ସମନ୍ୱିତ କୃଷି ପଦ୍ଧତିରେ ସାମିଲ ହେଲେ କୋଟିଆର ୨୨ ଚାଷୀ
ପଟ୍ଟାଙ୍ଗି୨୫/୧୧(ଶରତ ଧଳ): କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ପଞ୍ଚାୟତକୁ ସ୍ଵତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ସମନ୍ୱିତ କୃଷି ପଦ୍ଧତିରେ ୨୨ ଚାଷୀଙ୍କୁ ସାମିଲ କରିଛି। କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁପାଳନ ଓ ଜଙ୍ଗଲ ୫ ଗୋଟି ବିଭାଗର ସହଯୋଗରେ ସମନ୍ୱିତ କୃଷି ପଦ୍ଧତି ଯୋଜନା କାର୍ୟ୍ୟକାରୀ ହେଉଛି। ଏହି ଯୋଜନାରେ ସାଧାରଣ ବର୍ଗର ହିତାଧିକାରୀ ଚାଷୀଙ୍କୁ ୪୦ ପ୍ରତିଶତ ଏବଂ ମହିଳା, ଆଦିବାସୀ ଓ ଅନୁସୂଚିତ ବର୍ଗଙ୍କୁ ୫୦ ପ୍ରତିଶତ ରିହାତି […] The post ସମନ୍ୱିତ କୃଷି ପଦ୍ଧତିରେ ସାମିଲ ହେଲେ କୋଟିଆର ୨୨ ଚାଷୀ appeared first on Dharitri Odia News.
ପଟ୍ଟାଙ୍ଗି୨୫/୧୧(ଶରତ ଧଳ): କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ପଞ୍ଚାୟତକୁ ସ୍ଵତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ସମନ୍ୱିତ କୃଷି ପଦ୍ଧତିରେ ୨୨ ଚାଷୀଙ୍କୁ ସାମିଲ କରିଛି। କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁପାଳନ ଓ ଜଙ୍ଗଲ ୫ ଗୋଟି ବିଭାଗର ସହଯୋଗରେ ସମନ୍ୱିତ କୃଷି ପଦ୍ଧତି ଯୋଜନା କାର୍ୟ୍ୟକାରୀ ହେଉଛି। ଏହି ଯୋଜନାରେ ସାଧାରଣ ବର୍ଗର ହିତାଧିକାରୀ ଚାଷୀଙ୍କୁ ୪୦ ପ୍ରତିଶତ ଏବଂ ମହିଳା, ଆଦିବାସୀ ଓ ଅନୁସୂଚିତ ବର୍ଗଙ୍କୁ ୫୦ ପ୍ରତିଶତ ରିହାତି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି।
ଏହି ଅଞ୍ଚଳ ବାସିନ୍ଦା ପୁରୁଣା ପଦ୍ଧତିରେ ମାଣ୍ଡିଆ, ଧାନ, ମକା, ବିରି, ପନିପରିବା, ଫୁଲ, ମତ୍ସ୍ୟଚାଷ, ଗୋପାଳନ, କୁକୁଡ଼ା, ଛେଳି, ମେଣ୍ଢା ଆଦି ପାଳନ କରି ଉତ୍ପାଦିତ ଶସ୍ୟକୁ ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି । ସେହି ଅର୍ଥରେ ଜୀବିକା ନିର୍ବାହ କଷ୍ଟସାଧ୍ୟ ହେତୁ ସେମାନଙ୍କ ଆର୍ଥିକ ସ୍ଵଚ୍ଛଳତା ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଆସୁଛନ୍ତି। କୃଷି ବିଭାଗର ସମସ୍ତ ଯୋଜନା ଅଞ୍ଚଳରେ କିପରି ପହଞ୍ଚିବ ଏବଂ ସମସ୍ତ ଯୋଜନାରେ ହିତାଧିକାରୀମାନେ ଅନ୍ତର୍ଭୁକ୍ତ ହୋଇପାରିବେ, ନୂତନ ଜ୍ଞାନ କୌଶଳକୁ ଆପଣେଇ ପାହାଡ଼ ଉପରେ ଚାଷ କରି ଆର୍ଥିକ ଅବସ୍ଥାକୁ ସୁଦୃଢ କରିପାରିବେ ସେ ନେଇ ସରକାର ଉଦ୍ୟମ ଚଳାଇଛନ୍ତି।
The post ସମନ୍ୱିତ କୃଷି ପଦ୍ଧତିରେ ସାମିଲ ହେଲେ କୋଟିଆର ୨୨ ଚାଷୀ appeared first on Dharitri Odia News.