ସଭ୍ୟତାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୪।୮: ଦେଶର ଅଗ୍ରଣୀ ପ୍ରିମିୟମ ଏଥ୍ନିକ ୱେୟାର ବ୍ରାଣ୍ଡ୍ ‘ସଭ୍ୟତା’ର ନୂତନ ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ମଙ୍ଗଳବାର ଭୁବନେଶ୍ୱରର ଏସ୍ପ୍ଲାନେଡ୍ ମଲ୍ରେ ଉଦ୍ଘାଟିତ ହୋଇଯାଇଛି। ସାରା ଭାରତରେ ବ୍ରାଣ୍ଡ୍ର ଏହା ୧୨୩ତମ ଷ୍ଟୋର ହୋଇଥିଲାବେଳେ ଓଡ଼ିଶା ବଜାରରେ ସଭ୍ୟତାର ୨ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡ୍ର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ […] The post ସଭ୍ୟତାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ appeared first on Dharitri Odia News.
ଭୁବନେଶ୍ୱର,୧୪।୮: ଦେଶର ଅଗ୍ରଣୀ ପ୍ରିମିୟମ ଏଥ୍ନିକ ୱେୟାର ବ୍ରାଣ୍ଡ୍ ‘ସଭ୍ୟତା’ର ନୂତନ ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ମଙ୍ଗଳବାର ଭୁବନେଶ୍ୱରର ଏସ୍ପ୍ଲାନେଡ୍ ମଲ୍ରେ ଉଦ୍ଘାଟିତ ହୋଇଯାଇଛି। ସାରା ଭାରତରେ ବ୍ରାଣ୍ଡ୍ର ଏହା ୧୨୩ତମ ଷ୍ଟୋର ହୋଇଥିଲାବେଳେ ଓଡ଼ିଶା ବଜାରରେ ସଭ୍ୟତାର ୨ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡ୍ର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ସଭ୍ୟତାର ସହପ୍ରତିଷ୍ଠାତା ପଙ୍କଜ ଆନନ୍ଦ କହିଛନ୍ତି, ଭୁବନେଶ୍ୱରଠାରେ ଆମେ ଆମର ୨ୟ ଷ୍ଟୋରର ଶୁଭାରମ୍ଭକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ସହରର ଜୀବନ୍ତ ଫ୍ୟାଶନ ସମୁଦାୟକୁ ସେବା ଯୋଗାଇବା ପାଇଁ ଆମେ ଅପେକ୍ଷା କରିଛୁ। ଏହି ନୂଆ ଷ୍ଟୋର ଆମର ନୂତନ କଲେକ୍ସନକୁ ପ୍ରଦର୍ଶିତ ଏବଂ ଏଥ୍ନିକ୍ ଫ୍ୟାଶନ ଉପରେ ଏକ ସତେଜ ଦୃଷ୍ଟିକୋଣ ପ୍ରଦାନ କରିବ, ଯାହା ଏଥ୍ନିକ୍ ୱେୟାରକୁ ଆଜିର ମହିଳାମାନଙ୍କ ପାଇଁ ପହଞ୍ଚଯୋଗ୍ୟ ଓ ପ୍ରାସଙ୍ଗିକ କରିବାର ଆମର ଲକ୍ଷ୍ୟ ସହ ଜଡ଼ିତ ରହିଛି। ସେହିଭଳି କମ୍ପାନୀର ସହପ୍ରତିଷ୍ଠାତା ଅନିଲ ଅରୋରା କହିଛନ୍ତି, ଆମର ୧୨୩ ତମ ଷ୍ଟୋରର ଉନ୍ମୋଚନ ଏକ ବଡ଼ ସଫଳତା ହୋଇଥିଲାବେଳେ ଆମେ ଭୁବନେଶ୍ୱରରେ ଆମର ଉପସ୍ଥିତିକୁ ବିସ୍ତାରକରି ଆନନ୍ଦିତ ଅଛୁ ଏବଂ ଦେଶର ପ୍ରତ୍ୟେକ କୋଣ ପାଇଁ ସର୍ବୋତ୍ତମ ଏଥ୍ନିକ୍ ପୋଷାକ ଆଣିବା ଲାଗି ପ୍ରତିବଦ୍ଧ ରହିଛୁ।
The post ସଭ୍ୟତାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ appeared first on Dharitri Odia News.