ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…
ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି ରହିଛି l ତେବେ ଲଗାଣ ବର୍ଷା ହେବା ଫଳରେ ଦୁଇଜଣଙ୍କ ଘର ଭାଙ୍ଗିଛି l ସୂଚନାନୁଯାୟୀ, ଶନିବାର ଦିନ ଏବଂ ରାତି ସାରା ବର୍ଷା ହେବା ଫଳରେ ବ୍ଲକର ଗଡ଼ିଗାଁ ପଞ୍ଚାୟତର ଡେଙ୍ଗାଶୋଳ ମାହାଲିସାହି ଗ୍ରାମର କାହ୍ନା ମାହାଲିଙ୍କ ଘର ଚାରି ପାଖରେ ଆଣ୍ଠୁଏ ପାଣିର ସୁଅ ଛୁଟିଥିଲା l […] The post ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ… appeared first on Dharitri Odia News.
ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି ରହିଛି l ତେବେ ଲଗାଣ ବର୍ଷା ହେବା ଫଳରେ ଦୁଇଜଣଙ୍କ ଘର ଭାଙ୍ଗିଛି l
ସୂଚନାନୁଯାୟୀ, ଶନିବାର ଦିନ ଏବଂ ରାତି ସାରା ବର୍ଷା ହେବା ଫଳରେ ବ୍ଲକର ଗଡ଼ିଗାଁ ପଞ୍ଚାୟତର ଡେଙ୍ଗାଶୋଳ ମାହାଲିସାହି ଗ୍ରାମର କାହ୍ନା ମାହାଲିଙ୍କ ଘର ଚାରି ପାଖରେ ଆଣ୍ଠୁଏ ପାଣିର ସୁଅ ଛୁଟିଥିଲା l ଫଳରେ କାହ୍ନାଙ୍କ ଘର କାନ୍ଥ ଭାଙ୍ଗି ଯାଇ ମଙ୍ଗଲ ମାହାଲିଙ୍କ ଘରେ ପଡ଼ିବାରୁ ମଙ୍ଗଲଙ୍କ ଘର କାନ୍ଥ ମଧ୍ୟ ଭାଙ୍ଗି ଯାଇଛି l ସେହିପରି କାହ୍ନାଙ୍କ ସ୍ତ୍ରୀ ମିନାକ୍ଷୀ ମାହାଲୀ ସାମାନ୍ୟ ଆହତ ହୋଇଥିବା ବେଳେ ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ନଷ୍ଟ ହୋଇଯାଇଛି l ତେବେ ନୋଡାଲ ଅଫିସର ଆର୍ଆଇ ସେବତୀ କିସ୍କୁ,ପିଇଓ ଦେବବ୍ରତ ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
The post ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ… appeared first on Dharitri Odia News.