ସବୁ ସମ୍ପତ୍ତିର ତାଲିକା ଦେବାକୁ ପ୍ରାର୍ଥୀ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୪: ଆଉ ଦିନ କେଇଟା ପରେ ଆରମ୍ଭ ହେବ ୨୦୨୪ ନିର୍ବାଚନ ମହାସଂଗ୍ରାମ। ଏହା ପୂର୍ବରୁ ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି। ତେବେ ପ୍ରାର୍ଥୀ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ। ସେ ଏଥିପାଇଁ ବାଧ୍ୟ ନୁହନ୍ତି। ଦାମୀ ତଥା ଲକଜରିୟସ ଜୀବନ ଶୈଳୀ ସହ ଜଡିତ ସମ୍ପତ୍ତିର ତାଲିକା ଦେଇପାରିବେ ପ୍ରାର୍ଥୀ। ଏକ ଆବେଦନର ଶୁଣାଣି କରି ଏସମ୍ପର୍କରେ ବଡ଼ ରାୟ ଦେଇଛନ୍ତି […] The post ସବୁ ସମ୍ପତ୍ତିର ତାଲିକା ଦେବାକୁ ପ୍ରାର୍ଥୀ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ appeared first on Dharitri Odia News.

ସବୁ ସମ୍ପତ୍ତିର ତାଲିକା ଦେବାକୁ ପ୍ରାର୍ଥୀ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୪: ଆଉ ଦିନ କେଇଟା ପରେ ଆରମ୍ଭ ହେବ ୨୦୨୪ ନିର୍ବାଚନ ମହାସଂଗ୍ରାମ। ଏହା ପୂର୍ବରୁ ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି। ତେବେ ପ୍ରାର୍ଥୀ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ। ସେ ଏଥିପାଇଁ ବାଧ୍ୟ ନୁହନ୍ତି। ଦାମୀ ତଥା ଲକଜରିୟସ ଜୀବନ ଶୈଳୀ ସହ ଜଡିତ ସମ୍ପତ୍ତିର ତାଲିକା ଦେଇପାରିବେ ପ୍ରାର୍ଥୀ। ଏକ ଆବେଦନର ଶୁଣାଣି କରି ଏସମ୍ପର୍କରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

କୋର୍ଟ ଆହୁରି କହିଛନ୍ତି, ଭୋଟରଙ୍କୁ କୌଣସି ବି ପ୍ରାର୍ଥୀଙ୍କ ସବୁ ସମ୍ପତ୍ତି ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ନାହିଁ। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ନିଜର ତଥା ନିଜ ପରିବାର ଲୋକଙ୍କ ନାଁରେ ଥିବା ପ୍ରତ୍ୟେକ ସମ୍ପତ୍ତିର ଖୁଲାସା କରିବା ଦରକାର ନୁହେଁ। ଅପ୍ରାସାଙ୍ଗିକ ପ୍ରସଙ୍ଗରେ ପ୍ରାର୍ଥୀଙ୍କ ପାଖରେ ଗୋପନୀୟତା ଅଧିକାର ରହିଛି। କେବଳ ଅଧିକ ମୂଲ୍ୟ ତଥା ବିଳାଶପୂର୍ଣ୍ଣ ଜୀବନଶୈଳୀକୁ ଦର୍ଶାଉ ଥିବା ସମ୍ପତ୍ତିର ତାଲିକା ପ୍ରାର୍ଥୀ ପ୍ରକାଶ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅରୁଣାଚଳରୁ ତେଜୁ ବିଧାନଭାରେ ସ୍ବାଧୀନ ବିଧାୟକ ଥିବା କାରିଖୋକ୍ରିଙ୍କ ନିର୍ବାଚନକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏପରି କହିଛନ୍ତି। ଏଥିସହ ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅନିରୁଦ୍ଧ ବୋସ ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ତାଙ୍କ ବିଧାୟକ ପଦକୁ କାଏମ ରଖିଛନ୍ତି।

ସୂଚନାଥାଉ କି, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାବେଳେ କାରିଖୋକ୍ରି ନିଜ ନାମାଙ୍କନ ପତ୍ରରେ ସମସ୍ତ ସମ୍ପତ୍ତିର ତାଲିକା ପ୍ରକାଶ କରି ନ ଥିଲେ। ନିଜ ସ୍ତ୍ରୀ ଓ ପୁଅ ନାଁରେ ଥିବା ତିନୋଟି ଗାଡିର ଖୁଲାସା ସେ କରି ନ ଥିଲେ। ଏହାକୁ ନେଇ ତାଙ୍କ ନିର୍ବାଚନ ରଦ୍ଦ କରିବାକୁ କୋର୍ଟରେ ଆବେଦନ ହୋଇଥିଲା।

The post ସବୁ ସମ୍ପତ୍ତିର ତାଲିକା ଦେବାକୁ ପ୍ରାର୍ଥୀ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ appeared first on Dharitri Odia News.