୩୦ ବିଜେଡି ସମର୍ଥିତ ସରପଞ୍ଚଙ୍କ ସହ ଭାଜପାରେ ମିଶିଲେ ରାଣୀ ଖଟୁଆ

ଗଁଦିଆ, ୨୯।୧୦: ଭାଜପାରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଭାଜପାରେ ମିଶିଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି । ବିଜେଡି ଛାଡିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ସେ କହିଛନ୍ତି, ଦଳ ପରାଜିତ ହେବା ପରଠୁ ଆଉ ଲୋକଙ୍କ ସହ […] The post ୩୦ ବିଜେଡି ସମର୍ଥିତ ସରପଞ୍ଚଙ୍କ ସହ ଭାଜପାରେ ମିଶିଲେ ରାଣୀ ଖଟୁଆ appeared first on Dharitri Odia News.

୩୦ ବିଜେଡି ସମର୍ଥିତ ସରପଞ୍ଚଙ୍କ ସହ ଭାଜପାରେ ମିଶିଲେ ରାଣୀ ଖଟୁଆ

ଗଁଦିଆ, ୨୯।୧୦: ଭାଜପାରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଭାଜପାରେ ମିଶିଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି ।

ବିଜେଡି ଛାଡିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ସେ କହିଛନ୍ତି, ଦଳ ପରାଜିତ ହେବା ପରଠୁ ଆଉ ଲୋକଙ୍କ ସହ ରହୁନି । ଲୋକଙ୍କ ସମସ୍ୟା ନେଇ ବାରମ୍ବାର ସୁଧୀର ସାମଲକୁ ଜଣାଇ ଥିଲେ ବି ସେ କିଛି ଶୁଣୁ ନାହାନ୍ତି । ତେବେ ଏ ନେଇ ସୁଧୀର ସାମଲଙ୍କ ପ୍ରତିକ୍ରିୟା ମିଳିନାହିଁ।

ସେପଟେ ରୀନାଙ୍କୁ ଭାଜପାରେ ମିଶାଇଥିବା ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ରୀନାରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ। ଆଜି ସକାଳେ ରୀନାରାଣୀଙ୍କୁ ବିଜେଡି ନିଲମ୍ବନ କରିଥିଲା।

The post ୩୦ ବିଜେଡି ସମର୍ଥିତ ସରପଞ୍ଚଙ୍କ ସହ ଭାଜପାରେ ମିଶିଲେ ରାଣୀ ଖଟୁଆ appeared first on Dharitri Odia News.