି।
ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ…— Pranab Prakash Das (@pranabpdas) March 22, 2024
ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ବିଜେପି ନେତା ମନମୋହନ ସାମଲ। ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବୋଲି ସେ କହିଥିଲେ।
ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବିଜେପି : ମନମୋହନ
ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚିପାରୁନାହିଁ। ଲୋକେ ସୁଫଳ ପାଇପାରୁନାହାନ୍ତି। ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। ବିଜେପି ଏହି ପ୍ରତିକ୍ରିୟାର କିଛି ପରେ ବିଜେଡି ମଧ୍ୟ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛି।