ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିକଡପଲ୍ଲୀ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମନ ପରେ ଅଲ୍ଲୁ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ନିକଟରେ ହାଜର ହୋଇଛନ୍ତି। କହିରଖୁଛୁ ଯେ, ପୁଷ୍ପା ୨ ପ୍ରିମିୟର୍‌ ସମୟରେ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ […] The post ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ appeared first on Dharitri Odia News.

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିକଡପଲ୍ଲୀ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମନ ପରେ ଅଲ୍ଲୁ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ନିକଟରେ ହାଜର ହୋଇଛନ୍ତି।

କହିରଖୁଛୁ ଯେ, ପୁଷ୍ପା ୨ ପ୍ରିମିୟର୍‌ ସମୟରେ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଆହତ ହୋଇଥିଲେ। ଏହି ମାମଲାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା ଏବଂ ସେ ମଧ୍ୟ ଗୋଟିଏ ରାତି ଜେଲରେ ରହିଥିଲେ। ବର୍ତ୍ତମାନ ଅଭିନେତା ଜାମିନରେ ଅଛନ୍ତି। ଏହି ଘଟଣା ତେଲଙ୍ଗାନାରେ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି।

The post ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ appeared first on Dharitri Odia News.