ନାକଟିଦେଉଳରେ ଡବଲ ମର୍ଡର, ବନ୍ଦ ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ

ସମ୍ବଲପୁର ୨୮।୦୭ : ସମ୍ବଲପୁର ରେଢାଖୋଲ ଉପଖଣ୍ଡ ନାକଟିଦେଉଳରେ ଡବଲ ମର୍ଡର । ବନ୍ଦ ଘରୁ ମିଳିଲା ଦମ୍ପତ୍ତିଙ୍କ ରକ୍ତାକ୍ତ ମୃତଦେହ । ମୃତକ ମାନେ ହେଲେ ଅବ୍ରହାମ କୁଜୁର ବୟସ ୩୨ ହୋଇଥିବା ବେଳେ ଓ କଉନାରୀ କୁଜୁରଙ୍କ ବୟସ  ୨୮ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ନାକଟିଦେଉଳ ବ୍ଲକ ପାଣ୍ଡିରିଶିଳା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମିଳିଛି ଦମ୍ପତ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ତେବେ ଶୋଇଥିବା ବେଳେ କେହି ହତ୍ୟାକାଣ୍ଡ କରିଥିବା ଅନୁମାନ କରାଯାଉଛି । ହେଲେ ଏନେଇ କୌଣସି ସୂଚନା ମିଳିନାହିଁ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ଏହାସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ  ।  

ନାକଟିଦେଉଳରେ ଡବଲ ମର୍ଡର, ବନ୍ଦ ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ

ସମ୍ବଲପୁର ୨୮।୦୭ : ସମ୍ବଲପୁର ରେଢାଖୋଲ ଉପଖଣ୍ଡ ନାକଟିଦେଉଳରେ ଡବଲ ମର୍ଡର । ବନ୍ଦ ଘରୁ ମିଳିଲା ଦମ୍ପତ୍ତିଙ୍କ ରକ୍ତାକ୍ତ ମୃତଦେହ । ମୃତକ ମାନେ ହେଲେ ଅବ୍ରହାମ କୁଜୁର ବୟସ ୩୨ ହୋଇଥିବା ବେଳେ ଓ କଉନାରୀ କୁଜୁରଙ୍କ ବୟସ  ୨୮ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ନାକଟିଦେଉଳ ବ୍ଲକ ପାଣ୍ଡିରିଶିଳା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମିଳିଛି ଦମ୍ପତ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ତେବେ ଶୋଇଥିବା ବେଳେ କେହି ହତ୍ୟାକାଣ୍ଡ କରିଥିବା ଅନୁମାନ କରାଯାଉଛି । ହେଲେ ଏନେଇ କୌଣସି ସୂଚନା ମିଳିନାହିଁ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ଏହାସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ  ।