ସବୁ ପ୍ରତୀକ୍ଷାର ଅନ୍ତ : ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ସରିଲା ନିବନ୍ଧ
ନନ୍ଦିଘୋଷ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ତଥା... The post ସବୁ ପ୍ରତୀକ୍ଷାର ଅନ୍ତ : ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ସରିଲା ନିବନ୍ଧ appeared first on .
ନନ୍ଦିଘୋଷ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଛି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା ।
ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ଆନୁଭବ ଏବଂ ଜାଗୃତିଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି, ଏମିତିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା ଯେ ଏଇ ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି।
ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତି ଶୁକ୍ଲାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଏବଂ ଲୋକଙ୍କ ସାମ୍ନାକୁ ଆସିଥିଲା। ସେହି ସମୟରେ ଜାଗୃତିଙ୍କୁ ନେଇ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା। ଏପରିକି କେହିକେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦର କାରଣ ଜାଗୃତିଙ୍କୁ ବୋଲି ଧରି ନେଇଥିଲେ। ବର୍ତ୍ତମାନ ବିବାହ ଖବର ଶୁଣି ସୁପରଷ୍ଟାରଙ୍କ ଫ୍ୟାନମାନେ ଯେତେ ଖୁସି ଅଛନ୍ତି ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ଅଛନ୍ତି ଓଡ଼ିଶାବାସୀ।
The post ସବୁ ପ୍ରତୀକ୍ଷାର ଅନ୍ତ : ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ସରିଲା ନିବନ୍ଧ appeared first on .