ସବୁକାମ ଠିକ୍‌ଠାକ୍‌ ଚାଲିଛି, ମୁଁ ପୁରା ସୁସ୍ଥ ଅଛି- ପୁରୀ ଏସ୍‌ପି

ପୁରୀ ୧୪।୦୭ : ବେହୋସ କିଏ କହିଲା..ମୁଁ ତ ଆପଣଙ୍କ ସାମ୍ନାରେ ଅଛି । କିଏ କହିଲା ମୁଁ ବେହୋସ ବୋଲି । ଶ୍ରୀମନ୍ଦିର ଭିତରୁ ବାହାରି ଗଣମାଧ୍ୟମକୁ ଏପରି କିଛି ଉତ୍ତର ଦେଇଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର । ଖବର ଅନୁଯାୟୀ, ଦୀର୍ଘ ଦିନ ପରେ ଖୋଲୁଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି ୧୧ ଜଣିଆ ସଦସ୍ୟ । ଯେଉଁଥିରେ ଦୁଇ ଜଣ ତଦାରଖ କମିଟିର ସଦସ୍ୟ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଭଣ୍ଡାର ମେକାପ, ଦେଉଳ କରଣ, ତଢ଼ଉକରଣ, ଗଜପତିଙ୍କ ପ୍ରତିନିଧି, ଏସଆଇ, ଓ ପରିଚାଳନା କମିଟି ଦୁଇ ଜଣ ସଦସ୍ୟ ରହିଛନ୍ତି। ତେବେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ସେବାୟତ ଆସି ଏସ୍‌ପି ବେହୋସ ଅଛନ୍ତି ବୋଲି କହିଥିଲେ । ତାଙ୍କୁ ଡାକ୍ତର ଚିକିତ୍ସା କରୁଛନ୍ତି । ଆଉ ଆସିଲେ କହିବି ବୋଲି କହିଥିଲେ । ଯାହାକୁ ଶୁଣି ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥିଲେ । ଶେଷରେ ସେବାୟତଙ୍କ ପ୍ରତିକ୍ରିୟା ଦେବାର କିଛି ସମୟ ପରେ ପୁରୀ ଏସ୍‌ପି ପିନାକ ମିଶ୍ର ମନ୍ଦିର ବାହାରକୁ ଆସିଥିଲେ । ଆଉ କହିଥିଲେ କି, ପୂର୍ବ ଯୋଜନା ଅନୁସାରେ ସବୁକାମ୍‌ ଠିକ୍‌ ଠାକ୍‌ ଚାଲିଛି ।ଆପଣମାନେ ସହଯୋଗ କରନ୍ତୁ । ଆଗକୁ ଆଉ ସବୁ କାମ ବି ଠିକ୍‌ଠାକ୍‌ ହେବ । ସେହିପରି ନିଜ ବହୋସ ହେବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୁଁ ବେହୋସ .. ତେବେ ଆପଣଙ

ସବୁକାମ ଠିକ୍‌ଠାକ୍‌ ଚାଲିଛି, ମୁଁ ପୁରା ସୁସ୍ଥ ଅଛି- ପୁରୀ ଏସ୍‌ପି

ପୁରୀ ୧୪।୦୭ : ବେହୋସ କିଏ କହିଲା..ମୁଁ ତ ଆପଣଙ୍କ ସାମ୍ନାରେ ଅଛି । କିଏ କହିଲା ମୁଁ ବେହୋସ ବୋଲି । ଶ୍ରୀମନ୍ଦିର ଭିତରୁ ବାହାରି ଗଣମାଧ୍ୟମକୁ ଏପରି କିଛି ଉତ୍ତର ଦେଇଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର । 

ଖବର ଅନୁଯାୟୀ, ଦୀର୍ଘ ଦିନ ପରେ ଖୋଲୁଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି ୧୧ ଜଣିଆ ସଦସ୍ୟ । ଯେଉଁଥିରେ ଦୁଇ ଜଣ ତଦାରଖ କମିଟିର ସଦସ୍ୟ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଭଣ୍ଡାର ମେକାପ, ଦେଉଳ କରଣ, ତଢ଼ଉକରଣ, ଗଜପତିଙ୍କ ପ୍ରତିନିଧି, ଏସଆଇ, ଓ ପରିଚାଳନା କମିଟି ଦୁଇ ଜଣ ସଦସ୍ୟ ରହିଛନ୍ତି। ତେବେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ସେବାୟତ ଆସି ଏସ୍‌ପି ବେହୋସ ଅଛନ୍ତି ବୋଲି କହିଥିଲେ । ତାଙ୍କୁ ଡାକ୍ତର ଚିକିତ୍ସା କରୁଛନ୍ତି । ଆଉ ଆସିଲେ କହିବି ବୋଲି କହିଥିଲେ । ଯାହାକୁ ଶୁଣି ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥିଲେ । ଶେଷରେ ସେବାୟତଙ୍କ ପ୍ରତିକ୍ରିୟା ଦେବାର କିଛି ସମୟ ପରେ ପୁରୀ ଏସ୍‌ପି ପିନାକ ମିଶ୍ର ମନ୍ଦିର ବାହାରକୁ ଆସିଥିଲେ । ଆଉ କହିଥିଲେ କି, ପୂର୍ବ ଯୋଜନା ଅନୁସାରେ ସବୁକାମ୍‌ ଠିକ୍‌ ଠାକ୍‌ ଚାଲିଛି ।ଆପଣମାନେ ସହଯୋଗ କରନ୍ତୁ । ଆଗକୁ ଆଉ ସବୁ କାମ ବି ଠିକ୍‌ଠାକ୍‌ ହେବ । 

ସେହିପରି ନିଜ ବହୋସ ହେବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୁଁ ବେହୋସ .. ତେବେ ଆପଣଙ୍କ ସାମ୍ନାରେ କିଏ ଛିଡା ହୋଇଛି । ମୁଁ ପୁରା ସୁସ୍ଥ ଅଛି ।