ସବୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କେନ୍ଦୁଝର,୧୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଅସଂରକ୍ଷିତ ଘସିପୁରା ନିର୍ବାଚନ ମଣ୍ଡଳୀରେ ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି, ଫଳରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିକଟ କରିଛି। ସେ ନିଜେ କିଛି ଦିନ ତଳେ ନିର୍ବାଚନ ମଣ୍ଡଳୀ ବୁଲୁଥିବାରୁ ତାଙ୍କର କିମ୍ବା ତାଙ୍କ ସମ୍ପର୍କୀୟ କେହି ପ୍ରାର୍ଥୀ ହେବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ଆନନ୍ଦପୁର ପାଇଁ ପୂର୍ବତନ ପିସିସି […] The post ସବୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ appeared first on Dharitri Odia News.

ସବୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କେନ୍ଦୁଝର,୧୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଅସଂରକ୍ଷିତ ଘସିପୁରା ନିର୍ବାଚନ ମଣ୍ଡଳୀରେ ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି, ଫଳରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିକଟ କରିଛି। ସେ ନିଜେ କିଛି ଦିନ ତଳେ ନିର୍ବାଚନ ମଣ୍ଡଳୀ ବୁଲୁଥିବାରୁ ତାଙ୍କର କିମ୍ବା ତାଙ୍କ ସମ୍ପର୍କୀୟ କେହି ପ୍ରାର୍ଥୀ ହେବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ଆନନ୍ଦପୁର ପାଇଁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ପୁଣି ଥରେ ଦଳ ପ୍ରାର୍ଥୀ କରିଛି। ତାଙ୍କ ପୁଅ ପ୍ରାର୍ଥୀ ହେବ ନେଇ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା। ସେହିପରି ତେଲକୋଇ ସଂରକ୍ଷିତ ଆସନ ରେ ପୂର୍ବତନ ବିଧାୟକ ପ୍ରାଣ ବଲ୍ଲଭ ନାୟକଙ୍କ ପୁଅ ନିର୍ମଳ ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଚମ୍ପୁଆ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ଏମ୍‌ପି ଯଶୋବନ୍ତ ସିଂ ଲାଗୁରିଙ୍କୁ ପ୍ରାର୍ଥୀ କରିଛି। ସଦର ନିର୍ବାଚନମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ସ୍ତ୍ରୀ ପ୍ରତିଭା ମଞ୍ଜରୀ ନାଏକଙ୍କୁ ପ୍ରାର୍ଥୀ କରିଥିବାବେଳେ ପାଟଣା ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ହୃଷିକେଶ ନାଏକଙ୍କୁ ପ୍ରାର୍ଥୀ କରିଛି। ସେ ଛଅ ଥର ବିଧାୟକ ଥିଲେ।

The post ସବୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ appeared first on Dharitri Odia News.