ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଛି। କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ଏକ ଆକଳନ ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ସାରା ଦେଶରେ ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ହେବା ସମ୍ଭାବନା ରହିଛି। କେବଳ ଦିଲ୍ଲୀରେ ୮ ହଜାର କୋଟିରୁ ଅଧିକ ବ୍ୟବସାୟ […] The post ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ appeared first on Dharitri Odia News.

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଛି। କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ଏକ ଆକଳନ ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ସାରା ଦେଶରେ ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ହେବା ସମ୍ଭାବନା ରହିଛି। କେବଳ ଦିଲ୍ଲୀରେ ୮ ହଜାର କୋଟିରୁ ଅଧିକ ବ୍ୟବସାୟ ହୋଇପାରେ। ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ବର୍ତ୍ତମାନ ଚାଇନା ନିର୍ମିତ ସାମଗ୍ରୀର ଚାହିଦା କମିଥିବାବେଳେ ଉତ୍ସବ ସମୟରେ ସ୍ବଦେଶୀ ଦ୍ରବ୍ୟ କ୍ରୟ ପ୍ରତି ଲୋକମାନେ ଗୁରୁତ୍ୱ ଦେଉଛନ୍ତି। ସମଗ୍ର ଦେଶରେ ନବରାତ୍ରି ତଥା ଦଶହରା ଅବସରରେ ୧ ଲକ୍ଷରୁ ଅଧିକ ଛୋଟ ଏବଂ ବଡ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଲକ୍ଷ ଲକ୍ଷ ଲୋକ ରୋଜଗାର ପାଆନ୍ତ। ନବରାତ୍ରି ପଛକୁ ବିଜୟାଦଶମୀ, କରଓ୍ବାଚୌଥ୍‌, ଧନତେରାସ୍‌, ଦୀପାବଳି, ଭାଇ ଦୂଜ, ଛଟ୍‌ ପୂଜା ଏବଂ ତୁଳସୀ ବିବାହ ଆଦି ପର୍ବ ପାଳନ କରାଯିବ। ଦିଲ୍ଲୀରେ ୧ ହଜାରରୁ ଅଧିକ ଛୋଟ ଏବଂ ବଡ଼ ରାମଲୀଳା ସଙ୍ଗଠିତ ହୋଇଥିବାବେଳେ ପଶ୍ଚିମବଙ୍ଗ, ଓଡ଼ିଶା ଆଦି ରାଜ୍ୟରେ ଶହ ଶହ ଦୁର୍ଗାପୂଜା ତୋରଣ ପ୍ରସ୍ତୁତ କରାଯାଉଛି। ଗୁଜରାଟ, ଦିଲ୍ଲୀ ସମେତ ସାରା ଦେଶରେ ଦାଣ୍ଡିଆ ଏବଂ ଗରବା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପାର୍ବଣ ଋତୁରେ ବିଶେଷକରି ସରାରା, ଲେହେଙ୍ଗା ଏବଂ କୁର୍ତ୍ତା ଭଳି ପାରମ୍ପରିକ ପୋଷାକର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ। ପୂଜା ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ନୂତନ ପୋଷାକ କିଣିବା କାରଣରୁ ପୋଷାକ ବ୍ୟବସାୟରେ ବୃଦ୍ଧି ଘଟିଥାଏ। ଫଳ, ଫୁଲ, ନଡ଼ିଆ, ଚୂନରୀ, ଦୀପ, ଧୂପକାଠି ଆଦି ପୂଜା ସାମଗ୍ରୀ ବିକ୍ରି ମଧ୍ୟ ବଢ଼ିଥାଏ। ଏହାସହ ଖାଦ୍ୟ ଏବଂ ମିଠା ବିଶେଷକରି ହାଲୱା, ଲଡୁ, ବର୍‌ଫି, ସନ୍ଦେଶ, ରସଗୋଲା ସୋନପାପଡ଼ି ବିକ୍ରି ମଧ୍ୟ ବୃଦ୍ଧି ପାଇଥାଏ। ଫଳ ଏବଂ ଫୁଲର ଚାହିଦା ମଧ୍ୟ ରହିଥାଏ। ପର୍ବପର୍ବାଣିରେ ଘର ଏବଂ ପୂଜାମଣ୍ଡପ ସଜାଇବା ପାଇଁ ଦୀପ ଏବଂ ଆଲୋକମାଳା ଭଳି ସାଜସଜ୍ଜା ସାମଗ୍ରୀର ଆବଶ୍ୟକତା ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇଥାଏ।

The post ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ appeared first on Dharitri Odia News.