ମା’ ତାରିଣୀଙ୍କ ହୁଣ୍ଡି ଚାବି ହଜେଇଦେଲେ
ଘଟଗାଁ,୨୭ା୨(ରାଜେନ୍ଦ୍ର କୁମାର ପଟ୍ଟନାୟକ):କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମନ୍ଦିର ବେଢ଼ାରେ ଥିବା ଏକ ଦାନବାକ୍ସର ଚାବି ନ ମିଳିବାରୁ ତାଲା କାଟି ଗଣତି କରାଯାଇଥିଲା। ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ ଏବେ ଜଣାପଡ଼ିବା ପରେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ବିଶେଷକରି ମନ୍ଦିର ପରିଚାଳନା ବୋର୍ଡ ନ ଥିବା ବେଳେ ଏହାର ପ୍ରତ୍ୟକ୍ଷ ଦାୟିତ୍ୱ ଦେବୋତ୍ତର ବିଭାଗ ନିର୍ବାହ କରୁଛି। ଏପରି ସମୟରେ ଚାବି ନ […] The post ମା’ ତାରିଣୀଙ୍କ ହୁଣ୍ଡି ଚାବି ହଜେଇଦେଲେ appeared first on Dharitri Odia News.
ଘଟଗାଁ,୨୭ା୨(ରାଜେନ୍ଦ୍ର କୁମାର ପଟ୍ଟନାୟକ):କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମନ୍ଦିର ବେଢ଼ାରେ ଥିବା ଏକ ଦାନବାକ୍ସର ଚାବି ନ ମିଳିବାରୁ ତାଲା କାଟି ଗଣତି କରାଯାଇଥିଲା। ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ ଏବେ ଜଣାପଡ଼ିବା ପରେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ବିଶେଷକରି ମନ୍ଦିର ପରିଚାଳନା ବୋର୍ଡ ନ ଥିବା ବେଳେ ଏହାର ପ୍ରତ୍ୟକ୍ଷ ଦାୟିତ୍ୱ ଦେବୋତ୍ତର ବିଭାଗ ନିର୍ବାହ କରୁଛି। ଏପରି ସମୟରେ ଚାବି ନ ମିଳିବା ଓ ତାଲା କାଟି ଗଣତି କରିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।
ଖବର ଅନୁଯାୟୀ, ଗତ ୨୩ ତାରିଖରେ ମନ୍ଦିର ପରିସରରେ ଥିବା ୧୩ ଗୋଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ମାତ୍ର ମନ୍ଦିର ବେଢା ନିକଟରେ ପ୍ରସ୍ଥାନ ଦ୍ୱାର ନିକଟରେ ଥିବା ଷ୍ଟିଲ ହୁଣ୍ଡିର ଚାବି ମିଳି ନ ଥିଲା। ନିୟମ ଅନୁଯାୟୀ ମନ୍ଦିର ପରିଚାଳନା ବୋର୍ଡଥିବା ବେଳେ ଚାବି ତିନି ଜଣଙ୍କ ନିକଟରେ ରହିଥାଏ। ଗୋଟିଏ ଚାବି ବୋର୍ଡ ସଭାପତି, ଗୋଟିଏ ଦେବୋତ୍ତର ନିରୀକ୍ଷକ ଓ ଗୋଟିଏ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ରହିଥାଏ। ବୋର୍ଡ ନ ଥିବା ଯୋଗୁ ଏବେ ଦୁଇ ଜଣଙ୍କ ନିକଟରେ ଚାବି ରହୁଛି। ଯେଉଁ ହୁଣ୍ଡିରେ ଚାବି ଗାଏବ ହୋଇଛି, ସେହି ଚାବିକାଠିଟି କେବଳ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କ ନିକଟରେ ଥିଲା। ହୁଣ୍ଡି ଖୋଲିବା ବେଳେ ଚାବିଟି ନ ମିଳିବାରୁ ଶେଷରେ ପହଡ଼ପରେ ତାଲା କଟାଯାଇ ଟଙ୍କା ବାହାର କରାଯାଇଥିଲା। ତେବେ ଘଟଣା ପଦାକୁ ଆସିବା ପରେ ଏବେ ନିର୍ବାହୀ ଅଧିକାରୀଙ୍କ ମୁଣ୍ଡବ୍ୟଥା ହୋଇଛି। ଏହି ଚାବିକୁ କେହି ଗାଏବ କରି ଏଥିରୁ ଟଙ୍କା ନେଇଯାଇଥିବା ପ୍ରଶ୍ନ ଉଙ୍କି ମାରୁଛି। ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଓ ପୋଲିସକୁ ନ ଜଣାଇ କାହିଁକି ତାଲା କଟାଗଲା, ତା ତଦନ୍ତସାପେକ୍ଷ। ମନ୍ଦିର ବେଢ଼ାରେ ଲାଗିଥିବା ସିସି ଟିଭି ଯାଞ୍ଚ କରିବାକୁ ସାମାଜିକ କର୍ମୀ ଜଗବନ୍ଧୁ ଶାହା, ନୃସିଂହ ଚରଣ ସାହୁ, ଶରତ କୁମାର ବେଜ୍, କେଦାରନାଥ ସାହୁ ପ୍ରମୁଖ ଦାବି କରିଛନ୍ତି। ମନ୍ଦିର ଦାୟିତ୍ୱରେ ଥିବା ସମ୍ବଲପୁରସ୍ଥିତ ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରଥମେ ଏହାକୁ ଅସ୍ବୀକାର କରିବା ସହ କିଏ କହିଲା ବୋଲି ପଚାରିଥିଲେ। ପରେ ଚାବିଟି ହଜିଯାଇଥିବାରୁ ତାଲାକାଟି ଟଙ୍କା ବାହାର କରିଥିବା କହିଥିଲେ। ଥାନା ଅଧିକାରୀ ରଞ୍ଜନ କୁମାର ପାତ୍ର କହିଛନ୍ତି, ଏ ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ସ୍ମରଣଯୋଗ୍ୟ, ଗତ ୨ ମାସ ତଳେ ମନ୍ଦିର ଟିକେଟ କାଉଣ୍ଟର ଭୋଗମାହାସୁଲ ହେରଫେର ଘଟଣାରେ ୨ ଜଣ କର୍ମଚାରୀ ବହିଷ୍କୃତ ହୋଇଥିଲେ।
The post ମା’ ତାରିଣୀଙ୍କ ହୁଣ୍ଡି ଚାବି ହଜେଇଦେଲେ appeared first on Dharitri Odia News.