ଓଲଟିଲା ଗର୍ଭବତୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ, ୩ ଗୁରୁତର ମେଡିକାଲରେ ଭର୍ତ୍ତି

ବାରିପଦା ୧୯/୬: ବାରିପଦାରେ ଗର୍ଭବତୀଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଏଥିରେ ଜଣେ ଗର୍ଭବତୀ ଓ ତାଙ୍କ ସହ ଆସିଥିବା ୨ ଜଣ ସଂପର୍କୀୟ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବାରିପଦା ପିଆରଏମ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ରାସଗୋବିନ୍ଦପୁର ଥାନା ଅନ୍ଧାରୀ ଗାଁର ସୋମବାରୀ ହେମ୍ବ୍ରମଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାତିରେ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ପିଆରଏମ ହସ୍‌ପିଟାଲକୁ ରେଫର କରିଥିଲେ ଡାକ୍ତର । ରାସଗୋବିନ୍ଦପୁର ହସ୍‌ପିଟାଲରୁ  ୧୦୮ ଆମ୍ବୁଲାନ୍ସରେ ପିଆରଏମ ହସ୍‌ପିଟାଲ ଆସୁଥିବାବେଳେ ବାରିପଦା ସଦରଥାନା ଶଙ୍ଖାଭଙ୍ଗା ସ୍ଥିତ ସାରୁଝରଣ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ଗାଡି ଛାଡି ଚମ୍ପଟ ମାରିଥିଲା ଡ୍ରାଇଭର । ଗର୍ଭବତୀଙ୍କ ସ୍ବାମୀ ଗାଡିର କାଚ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗର୍ଭବତୀଙ୍କ ସହ ୨ ସଂପର୍କୀୟଙ୍କୁ ବାରିପଦା ହସ୍‌ପିଟାଲ ପଠାଯାଇଛି ।  

ଓଲଟିଲା ଗର୍ଭବତୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ, ୩ ଗୁରୁତର ମେଡିକାଲରେ ଭର୍ତ୍ତି

ବାରିପଦା ୧୯/୬: ବାରିପଦାରେ ଗର୍ଭବତୀଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଏଥିରେ ଜଣେ ଗର୍ଭବତୀ ଓ ତାଙ୍କ ସହ ଆସିଥିବା ୨ ଜଣ ସଂପର୍କୀୟ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବାରିପଦା ପିଆରଏମ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ରାସଗୋବିନ୍ଦପୁର ଥାନା ଅନ୍ଧାରୀ ଗାଁର ସୋମବାରୀ ହେମ୍ବ୍ରମଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାତିରେ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ପିଆରଏମ ହସ୍‌ପିଟାଲକୁ ରେଫର କରିଥିଲେ ଡାକ୍ତର । 

ରାସଗୋବିନ୍ଦପୁର ହସ୍‌ପିଟାଲରୁ  ୧୦୮ ଆମ୍ବୁଲାନ୍ସରେ ପିଆରଏମ ହସ୍‌ପିଟାଲ ଆସୁଥିବାବେଳେ ବାରିପଦା ସଦରଥାନା ଶଙ୍ଖାଭଙ୍ଗା ସ୍ଥିତ ସାରୁଝରଣ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ଗାଡି ଛାଡି ଚମ୍ପଟ ମାରିଥିଲା ଡ୍ରାଇଭର । ଗର୍ଭବତୀଙ୍କ ସ୍ବାମୀ ଗାଡିର କାଚ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗର୍ଭବତୀଙ୍କ ସହ ୨ ସଂପର୍କୀୟଙ୍କୁ ବାରିପଦା ହସ୍‌ପିଟାଲ ପଠାଯାଇଛି ।