ଅନ୍ଧାରୀମୂଲକର ଆଶାର କିରଣ, ମଙ୍ଗଳା କରିବେ ବଣ୍ଡାଘାଟିର ମଙ୍ଗଳ
ନୀଳଗିରି ୨୯/୦୮: ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ, ଲକ୍ଷ୍ୟ । ୩ ଜିନିଷ ପ୍ରତିଟି ମଣିଷର ବଦଳାଇଦିଏ ଭାଗ୍ୟ । ଜଣେ ପଙ୍ଗୁ ବି ଲଙ୍ଘିଯାଏ ଉଚ୍ଚ ପର୍ବତ । ସେ ଆଦିମ ଅଧିବାସୀ ହେଉ ବା ଅନ୍ୟ କେହି । ସ୍ୱାଭିମାନ ଅଞ୍ଚଳରେ ନଜର ଆସିଛନ୍ତି ଏମିତି ଜଣେ ଆଲୋକର ଶିଖା । ମାଲକାନଗିରି ଖଇରପୁଟ ବ୍ଲକ୍ ବଣ୍ତାଘାଟିର ହେବେ ପ୍ରଥମ ଡାକ୍ତର । ଆଦିମ ଜନଜାତିଙ୍କ ମଧ୍ୟରେ ସେ ଏବେ ଆଶାର କିରଣ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ପଢିବେ ପାଠ । ହାଡି ମୁଦୁଲି ଓ ମଙ୍ଗଳି ମୁଦୁଲିଙ୍କ ପୁଅ ମଙ୍ଗଳା । ପିଲାଦିନେ ଗାଁରେ ଚିକିତ୍ସା ଅବହେଳାରେ ଲୋକଙ୍କର ମୃତ୍ୟୁ ଦେଖି ହୋଇପଡିଥିଲେ ବିଚଳତି । ଏମିତିକି ଗୁଣିଆ ଆସିଲେ ବ୍ୟସ୍ତ ବିବ୍ରତ ହୋଇପଡୁଥିଲେ ମଙ୍ଗଳା । ସେବଠୁ ଗାଁ ପାଇଁ କିଛି କରିବାକୁ ଚିନ୍ତା କରିଥିଲେ ସେ । ଆଉ ପଣ କରିଥିଲେ ବଡ଼ ହେଲେ ଡାକ୍ତର ହେବି ଲୋକଙ୍କ ସେବା କରିବି । ବାପା ଚାଷୀ, ହୋଇଥିବାରୁ ଏତେ ଅର୍ଥ କୁଆଡୁ ଆସିବ ଭାବି ଭାଙ୍ଗିପଡିନଥିଲେ। ମୁଦୁଲିପଡା ହାଇସ୍କୁଲରେ ପଢିବା ବେଳେ ବାଲେଶ୍ଵର ରେମୁଣା ବ୍ଲକର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀଙ୍କ ସହିତ ଦେଖାହେଲା । ଆଉ ତାଙ୍କୁ ମନ କଥା କହିବା ପରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ସେ । ବଳଦିଆଗଡା କଲେଜରେ ଯୁକ୍ତ ୨ବିଜ୍ଞାନ ପାସ୍ କରିବା ପରେ କେଶରୀ ସାର୍
ନୀଳଗିରି ୨୯/୦୮: ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ, ଲକ୍ଷ୍ୟ । ୩ ଜିନିଷ ପ୍ରତିଟି ମଣିଷର ବଦଳାଇଦିଏ ଭାଗ୍ୟ । ଜଣେ ପଙ୍ଗୁ ବି ଲଙ୍ଘିଯାଏ ଉଚ୍ଚ ପର୍ବତ । ସେ ଆଦିମ ଅଧିବାସୀ ହେଉ ବା ଅନ୍ୟ କେହି । ସ୍ୱାଭିମାନ ଅଞ୍ଚଳରେ ନଜର ଆସିଛନ୍ତି ଏମିତି ଜଣେ ଆଲୋକର ଶିଖା । ମାଲକାନଗିରି ଖଇରପୁଟ ବ୍ଲକ୍ ବଣ୍ତାଘାଟିର ହେବେ ପ୍ରଥମ ଡାକ୍ତର । ଆଦିମ ଜନଜାତିଙ୍କ ମଧ୍ୟରେ ସେ ଏବେ ଆଶାର କିରଣ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ପଢିବେ ପାଠ ।
ହାଡି ମୁଦୁଲି ଓ ମଙ୍ଗଳି ମୁଦୁଲିଙ୍କ ପୁଅ ମଙ୍ଗଳା । ପିଲାଦିନେ ଗାଁରେ ଚିକିତ୍ସା ଅବହେଳାରେ ଲୋକଙ୍କର ମୃତ୍ୟୁ ଦେଖି ହୋଇପଡିଥିଲେ ବିଚଳତି । ଏମିତିକି ଗୁଣିଆ ଆସିଲେ ବ୍ୟସ୍ତ ବିବ୍ରତ ହୋଇପଡୁଥିଲେ ମଙ୍ଗଳା । ସେବଠୁ ଗାଁ ପାଇଁ କିଛି କରିବାକୁ ଚିନ୍ତା କରିଥିଲେ ସେ । ଆଉ ପଣ କରିଥିଲେ ବଡ଼ ହେଲେ ଡାକ୍ତର ହେବି ଲୋକଙ୍କ ସେବା କରିବି । ବାପା ଚାଷୀ, ହୋଇଥିବାରୁ ଏତେ ଅର୍ଥ କୁଆଡୁ ଆସିବ ଭାବି ଭାଙ୍ଗିପଡିନଥିଲେ। ମୁଦୁଲିପଡା ହାଇସ୍କୁଲରେ ପଢିବା ବେଳେ ବାଲେଶ୍ଵର ରେମୁଣା ବ୍ଲକର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀଙ୍କ ସହିତ ଦେଖାହେଲା । ଆଉ ତାଙ୍କୁ ମନ କଥା କହିବା ପରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ସେ ।
ବଳଦିଆଗଡା କଲେଜରେ ଯୁକ୍ତ ୨ବିଜ୍ଞାନ ପାସ୍ କରିବା ପରେ କେଶରୀ ସାର୍ ମାଲକାନଗିରିରୁ ମଙ୍ଗଳାଙ୍କୁ ଆଣି ଗାଁରେ ଥିବା ଘରେ ରଖି କୋଚିଂ ଦେଇଥିଲେ । ପରେ ନିଟ ପରୀକ୍ଷାରେ ସଫଳ ହେବା ପରେ ଏବେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ପଢିବେ ଡାକ୍ତରୀ ପାଠ । ଦୀର୍ଘଦିନର ପରିଶ୍ରମକୁ ମିଳିବାକୁ ଯାଉଛି ମୂଲ୍ୟ । ପୂରଣ ହେବାକୁ ଯାଉଛି ସ୍ୱପ୍ନ ।
ପିଲାଟି ଦିନରୁ ଡାକ୍ତର ହେବା ପାଇଁ ମଙ୍ଗଳାଙ୍କର ଏକ ସ୍ବପ୍ନ ଥିଲା। ଏହାକୁ ପୂରଣ ପାଇଁ ବଣ୍ତାଘାଟିର ଶିକ୍ଷକ ଉତ୍କଳ କେଶରୀ ଦାସ ପିଲାଟି ପାଇଁ ସାଜିଥିଲେ ଦେବଦୂତ । ତୁଳସୀ ଦୁଇପତ୍ରରୁ ବାସେ । ଏବେ ମଙ୍ଗଳା ବଣ୍ଡାଘାଟିର ସେହି ତୁଳସୀ । ମହମହ ବାସିବା ସହ ସାଜିବାକୁ ଯାଉଛନ୍ତି ଅନୁନ୍ନତ ଇଲାକାର ସୁନା ପୁଅ ।