ସବୁଠୁ ଧନୀ ଲୋକସଭା ପ୍ରାର୍ଥୀଙ୍କୁ ମିଳିଥିଲା ମାତ୍ର ୧୫ଶହ ଭୋଟ୍; ପରାଜୟ ପରେ ସମ୍ପତ୍ତି ଜବତ୍
ନୂଆଦିଲ୍ଲୀ: ଏପ୍ରିଲ୍ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଭୋଟ୍ ହାତେବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି ବିଭିନ୍ନ ରାଜନୈତିକ ଦଳ । ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । ନିର୍ବାଚନ ପାଇଁ କିଛି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ କିଛି ନୋମିନେସନ କରୁଛନ୍ତି । ନିର୍ବାଚନ ଆୟୋଗଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ସତ୍ୟପାଠ ମୁତାବକ, କଂଗ୍ରେସ ସାଂସଦ ପ୍ରାର୍ଥୀ ନକୁଲନାଥ ସବୁଠୁ ଧନୀ । ତାଙ୍କର ମୋଟ୍ ସମ୍ପତ୍ତି ୭୦୦ କୋଟିରୁ ଅଧିକ ହେବ । ଯଦି ୨୦୧୯ ଲୋକସଭା ନିର୍ବାଚନ ଉପରେ ନଜର ପକାଇବା, ତେବେ ସିଇସି ଦିଆଯାଇଥିବା ସତ୍ୟପାଠରେ ବିହାରରେ ମଧ୍ୟ ଏଭଳି ଜଣେ ପ୍ରାର୍ଥୀ ନାମାଙ୍କନ କରିଥିଲେ । ଯାହାଙ୍କର ମୋଟ୍ ସମ୍ପତ୍ତି ହଜାରେ କୋଟିରୁ ଅଧିକ ହେବ । ହେଲେ ତାଙ୍କୁ ମାତ୍ର ୧,୫୫୮ ଭୋଟ୍ ଖଣ୍ଡ ମିଳିଥିଲା । ନିର୍ବାଚନରେ ପରାଜୟ ପରେ ଆୟକର ବିଭାଗ ତାଙ୍କ ଉପରେ ଆକ୍ସନ ନେଇଥିଲା । ତାଙ୍କ ସମ୍ପତ୍ତି ଜବତ କରିଥିଲା ଆଇଟି ଟିମ୍ । ସେ ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଥିଲେ । ସେହି ଆସନରୁ ବିଜେପି ରାମ୍ କୃପାଲ ଯାଦବ ୫ ଲକ୍ଷ ଭୋଟ୍ ସହିତ ବିଜୟ ହାସଲ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ଧନୀ ପ୍ରାର୍ଥୀ ଥିଲେ ବିହାର ପାଟିଳିପୁତ୍ର ଆସନର ରମେଶ କୁମାର । ତାଙ୍କର ମୋଟ୍ ସମ୍ପତ୍ତି ୧,୧୦୭ କୋଟି ବୋଲି ସତ୍ୟପାଠ ଦାଖଲ କରିଥିଲେ । ଏହ
ନୂଆଦିଲ୍ଲୀ: ଏପ୍ରିଲ୍ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଭୋଟ୍ ହାତେବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି ବିଭିନ୍ନ ରାଜନୈତିକ ଦଳ । ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । ନିର୍ବାଚନ ପାଇଁ କିଛି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ କିଛି ନୋମିନେସନ କରୁଛନ୍ତି । ନିର୍ବାଚନ ଆୟୋଗଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ସତ୍ୟପାଠ ମୁତାବକ, କଂଗ୍ରେସ ସାଂସଦ ପ୍ରାର୍ଥୀ ନକୁଲନାଥ ସବୁଠୁ ଧନୀ । ତାଙ୍କର ମୋଟ୍ ସମ୍ପତ୍ତି ୭୦୦ କୋଟିରୁ ଅଧିକ ହେବ ।
ଯଦି ୨୦୧୯ ଲୋକସଭା ନିର୍ବାଚନ ଉପରେ ନଜର ପକାଇବା, ତେବେ ସିଇସି ଦିଆଯାଇଥିବା ସତ୍ୟପାଠରେ ବିହାରରେ ମଧ୍ୟ ଏଭଳି ଜଣେ ପ୍ରାର୍ଥୀ ନାମାଙ୍କନ କରିଥିଲେ । ଯାହାଙ୍କର ମୋଟ୍ ସମ୍ପତ୍ତି ହଜାରେ କୋଟିରୁ ଅଧିକ ହେବ । ହେଲେ ତାଙ୍କୁ ମାତ୍ର ୧,୫୫୮ ଭୋଟ୍ ଖଣ୍ଡ ମିଳିଥିଲା । ନିର୍ବାଚନରେ ପରାଜୟ ପରେ ଆୟକର ବିଭାଗ ତାଙ୍କ ଉପରେ ଆକ୍ସନ ନେଇଥିଲା । ତାଙ୍କ ସମ୍ପତ୍ତି ଜବତ କରିଥିଲା ଆଇଟି ଟିମ୍ । ସେ ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଥିଲେ । ସେହି ଆସନରୁ ବିଜେପି ରାମ୍ କୃପାଲ ଯାଦବ ୫ ଲକ୍ଷ ଭୋଟ୍ ସହିତ ବିଜୟ ହାସଲ କରିଥିଲେ ।
୨୦୧୯ ଲୋକସଭା ନିର୍ବାଚନରେ ଧନୀ ପ୍ରାର୍ଥୀ ଥିଲେ ବିହାର ପାଟିଳିପୁତ୍ର ଆସନର ରମେଶ କୁମାର । ତାଙ୍କର ମୋଟ୍ ସମ୍ପତ୍ତି ୧,୧୦୭ କୋଟି ବୋଲି ସତ୍ୟପାଠ ଦାଖଲ କରିଥିଲେ । ଏହି ଆସନରେ ପଞ୍ଚମ ସବୁଠୁ ଧନୀ ପ୍ରାର୍ଥୀ ଥିଲେ । ତାଙ୍କୁ ଛାଡ଼ି ଅନ୍ୟ ୪ଜଣ କଂଗ୍ରେସ ପ୍ରାର୍ଥୀ ରହିଥିଲେ ।